ETV Bharat / state

ମୌସୁମୀ ଟ୍ରପ ପ୍ରଭାବରେ ୧୭ ଯାଏଁ ପ୍ରବଳ ବର୍ଷା ! - ODISHA WEATHER UPDATE

author img

By ETV Bharat Odisha Team

Published : Aug 14, 2024, 9:09 PM IST

ODISHA WEATHER UPDATE: ଆସନ୍ତା ୫ ଦିନ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା । ୨୪ ଘଣ୍ଟା ମଧ୍ୟରେ ରାୟଗଡାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

ODISHA WEATHER UPDATE
ODISHA WEATHER UPDATE (ETV Bharat Odisha)

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ଉପରେ ଘୁର୍ଣ୍ଣିବଳୟ ସହ ମୌସୁମୀ ଟ୍ରପ ସକ୍ରିୟ ରହିଛି । ଦକ୍ଷିଣ ବଙ୍ଗଳାଦେଶ ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଆକଳନ କରିଛି ପାଣିପାଗ ବିଭାଗ ।

୧୭ ତାରିଖ ଯାଏ ପ୍ରବଳ ବର୍ଷା !

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି କେନ୍ଦୁଝର ,ଦେଓଗଡ ,ସମ୍ବଲପୁର ଝାରସୁଗୁଡା, ବରଗଡ଼, ସୋନପୁର ,ରାୟଗଡା ,କୋରାପୁଟ ,ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ,କଟକ, ଖୋର୍ଦ୍ଧା ,ପୁରୀ, ନବରଙ୍ଗପୁର , ଯାଜପୁରରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲି ପାଇଁ 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ:

ସେହିପରି ଆସନ୍ତାକାଲି ମୟୂରଭଞ୍ଜ,କେନ୍ଦୁଝର,ସୁନ୍ଦରଗଡ଼, ଦେଓଗଡ, ସମ୍ବଲପୁର ଝାରସୁଗୁଡା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୮ ତାରିଖକୁ ବଦଳିପରେ ପାଗ କମିପାରେ ବର୍ଷାର ପରିମାଣ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଏହା ମଧ୍ୟ ପଢନ୍ତୁ ...ଆଗାମୀ 48ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଏସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ - Odisha Weather

ରାଜ୍ୟରେ ନିଅଣ୍ଟିଆ ବର୍ଷା:

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ୍ ୬୪୮.୩ ମିମି ବର୍ଷା ରେକର୍ଡ ହୋଇଛି । ଏବେବି ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୭୨୪.୮ ମିମି ବର୍ଷା ସ୍ୱାଭାବିକ ରହିବା କଥା । ୩ ଜିଲ୍ଲାରେ ସ୍ଵଭାବିକଠୁ ଅଧିକ ବର୍ଷା ରହିଥିବା ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା କରାଯାଇଛି । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ରାୟଗଡାରେ ସର୍ବାଧିକ ବର୍ଷା ୧୦୩.୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.