ETV Bharat / state

ବଲାଙ୍ଗୀର ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଗୌରବ ଶିବାଜୀ ଇସଲୱାର, କହିଲେ ବିକାଶ କାର୍ଯ୍ୟକୁ ଗୁରୁତ୍ବ ଦେବି

New Collector of Balangir: ବଲାଙ୍ଗୀରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଗୌରବ ଶିବାଜୀ ଇସଲଓ୍ବାର । ଅଧିକ ପଢନ୍ତୁ

New Collector of Balangir
New Collector of Balangir
author img

By ETV Bharat Odisha Team

Published : Feb 1, 2024, 3:03 PM IST

Updated : Feb 1, 2024, 3:17 PM IST

New Collector of Balangir

ବଲାଙ୍ଗୀର: ବଲାଙ୍ଗୀରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଗୌରବ ଶିବାଜୀ ଇସଲଓ୍ବାର । ନୂତନ ଜିଲ୍ଲାପାଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ପୂର୍ବତନ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ବିଦାୟ ଦିଆଯାଇଥିଲା । ତେବେ ଦାୟିତ୍ବ ଗ୍ରହଣ ପରେ ନୂଆ ପ୍ରକଳ୍ପ ତ୍ୱରାନ୍ୱିତ କରିବା ସହ ଆଗାମୀ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଜିଲ୍ଲାପାଳ ଗୌରବ ଶିବାଜୀ ।

ସେ କହିଛନ୍ତି ଯେ, ଆଗକୁ ନିର୍ବାଚନ ରହିଛି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଇନଶୃଙ୍ଖଳା ପରିସ୍ଥିତି କିପରି ସୂଚାରୁ ରୁପେ ରହିବ । ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ । ତେଣୁ ଏହା ଆମ ପାଇଁ ବହୁତ ବଡ ଚ୍ୟାଲେଞ୍ଜ । ସେହିପରି ବିକାଶ ମୂଳକ କାମକୁ ପ୍ରାଥମିକତା ଦିଆଯିବ । ବଲାଙ୍ଗୀର ଜିଲ୍ଲା ଏକ ପଛୁଆ ଜିଲ୍ଲା ଭାବରେ ସାରା ଦେଶରେ ପରିଗଣିତ । ସେହିପରି ରାଜନୈତିକ ଦୃଷ୍ଟିରୁ ଏହି ଜିଲ୍ଲା ବହୁ ଗୁରୁତ୍ବ ବହନ କରି ଆସିଛି । ତେବେ ଏଠି ପ୍ରଶାସନ ପାଇଁ ସବୁବେଳେ କାମ କରିବା ଏକ ପ୍ରକାରର କଠିନ ହୋଇ ଆସିଥାଏ । ଏହି ଜିଲ୍ଲାର ବିକାଶ ପାଇଁ ଲୋକଙ୍କ ପାଖକୁ ସବୁ ସରକାରୀ ଯୋଜନା ଯେମିତି ପହଞ୍ଚିବ ତା ପାଇଁ କାମ କରିବେ ବୋଲି କହିଛନ୍ତି ।

ସେହିପରି ଏହି ଜିଲ୍ଲା ପାଇଁ ଥିବା ନୂଆ ଯୋଜନା ଓ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବେ । ସମାନ ଭାବରେ ଏଠି ଚାଲିଥିବା ସବୁ ଛୋଟ ବଡ ପ୍ରକଳ୍ପର କାମ ମଧ୍ୟ ସେ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏଥିସହ ବଲାଙ୍ଗୀର ଜୀବନ ରେଖା ଲୋୟର ସୁକତେଲ ପ୍ରକଳ୍ପ ମଧ୍ୟ ସମ୍ପୂର୍ଣ୍ଣ କରିବା ତାଙ୍କର ପ୍ରାଥମିକତା ବୋଲି ସେ କହିଛନ୍ତି । ତେବେ ଏହା ପାଇଁ ସେ ଖୁବ ଶୀଘ୍ର ବୈଠକ ଡାକିବେ ଓ ବିସ୍ଥାପନ ସମସ୍ୟା ଠାରୁ ନେଇ ପ୍ରକଳ୍ପର ବିଭିନ୍ନ ସମସ୍ୟା ବୁଝିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାୟଗଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ସତ୍ୟବାନ ମହାଜନ

ପ୍ରକାଶ ଥାଉକି, ଏଠିକାର ପୂବର୍ତନ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଲୋକାଭିମୁଖୀ କାମ ପାଇଁ ସେ ଚର୍ଚ୍ଚିତ ଥିଲେ । 23 ବର୍ଷରୁ ବନ୍ଦ ହୋଇ ପଡ଼ିଥିବା ବଲାଙ୍ଗୀର ଜୀବନ ରେଖା କାମକୁ ତ୍ୱରାନ୍ୱିତ କରି ପ୍ରାୟତଃ ତାକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହୋଇଥିଲେ। ଯାହା ପାଇଁ ବଲାଙ୍ଗୀରବାସୀ ତାଙ୍କୁ ପ୍ରଶଂସା କରି ଆସୁଥିଲେ । ସେହିପରି ରାଜନୈତିକ ଗୁଋତ୍ୱ ବହନ କରୁଥିବା ଜିଲ୍ଲାରେ ସେ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରଖି ବିକାଶ କାମ କରିବାରେ ସଫଳ ହୋଇଥିଲେ । ତେବେ ନୂଆ ଜିଲ୍ଲାପାଳ ମଧ୍ୟ ଅନୁରୂପ କାର୍ଯ୍ୟ ତୁଲାଇବେ ବୋଲି ଆଶା କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Feb 1, 2024, 3:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.