ETV Bharat / state

ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ଆହୁଜା - Manoj Ahuja Takes Charge

author img

By ETV Bharat Odisha Team

Published : Jun 30, 2024, 4:28 PM IST

Chief Secretary Of Odisha Manoj Ahuja: ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ବ ନେଲେ ଆଇଏଏସ ମନୋଜ ଆହୁଜା । ଲୋକସଭା ଭବନରେ ଦାୟିତ୍ବ ନେଇଛନ୍ତି ମନୋଜ । ଅଧିକ ପଢ଼ନ୍ତୁ

Chief Secretary Of Odisha Manoj Ahuja
Chief Secretary Of Odisha Manoj Ahuja (ETV Bharat Odisha)

ଭୁବନେଶ୍ବର: ଓଡିଶାର ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ବ ନେଲେ ଆଇଏଏସ ମନୋଜ ଆହୁଜା । ରାଜ୍ୟ ଲୋକସଭା ଭବନରେ ଦାୟିତ୍ବ ନେଇଛନ୍ତି ମନୋଜ । ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଠାରୁ ଦାୟିତ୍ବ ନେଇଛନ୍ତି ମନୋଜ । 1990 ବ୍ୟାଚ ଓଡ଼ିଶା କ୍ୟାଡରର ଆଇଏଏସ ହେଉଛନ୍ତି ମନୋଜ । ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ ପାଇଁ ଆଇଏଏସ ମନୋଜ ଆହୁଜା ଆଜି ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିଥିଲେ ।

Manoj Ahuja
Manoj Ahuja (ETV Bharat Odisha)

1990 ବ୍ୟାଚର ବରିଷ୍ଠ IAS ଅଫିସର ମନୋଜ ଆହୁଜା, ଓଡ଼ିଶାରେ କ୍ରୀଡା ଏବଂ ଯୁବ ବ୍ୟାପାର, ସମବାୟ ଭଳି ବିଭିନ୍ନ ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ । ମନୋଜ ଆହୁଜାଙ୍କ ଓଡିଶା ରାଜନୀତି, ଭୌଗଳିକ ପରିସୀମା, ପାୱାର କରିଡର ବିଷୟରେ ଖୁବ ଅନୁଭୂତି ରହିଛି । ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ମନୋଜ । 2017ରେ ମନୋଜ କେନ୍ଦ୍ରୀୟ ଡେପୁଟେସନରେ ଦିଲ୍ଲୀ ଯାଇଥିଲେ । ମନୋଜ ଆହୁଜା ଦିଲ୍ଲୀରେ କୃଷି ଏବଂ କୃଷକ ସସକ୍ତକରଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ ।

ମୁଖ୍ୟ ସଚିବ ଥିବା ପ୍ରଦୀପ ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଆଜି ଶେଷ ହୋଇଛି । ଆଜି ଠାରୁ ମନୋଜ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି । ମନୋଜ ଆହୁଜା ହେଉଛନ୍ତି ଓଡ଼ିଶାର 45 ତମ ମୁଖ୍ୟ ଶାସନ ସଚିବ । କିଛି ଦିନ ତଳେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମନୋଜଙ୍କୁ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ନେଇ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ: ରଥଯାତ୍ରାଠୁ ବଜେଟ, ସାମ୍ନା କରିବେ ଏସବୁ ଚ୍ୟାଲେଞ୍ଜ - Manoj Ahuja New Chief Secretary

ତେବେ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳର ଆଜି ଶେଷ ଦିନ । ପ୍ରଦୀପଙ୍କ ପରେ କିଏ ରାଜ୍ୟ ମୁଖ୍ୟ ଶାସନ ସଚିବ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏସବୁ ଭିତରେ ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ କେନ୍ଦ୍ରରୁ ଓଡ଼ିଶାକୁ ଫେରାଇ ଅଣାଯାଇଥିଲା । ମନୋଜ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବୋଲି ଆଲୋଚନା ହେଉଥିଲା । ୨୮ ଜୁନ୍‌ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବରେ ମନୋଜ ଆହୁଜାଙ୍କ ନାଁ ଉପରେ ମୋହର ମାରିଥିଲେ ରାଜ୍ୟ ସରକାର । ଆଉ ଆଜି ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ବ ନେଇଛନ୍ତି ମନେଜ ଆହୁଜା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.