ETV Bharat / state

6 ବର୍ଷ ଝିଅ ଆଗରେ ପତ୍ନୀକୁ ୩୩ ଥର ଛୁରୀ ଭୁସି ହତ୍ୟା, ପତ୍ନୀହନ୍ତାକୁ ଏହି ଦଣ୍ଡ ଦେଲେ କୋର୍ଟ - Husband Awarded Death Sentence

author img

By ETV Bharat Odisha Team

Published : Aug 1, 2024, 6:08 PM IST

Husband Awarded Death Sentence: ରକ୍ଷକ ସାଜିଥିଲା ଭକ୍ଷକ । ନିଜ ପତ୍ନୀଙ୍କୁ 6 ବର୍ଷର ଝିଅ ଆଗରେ 33ଥର ଛୁରୀ ଭୁସି ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଏହି ଘଟଣାରେ କୋର୍ଟ ଆଜି ରାୟ ଶୁଣାଇଛନ୍ତି । ଅଧିକ ପଢନ୍ତୁ

Husband Awarded Death Sentence
Husband Awarded Death Sentence (ETV Bharat Odisha)

ଭୁବନେଶ୍ବର: ନିର୍ମମ, ବୀଭତ୍ସ ଓ ନୃଶଂସ ହତ୍ୟାକାଣ୍ଡ ଘଟଣାରେ ରାୟ ଶୁଣାଇଲେ କୋର୍ଟ । ନିଜ ପତ୍ନୀକୁ ୩୩ ଥର ଛୁରୀ ଭୁସି ଓ ନିଜର ଜନ୍ମ କଲା ଝିଅକୁ ତଣ୍ଟି କାଟିବା ଭଳି ନୃଶଂସ ଘଟଣାରେ ଆଜି କୋର୍ଟ ଅଭିଯୁକ୍ତ ସ୍ବାମୀ ତଥା ବାପାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଭରତପୁର ଥାନା ଘାଟିକିଆ ସରସ୍ବତୀ ଦାସ ହତ୍ୟା ମାମଲାରେ ଖୋର୍ଦ୍ଧା ୨ୟ ଅତିରିକ୍ତ ଜିଲ୍ଲା ଦୋରାଜଜ କୋର୍ଟ ଜଜ୍ ବନ୍ଦନା କର ଏଭଳି ରାୟ ପ୍ରକାଶ କରିଛନ୍ତି । ଏନେଇ ସରକାରୀ ଓକିଲ ସଲିଳ କୁମାର‌ ପ୍ରଧାନ ସୂଚନା ଦେଇଛନ୍ତି ।

HUSBAND AWARDED DEATH SENTENCE (ETV Bharat Odisha)

ସରକାରୀ ଓକିଲ ସଲିଳ କୁମାରଙ୍କ କହିଛନ୍ତି, "ଏହି ଘଟଣା ଏକ ବିରଳରୁ ବିରଳତମ ଘଟଣା । ଯେଉଁଠି ଗୋଟିଏ ପରିବାରର ସ୍ବାମୀ ନିଜ ପତ୍ନୀ ଓ ସନ୍ତାନଙ୍କ ରକ୍ଷାକର୍ତ୍ତା ସାଜିଥାଏ, ଏଠି ସେହି ସାଜିଛି କାଳ । ଗତ ୯ଜୁନ ୨୦୨୨ରେ ସରସ୍ବତୀ ଦାସଙ୍କୁ ତାର ସ୍ବାମୀ ଅତି ନିର୍ମମ ଭାବେ ନିଜ ଦୁଇ ଛୁଆଙ୍କ ସାମ୍ନାରେ ୩୩ଥର‌ ଛୁରି ଭୁସି ହତ୍ୟା କରିଥିଲା । ଏହାସହ ଗୋଟେ ଛୁଆକୁ ମଧ୍ୟ ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିଲା । ଏଭଳି ନୃଶଂସ ହତ୍ୟାକାଣ୍ଡ ମାମଲାରେ ୬ବର୍ଷ ଝିଅର ସାକ୍ଷ୍ୟ, ୧୫ଜଣଙ୍କ ସାକ୍ଷ୍ୟ ସହ ସାଇଣ୍ଟିଫିକ ପ୍ରମାଣ ଆଧାରରେ ୨ୟ ଅତିରିକ୍ତ ଜିଲ୍ଲା ଦୋରାରଜଜ କୋର୍ଟ ସ୍ବାମୀକୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି ।"

