ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ IAS ନିକୁଞ୍ଜ ଧଳ - IAS officer Nikunja Bihari Dhal

author img

By ETV Bharat Odisha Team

Published : Jun 30, 2024, 8:27 PM IST

Updated : Jun 30, 2024, 9:07 PM IST

IAS officer Nikunja Bihari Dhal: ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ହେଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

IAS officer Nikunja Bihari Dhal
IAS officer Nikunja Bihari Dhal (ETV Bharat Odisha)

ଭୁବନେଶ୍ବର: ଆଇଏଏସ ନିକୁଞ୍ଜ ବିହାରୀ ଧଳଙ୍କୁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ନିକୁଞ୍ଜ ବିହାରୀ ଧଳ । ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । 1993 ବ୍ୟାଚର ଏହି ବରିଷ୍ଠ ଆଇଏଏସ ଅଧିକାରୀ ନିଜ କାର୍ଯ୍ୟ ଦକ୍ଷତା ବଳରେ ବେଶ ସୁନାମ ଅର୍ଜନ କରିଛନ୍ତି ।

2024 ସାଧାରଣ ନିର୍ବାଚନ ପରିଚାଳନାରେ ତାଙ୍କର ଦକ୍ଷତା ପ୍ରତିପାଦିତ କରିଥିଲେ ନିକୁଞ୍ଜ । ସ୍ବଚ୍ଛତା ସହ ନିର୍ବାଚନ ପରିଚାଳନା କରିଥିଲେ ନିକୁଞ୍ଜ । 2024 ନିର୍ବାଚନରେ ବିଜେପିର ସଫଳତା ପଛରେ ନିକୁଞ୍ଜଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଭାରତୀୟ ନିର୍ବାଚନ ଆୟୋଗ (ECI)ଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିଥିଲେ ନିକୁଞ୍ଜ । ରାଜ୍ୟରେ ବିଜେପି ସରକାରରେ ଆସିବା ପରଠାରୁ ନିକୁଞ୍ଜଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିବା ନେଇ ପାୱାର କରିଡରରେ ଆଲୋଚନା ଲାଗି ରହିଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ IAS ନିକୁଞ୍ଜ ଧଳ
ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ IAS ନିକୁଞ୍ଜ ଧଳ (CMO)

କୋଭିଡ ସମୟରେ ସେ ନିଜ ବାପାଙ୍କ ବିୟୋଗ ସମୟରେ ଛୁଟି ନ ନେଇ କୋଭିଡ ଡ୍ୟୁଟି ପରିଚାଳନା କରିଥିଲେ । ସେ ସ୍ବାସ୍ଥ୍ୟ ବିଭାଗର ସଚିବ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ରାଜ୍ୟବାସୀଙ୍କ ସେବାରେ ସେ ନିଜକୁ ସମର୍ପି ବେଶ ନିପୁଣ ଭାବେ ସେ ନିଜର ଦାୟିତ୍ବ ତୁଲାଇ ଆସିଛନ୍ତି । ନିକୁଞ୍ଜ ଦଳ ପୂର୍ବରୁ ଶକ୍ତି, ସ୍ବାସ୍ଥ୍ୟ ଏବଂ ବଡ଼ ବଡ଼ ବିଭାଗର ଦାୟିତ୍ବ ନେଇଛନ୍ତି । ନିକୁଞ୍ଜ ଧଳ ଜଣେ ଅଭିଜ୍ଞ ସମ୍ପନ୍ନ ପ୍ରଶାସକ ।

ଏହା ବି ପଢନ୍ତୁ- ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ଆହୁଜା

ଅନ୍ୟପଟେ ଆଜି ଅପରାହ୍ନରେ ମନୋଜ ଆହୁଜା ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଠାରୁ ମନୋଜ ଦାୟିତ୍ବ ଭାର ଗ୍ରହଣ କରିଛନ୍ତି । 1990 ବ୍ୟାଚ ଓଡ଼ିଶା କ୍ୟାଡରର ଆଇଏଏସ ହେଉଛନ୍ତି ମନୋଜ । ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ ପାଇଁ ଆଇଏଏସ ମନୋଜ ଆହୁଜା ଆଜି ଦିଲ୍ଲୀରୁ ବିମାନ ଯୋଗେ ରାଜଧାନୀ ଭୁବନେଶ୍ୱର ପହଞ୍ଚିଥିଲେ । 39 ବର୍ଷ ପରେ ଜଣେ ଅଣ ଓଡ଼ିଆ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 30, 2024, 9:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.