ETV Bharat / state

'କଟକରେ ଏବେ ବି ଲୁଚିଛନ୍ତି ଅନେକ ଲିଙ୍ଗ ନିରୂପଣକାରୀ ଡାକ୍ତର'

author img

By ETV Bharat Odisha Team

Published : Feb 10, 2024, 10:26 PM IST

Illegal Sex Determination: ଖୁବ ଶୀଘ୍ର କଟକରେ ବେଆଇନ ନର୍ସିଂ ହୋମ ଉପରେ ଚଢାଉ କରାଯିବ । 200ରୁ ଉର୍ଦ୍ଧ୍ବ ଘରୋଇ ଆଇନ୍ ସମ୍ମତ ଥିଲାବେଳେ ଅବଶିଷ୍ଟ ନର୍ସିଂ ହୋମଗୁଡ଼ିକ ବେଆଇନ ଭାବେ ଚାଲିଥିବା କହିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମକରନ୍ଦ ବେଉରା । ଅଧିକ ପଢନ୍ତୁ

'କଟକରେ ଏବେ ବି ଲୁଚିଛନ୍ତି ଅନେକ ଲିଙ୍ଗ ନିରୂପଣକାରୀ ଡାକ୍ତର'
'କଟକରେ ଏବେ ବି ଲୁଚିଛନ୍ତି ଅନେକ ଲିଙ୍ଗ ନିରୂପଣକାରୀ ଡାକ୍ତର'
'କଟକରେ ଏବେ ବି ଲୁଚିଛନ୍ତି ଅନେକ ଲିଙ୍ଗ ନିରୂପଣକାରୀ ଡାକ୍ତର'

କଟକ: କଟକରେ ଲିଙ୍ଗ ନିରୂପଣ ଠାବ ଘଟଣା । ସ୍କାନରରେ ଆହୁରି ଅନେକ ଡାକ୍ତର ରହିଛନ୍ତି । ଯେଉଁମାନେ ବେଆଇନ ଭାବରେ ଲିଙ୍ଗ ନିରୂପଣ କରୁଛନ୍ତି । ସେମାନଙ୍କ ଉପରେ ତ୍ୱରିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମକରନ୍ଦ ବେଉରା । ଗତକାଲି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଯାଞ୍ଚ କମିଟି ପକ୍ଷରୁ ଫ୍ରେଣ୍ଡସ କଲୋନୀ ଠାରେ ସରକାରୀ ଚିକିତ୍ସକ ଡାକ୍ତର ପୁଣ୍ୟଶ୍ଲୋକ ଦାସଙ୍କର ବାସଭବନରେ ଚଢ଼ାଉ କରି ଭୃଣ ଲିଙ୍ଗ ନିରୂପଣ ପ୍ରଣାଳୀ ମେସିନ ଜବତ କରିଥିଲା ।ଏଥି ସହିତ ଜଣେ ଗ୍ରାହକଙ୍କୁ ମଧ୍ୟ ଚିହ୍ନଟ କରିଥିଲା । ଯାଞ୍ଚ ଦଳ କିଛି ଗୁରୁତ୍ବ ପୂର୍ଣ୍ଣ କାଗଜ ସହ ଯନ୍ତ୍ରପାତି ଏବଂ ଟଙ୍କା ମଧ୍ୟ ଜବତ କରିଥିଲା ।

ଦୀର୍ଘ ଦିନ ହେବ ଏଠାରେ ଲୁଚା ଛପାରେ ବେଆଇନ୍ ଭାବରେ ଭୃଣ ଲିଙ୍ଗ ନିରୂପଣ କରାଯାଇଥିଲା ବୋଲି ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଅଭିଯୋଗକୁ ଭିତ୍ତି କରି ସରକାରୀ ଚିକିତ୍ସକ ଯାଞ୍ଚ ଦଳ ଡାକ୍ତରଙ୍କର ବାସଭବନ ଉପରେ ଚଢାଉ କରିଥିଲେ ।ତେବେ ସନ୍ଧ୍ୟାରେ ଡାକ୍ତର ସମେତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଏଠାରେ ସୂଚାଇ ଦିଆଯାଇ ପାରେ କଟକ ସହରରେ କେତେକ ଘରୋଇ ନର୍ସିଂ ହୋମ ଠାରେ ଲୁଚା ଛପାରେ ଭୃଣ ଲିଙ୍ଗ ନିରୂପଣ ଚାଲିଛି । ଗତ କିଛି ମାସ ପୂର୍ବେ ମଙ୍ଗଳାବାଗ ଅଞ୍ଚଳରେ ଏକ ଘରୋଇ ନର୍ସିଂ ହୋମରୁ ଭୃଣ ଲିଙ୍ଗ ଯନ୍ତ୍ର ଜବତ କରାଯାଇଥିଲା । କଟକ ସହରରେ 200ରୁ ଊର୍ଦ୍ଧ୍ବ ଘରୋଇ ନର୍ସିଂ ହୋମ ଆଇନ୍ ସମ୍ମତ ଥିଲାବେଳେ ଅବଶିଷ୍ଟ ନର୍ସିଂ ହୋମ ଗୁଡ଼ିକ ବେଆଇନ ଭାବେ ଚାଲିଥିବା କହିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମକରନ୍ଦ ବେଉରା ।

ଏହା ମଧ୍ୟ ପଢନ୍ତୁ .....ବେଆଇନ୍ ଲିଙ୍ଗ ନିରୂପଣ ଘଟଣାରେ ଡାକ୍ତର ସମେତ ପାଞ୍ଚ ଗିରଫ

ସେ କହିଛନ୍ତି," କର୍ମଚାରୀ ଅଭାବରୁ ନିୟମିତ ଭାବରେ ଯାଞ୍ଚ ହୋଇପାରୁ ନାହିଁ । ଏହି କାର୍ଯ୍ୟ କରିବା ପାଇଁ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । କଟକ ସହର ସମେତ ଗ୍ରାମାଞ୍ଚଳରେ କନ୍ୟାଭ୍ରୂଣ ହତ୍ୟା ହେଉଛି ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଛି ।"

ସେ ଆହୁରି ମଧ୍ୟ କହିଛନ୍ତି," ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ନିଷିଦ୍ଧ ହୋଇଥିଲା ବେଳେ ସହରଗୁଡ଼ିକରେ ଏହା ବ୍ୟାପକ ଭାବରେ ଚାଲିଛି ।କନ୍ୟା ଭୃଣ ହତ୍ୟାର ହାର ଦିନକୁ ଦିନ ବଢ଼ିବାରେ ଲାଗିଛି ।ଏହା ଏକ ଉଦବେଗ ଜନିତ ସ୍ଥିତି ଦେଇ ଗତି କରୁଛି । ସହରରେ ଏବେ ବି ଲୁଚିଛନ୍ତି ଅନେକ ଲିଙ୍ଗ ନିରୂପଣକାରୀ ଡାକ୍ତର ।ତେବେ ତ୍ୱରିତ ଡ଼ଙ୍ଗରେ ଏହା ବିରୋଧରେ ଦୃଡ଼ କାର୍ଯ୍ୟନୁଷ୍ଠାନ ନିଆଯିବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.