ETV Bharat / state

ରାଜ୍ୟରେ ଜାରି ରହିବ ବର୍ଷା, ପିଛା ଛାଡ଼ିବନି ଗୁଳୁଗୁଳି - odisha WEATHER UPDATE

author img

By ETV Bharat Odisha Team

Published : Jun 19, 2024, 8:08 PM IST

Updated : Jun 19, 2024, 8:15 PM IST

ODISHA WEATHER UPDATE : ରାଜ୍ୟରେ ବର୍ଷା ସହ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଆଗାମୀ ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ଜନିତ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ।ଅଧିକ ପଢନ୍ତୁ

ODISHA WEATHER UPDATE
ODISHA WEATHER UPDATE (ETV Bharat Odisha)

ଭୁବନେଶ୍ବର: ଖରା ଗରମ ଗୁଳୁଗୁଳି ଓ ମୌସୁମୀର ଲୁଚକାଳି ଭିତରେ ଗତକାଲି ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଗୁଳୁଗୁଳିରୁ ଟିକିଏ ଅସ୍ବସ୍ତି ମିଳିଛି । ଆଗାମୀ ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ଜନିତ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ତେବେ ବର୍ଷାର ସମ୍ଭାବନା ସତ୍ତ୍ୱେ ବି ଆସନ୍ତା ୨୪ ଘଣ୍ଟା ଯାଏ ଜାରି ରହିବ ହିଟୱେଭ ବା ଗ୍ରୀଷ୍ମ ପ୍ରବାହ । ବଲାଙ୍ଗୀର ନୂଆପଡା ଓ ଝାରସୁଗୁଡ଼ା ଜିଲ୍ଲାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଏହାସହ ରାଜ୍ୟରେ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିବା ସହ ଗୁଳୁଗୁଳିର ସମ୍ଭାବନା ଆଗାମୀ ୩ ଦିନ ଯାଏ ରହିବ ।

ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ ଗଜପତି ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି କାଳବୈଶାଖୀ ବର୍ଷାକୁ ନେଇ ଆସନ୍ତା 24 ଘଣ୍ଟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ,ଜଗତସିଂହପୁର,ପୁରୀ, ଖୋର୍ଦ୍ଧା ,ନୟାଗଡ,ଗଞ୍ଜାମ, ଗଜପତି, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ,ରାୟଗଡା ,କୋରାପୁଟ, ମାଲକାନଗିରି, ବଲାଙ୍ଗୀର, ସୋନପୁର ଏବଂ ସମ୍ବଲପୁରରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ସମୟରେ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ମଧ୍ୟ ଥିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ସେହିପରି କଟକ ଓ ଭୁବନେଶ୍ୱରରେ କାଳବୈଶାଖୀର ସମ୍ଭାବନା ସହ ଉଷ୍ଣ ଓ ଆଦ୍ର ସ୍ଥିତି ରହିବ । ଏହାସହ ୩୭ ଡିଗ୍ରୀ ରୁ ୩୮ ଡିଗ୍ରୀ ଭିତରେ ତାପମାତ୍ରା ରହିବ ବୋଲି ବିଭାଗ ଆକଳନ କରିଛି ।

ଏହା ମଧ୍ୟ ପଢନ୍ତୁ .....ରାଜ୍ୟରେ ଜାରି ରହିଛି ବର୍ଷା, ହେଲେ ମିଳିବନି ଗୁଳୁଗୁଳିରୁ ଆଶ୍ବସ୍ତି - Odisha Weather Update

ଅନ୍ୟପଟେ ଆଗାମୀ ୨ରୁ ୩ ଦିନ ଭିତରେ ମୌସୁମୀ ଅଗ୍ରଗତି ହେବା ନେଇ ସ୍ଥିତି ହେବ ଅନୁକୂଳ ରହିଛି । ଏବେ ମୌସୁମୀ ବାୟୁ ମାଲକାନଗିରି ଓ କୋରାପୁଟକୁ ଛୁଇଁଥିବା ବେଳେ 3 ଭିତରେ ଦିନ ଭିତରେ ସ୍ଥିତି ଅନୁକୂଳ ହେଲେ ଏହା ଅନ୍ୟ ଜିଲ୍ଲାକୁ ଅଗ୍ରସର ହେବ ବୋଲି କହିଛନ୍ତି ଭୁବନେଶ୍ୱର କେନ୍ଦ୍ରର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ଜୁନ୍ ୮ରୁ ମୌସୁମୀ ଓଡ଼ିଶାର ଦକ୍ଷିଣ ପ୍ରାନ୍ତକୁ ଛୁଇଁଥିଲେ ବି, ୧୧ ଦିନ ହେଲା ତାହା ଆଉ ଆଗେଇବାର ନାଁ ଧରୁନି । ସେପଟେ ଗତ ୨୪ ଘଣ୍ଟାରେ ଗରମ ସହ ଗୁଳୁଗୁଳି ରହିଥିବା ବେଳେ ନୂଆପଡାରେ ସର୍ବାଧିକ ୪୩ .୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ କଟକ ମାହାଙ୍ଗାରେ ସର୍ବାଧିକ ୪୨.୧ ମିମି ବର୍ଷ ରେକର୍ଡ ହୋଇଛି ।

ଇଟିଭି ଭାରତ,ଭୁବନେଶ୍ବର

Last Updated : Jun 19, 2024, 8:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.