ETV Bharat / state

ବର୍ଷାରେ ଭିଜୁଛି ଓଡ଼ିଶା; ଆଉ 4 ଦିନ ବର୍ଷା ! ଏହି ୬ଜିଲ୍ଲାରେ ପ୍ରବଳ ବର୍ଷିବ, ୱାର୍ଣ୍ଣିଂ ଜାରି.. - Odisha Weather

author img

By ETV Bharat Odisha Team

Published : Jul 22, 2024, 8:35 PM IST

Updated : Jul 23, 2024, 9:44 AM IST

Odisha Weather Update: ଆହୁରି କିଛି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ଲଗିରହିବ । ବିଭିନ୍ନ ଜିଲ୍ଲାକୁ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

Odisha Weather Forecast
Odisha Weather Forecast (ETV Bharat Odisha)

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଏଭଳି ସ୍ଥିତି ଆହୁରି ୭ ଦିନ ପର୍ଯ୍ୟନ୍ତ ଲାଗି ରହିବ । ଫଳରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ସମୁଦ୍ର ଅଶାନ୍ତ ରହିବାକୁ ଥିବା ବେଳେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲି ୨୩ ତାରିଖରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ୪୦ରୁ ୫୦ କି.ମି ବେଗରେ ପବନ ବହିବ । ସମୁଦ୍ରରେ ଏପରି ସ୍ଥିତି ଲାଗି ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସେପଟେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୪ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କେନ୍ଦ୍ରାପଡ଼ା, କଟକ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଖୋର୍ଦ୍ଧା, ଯାଜପୁର, ଦେଓଗଡ, ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ସେପଟେ ୨୫ ତାରିଖରେ ମଧ୍ୟ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସହ ପୁରୀ, ଜଗତସିଂହପୁର, ନବରଙ୍ଗପୁର, ଗଞ୍ଜାମ, ଗଜପତି, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୬ ତାରିଖରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବ । ଏହା ସହ ୨୭ ଓ ୨୮ ତାରିଖରେ ମଧ୍ୟ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ପରବର୍ତ୍ତୀ ଲଘୁଚାପକୁ ନେଇ ବର୍ତ୍ତମାନ ସୁଦ୍ଧା କିଛି ଆକଳନ କରାଯାଇ ନାହିଁ ବୋଲି କହିଛି ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଆସୁଛି ଆଉ ଏକ ଲଘୁଚାପ; ବର୍ଷାରେ ଲାଗିବନି ବ୍ରେକ୍, ଏମିତି ନିର୍ଦ୍ଦେଶ ଦେଲେ SRC - Another Low Pressure

ରାଜ୍ୟରେ ୧ ଜୁନରୁ ବର୍ତ୍ତମାନ ସୁଦ୍ଧା ଅର୍ଥାତ ୨୨ ତାରିଖ ପର୍ଯ୍ୟନ୍ତ ୩୭୧.୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି । ଗତକାଲି ରାଜ୍ୟରେ ୧୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଆଜି ପାଖାପାଖି ସବୁ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ସ୍ୱାଭାବିକରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଆଜି ରାତିରେ ଦକ୍ଷିଣ ଓ କେନ୍ଦ୍ରୀୟ ଓଡିଶାରେ ପ୍ରବଳ ବର୍ଷା ହେବାକୁ ଥିବା ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ମାଲକାନଗିରି ଚିତ୍ରକୋଣ୍ଡାରେ ସର୍ବାଧିକ ୧୬୪.୫ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ପାରାଦ୍ବୀପ ଓ ବାଲେଶ୍ୱରରେ ୩୩.୨ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 23, 2024, 9:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.