ETV Bharat / state

ଆଜି ରାଜ୍ୟରେ ପୁଣି ବର୍ଷିବ! ୧୬ ଜିଲ୍ଲାରେ ବଜ୍ରପାତ ଆଶଙ୍କା, ସତର୍କ କରାଇଲେ SRC - Odisha Thunderstorm Alert

author img

By ETV Bharat Odisha Team

Published : Aug 21, 2024, 11:07 AM IST

Thunderstorm and Rain Alert in Odisha: ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ କାଳ ସାଜୁଛି ବଜ୍ରପାତ । ତେଣୁ ସମସ୍ତଙ୍କୁ ସତର୍କ କରାଇଛନ୍ତି SRC । ପାଣିପାଗ ଅପଡେଟ୍ ଜାଣନ୍ତୁ ।

Weather Alert
Weather Alert (ETV Bharat Odisha)

ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ବାଂଲାଦେଶ ଓ ତତ୍‌ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଥିବା ସଦୃଶ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ପ୍ରାୟ ଏକ ସପ୍ତାହ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ବଜ୍ରପାତ ହେବାର ଆଶଙ୍କା ଥିବାବେଳେ ସତର୍କ ସୂଚନା ଜାରି ହୋଇଛି । ସେପଟେ ଆଜିଠାରୁ କମିପାରେ ବର୍ଷାର ପରିମାଣ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ବଜ୍ରପାତ ସତର୍କତା:

ଗତ ୨୪ ଘଣ୍ଟାରେ ନୟାଗଡ଼ରେ ୨୮ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ଭୁବନେଶ୍ବରରେ ୧୨ ମିଲିମିଟର, ଢେଙ୍କାନାଳରେ ୭.୨ମିଲିମିଟର, ପାରଳାଖେମୁଣ୍ଡିରେ ୪.୮ ଓ ତାଳଚେରରେ ୩.୦ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆଜି କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି । ଗତ କିଛି ଦିନ ହେବ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଥିବା ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ସମସ୍ତଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ବଜ୍ରପାତ ସମୟରେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି SRC । ଏହାସହ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଏହା ବି ପଢନ୍ତୁ...ରାଜ୍ୟରେ ତୁହାକୁ ତୁହା ବର୍ଷା, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ - Heavy rain alert

ଏହି ଜିଲ୍ଲାରେ ପ୍ରବଳ ବର୍ଷିବ:

ବଜ୍ରପାତ ସହ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି, ବାଲେଶ୍ବର, ବରଗଡ଼ ଏବଂ ନୂଆପଡ଼ା ।

ଏହା ବି ପଢନ୍ତୁ...ମନ୍ଦିର ଉପରେ ପଡିଲା ବଜ୍ରାଘାତ; ବଙ୍କା ହୋଇଗଲା ମନ୍ଦିର ଚୂଳି, ଖସିଲା ପଥର - stone fell from temple

ଲଘୁଚାପ ପ୍ରଭାବରେ ବର୍ଷା:

ଗତ 16 ତାରିଖ ସକାଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଏବଂ ତତସଂଲଗ୍ନ ବାଂଲାଦେଶ ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏହି ଲଘୁଚାପ କ୍ଷେତ୍ର ସହ ଜଡିତ ଘୂର୍ଣ୍ଣିବଳୟର ବ୍ୟାପ୍ତି ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ରହିଥିଲା । ଅନ୍ୟପଟେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ମଧ୍ୟ ଉପୁଜିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.