ETV Bharat / state

ରାସନ କାର୍ଡ EKYCକୁ ନେଇ ଆସିଲା ବଡ଼ ଅପଡେଟ୍, ଏମିତି କହିଲେ ମନ୍ତ୍ରୀ - RATION CARD VERIFICATION

author img

By ETV Bharat Odisha Team

Published : 2 hours ago

RATION CARD VERIFICATION: ରାସନ କାର୍ଡ EKYC କରିନାହାନ୍ତି କି ? ରାସନ ବନ୍ଦ ହୋଇଯିବ କି ? ନାଁ ବାଦ୍ ପଡ଼ିବ କି ? ଏମିତି କହିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

RATION CARD VERIFICATION
RATION CARD VERIFICATION (ETV Bharat Odisha)

କଟକ: ରାସନ କାର୍ଡ ଲାଗି Ekyc କରି ନଥିଲେ ଫିଜିକାଲ୍ ଭେରିଫିକେସନ୍ ହେବ । ପାର୍ବଣ ସମୟରେ ଅପମିଶ୍ରିତ ଖାଇବା ସାମଗ୍ରୀ ଉପରେ ହେବ ଜୋରଦାର ଚଢ଼ାଉ । ଅକ୍ଟୋବର ମାସରୁ ମିଳିବ ଗହମ । କଟକରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପୂର୍ବ ପ୍ରାନ୍ତର ସୁବର୍ଣ୍ଣ ଜୟନ୍ତୀରେ ଏଭଳି କିଛି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ରାସନ କାର୍ଡ ଫିଜିକାଲ୍ ଭେରିଫିକେସନ:

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କହିଛନ୍ତି," Ekyc ସରିଲେ ମଧ୍ୟ ରାସନ ମିଳିବ । ରାସନ ବନ୍ଦ ହେବ ନାହିଁ । ରାସନ କାର୍ଡ ଲାଗି Ekyc କରି ନଥିଲେ ଫିଜିକାଲ୍ ଭେରିଫିକେସନ୍ ହେବ । ଫିଜିକାଲ୍ ଭେରିଫିକେସନରେ ଫେଲ୍ ହେଲେ ରାସନ୍ କାର୍ଡରୁ ନାଁ ବାଦ୍ ପଡ଼ିବ । ଏହାସହ ଗହମ ଲାଗି କେନ୍ଦ୍ରମନ୍ତ୍ରୀ ଅର୍ଡର କରିସାରିଛନ୍ତି । ଚିଠି ଆମକୁ ଆସି ଯାଇଛି । ଆସନ୍ତା ଅକ୍ଟୋବରରୁ ଗହମ ମିଳିବ ।"

ଅପମିଶ୍ରିତ ଖାଦ୍ୟ ଉପରେ କଡ଼ା ନଜର:

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,"ପାର୍ବଣ ସମୟରେ ଅପମିଶ୍ରିତ ଖାଇବା ସାମଗ୍ରୀ ଉପରେ ହେବ ଜୋରଦାର ଚଢ଼ାଉ । ଦୁଗ୍ଧ ଜାତୀୟ ସାମଗ୍ରୀ ଉପରେ ରହିବ ବିଶେଷ ନଜର । ବିଭିନ୍ନ ପ୍ରକାର ମିଠା ବ୍ୟବସାୟକୁ ମଧ୍ୟ ବାଦ ଦିଆଯିବନି । ସବୁଠି ହେବ ଯାଞ୍ଚ । ଏନେଇ ଏନ୍ଫୋର୍ସମେଣ୍ଟ ଟିମକୁ ଦିଆଯାଇଛି ନିର୍ଦ୍ଦେଶ । ଅପମିଶ୍ରିତ ପ୍ରମାଣ ମିଳିଲେ ସଙ୍ଗେସଙ୍ଗେ ହେବ କାର୍ଯ୍ୟାନୁଷ୍ଠାନ । ଠକାମୀର ଶିକାର ହେବେନି ଗ୍ରାହକ । ଏଣିକି ଗ୍ରାହକ ମାନେ ଯେପରି ଉଚିତ୍ ମୂଲ୍ୟରେ ଉଚିତ ଜିନିଷ ପାଇବେ । କୌଣସି ଠକାମିର ଶିକାର ହେବେ ନାହିଁ ଓ ନ୍ୟାୟ ପାଇବା ପାଇଁ ସରକାର ନେଉଛନ୍ତି ଅନେକ ପଦକ୍ଷେପ ।"

କାହିଁକି ବଢୁଛି ପିଆଜ ଦର ?

ମନ୍ତ୍ରୀ କହିଛନ୍ତି,"ଓଡ଼ିଶା ସମେତ ଭାରତରେ ପିଆଜର ଦର ବୃଦ୍ଧି ପାଇଛି । ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଫଳରେ ଆଜି ଏହିଭଳି ସ୍ଥିତି ଉପୁଜିଛି । ଆଳୁ,ପିଆଜ,ଅଣ୍ଡା ଓ ମାଛ ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛୁ । ଖୁବ୍ ଶୀଘ୍ର ନୂଆ ଫସଲ ଆସିବ ଓ ସ୍ଥିତି ମଧ୍ୟ ସୁଧୁରିବ । ପିଆଜ ଆମେ ଆମଦାନୀ କରି 35 ଟଙ୍କାରେ ବିକ୍ରି କରୁଛୁ ।"

ଏହା ମଧ୍ୟ ପଢନ୍ତୁ ....କ୍ୟାବିନେଟ ବୈଠକ, କାମଧେନୁ ଯୋଜନା ସମେତ ୭ ପ୍ରସ୍ତାବ ଉପରେ ବାଜିଲା ମୋହର - Cabinet Meeting

ଏହା ମଧ୍ୟ ପଢନ୍ତୁ ....ଅକ୍ଟୋବରରୁ ଓଡ଼ିଶାରେ ରାସନରେ ଗହମ, ମୋହନ ମାଝୀ ସରକାରଙ୍କ କଥା ରଖିଲା କେନ୍ଦ୍ର - wheat for Ration card holders

ଏହା ମଧ୍ୟ ପଢନ୍ତୁ ....ଆଳୁ ଚାଷରେ ସୁନାମ ଆଣିଲା କୋରାପୁଟ, ଚାଷୀଙ୍କୁ ପ୍ରଶଂସାରେ ପୋତିଲେ ବିହାର ଚାଷୀ - Koraput Potato Farming

୫୮ଟି ଶୀତଳ ଭଣ୍ଡାର ନିର୍ମାଣ ହେବ:

ରାଜ୍ୟରେ ଶୀତଳ ଭଣ୍ଡାରକୁ ନେଇ ପତିକ୍ରିୟାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି," ରାଜ୍ୟରେ ଶୀତଳ ଭଣ୍ଡାର ନାହିଁ । ରାଜ୍ୟର ୫୮ଟି ସବ୍ ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ । ଯାହାଆଗକୁ ଏହିଭଳି ସ୍ଥିତିର ମୁକାବିଲା କରିବା ପାଇଁ ସହାୟ ହେବ । "

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.