ଘଟଣା କ୍ରମ ଏମିତି ଥିଲା:-

2022 ଜୁନ 9 ତାରିଖ । ଦିନ‌ ପ୍ରାୟ ୧୧ଟାରେ ଭରତପୁର ଥାନା ଅନ୍ତର୍ଗତ ଘାଟିକିଆରେ ଅଭିଯୁକ୍ତ ସଞ୍ଜିତ ଦାସ ନିଜ ପତ୍ନୀ ସରସ୍ବତୀ ଦାସଙ୍କୁ ଟଙ୍କା ମାଗିଥିଲା । ଟଙ୍କା ନ ଦେବାକୁ ମନା କରିବାରୁ ସ୍ବାମୀ ସଞ୍ଜିତ ପାଖରେ ଥିବା ଏକ ଛୁରୀରେ ପତ୍ନୀକୁ ଆକ୍ରମଣ କରିଥିଲା । ତାଙ୍କ ଶରୀରକୁ ୩୩ଥର ଆକ୍ରମଣ କରି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲା । ଏପରିକି ପାଖରେ ୬ବର୍ଷର ଝିଅ ମଧ୍ୟ ଏସବୁ ଦେଖୁଥିଲା । ପରେ ଝିଅର ତଣ୍ଟି କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ହେଲେ ପତ୍ନୀର ମୃତ୍ୟୁ ପରେ ଆକ୍ରମଣର ଶିକାର ଝିଅ ଛଟପଟ ହେଉଥିବା ବେଳେ ପାଖରେ ଖଟ ଉପରେ ତିନିଦିନର ଛୁଆ ମଧ୍ୟ ଥିଲା । ବଡ଼ ଝିଅ ପରେ ହସ୍ପିଟାଲକୁ ସ୍ଥାନାନ୍ତର ପରେ ଦୀର୍ଘ 3ମାସ ପରେ 6 ବର୍ଷର ଝିଅଟି ଜୀବନ ଫେରିପାଇଥିଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ବାମୀ ସଞ୍ଜିତକୁ ଗିରଫ କରିଥିଲା । ପରେ ଏନେଇ ସାଇଣ୍ଟିଫିକ ପ୍ରମାଣ ଓ ଅନ୍ୟାନ୍ୟ ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଚାର୍ଜସିଟ୍ ହୋଇଥିଲା ।

Bhubaneswar Session Court
Bhubaneswar Session Court (ETV Bharat Odisha)

ବାପା ବିରୋଧରେ ଝିଅ ଦେଇଥିଲା ସାକ୍ଷୀ:-

ଏହି ବୀଭତ୍ସ ଘଟଣାର ପ୍ରମୁଖ ପ୍ରତ୍ୟକ୍ଷଦର୍ଶୀ ଥିଲେ ଅଭିଯୁକ୍ତର ଜନ୍ମ କଲା ବଡ଼ ଝିଅ । ଯିଏକି ନିଜର ଆଖି ସାମ୍ନାରେ‌ ବାପାର ବୀଭତ୍ସ ରୂପ ଦେଖିଥିଲା । ଆଖି ସାମ୍ନାରେ ଗୋଟିଏ ପଟେ ତିନି ଦିନର ଭଉଣୀ କୁଆଁ କୁଆଁ କାନ୍ଦୁଥିଲା ଆଉ ଏପଟେ ବାପା ତାର ମା'କୁ ଆଖି ହତ୍ୟା କରିଥିଲା । ହତ୍ୟାକାରୀ ବାପା ବିରୋଧରେ କୋର୍ଟରେ ସାକ୍ଷୀ ଦେଇଥିଲେ 6ବର୍ଷର ଝିଅ ଏବେ ଯାହାକୁ ମାତ୍ର ୮ବର୍ଷ । ହତ୍ୟାକାରୀ ବାପାର କାରନାମା ଜଜଙ୍କ ସାମ୍ନାରେ ବଖାଣିଥିଲା କୁନି ଝିଅ ।

ଟଙ୍କାର ଥିଲା ହତ୍ୟାର ମୁଖ୍ୟ କାରଣ:-

ଅଭିଯୁକ୍ତ ସଞ୍ଜିତ ଦାସ ଜଣେ ବେରୋଜଗାର ଥିଲେ । କୌଣସି କାମଧନ୍ଦା କରୁନଥିଲେ । ଅନେକ ସମୟରେ ଟଙ୍କା ମାଗି ନେଇ ବଦ ଖର୍ଚ୍ଚ କରୁଥିଲେ । ଦୁଇ ଝିଅଙ୍କୁ ନେଇ ପରିବାର ଚଳାଇବା କଷ୍ଟକର ଥିଲା । କାରଣ ଏକମାତ୍ର ସରସ୍ବତୀ ହିଁ ରୋଜଗାରିଆ ଥିଲେ । ଯିଏକି ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରି ସ୍ବାମୀ ଓ ଦୁଇ ଝିଅଙ୍କ ପ୍ରତିପୋଷଣ କରୁଥିଲେ । ଅନେକ ସମୟରେ ସ୍ବାମୀ ତାଙ୍କଠୁ ଟଙ୍କା ନେଉଥିଲେ । ଟଙ୍କା ପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହେଉଥିଲା । ସେଦିନ ଟଙ୍କା ଦେବାକୁ ସରସ୍ବତୀ ମନା କରି ଦେଇଥିଲେ । ଯାହାକୁ ନେଇ ହତ୍ୟା କରିଥିବା ପୋଲିସ ପ୍ରମାଣ ସଂଗ୍ରହ ବେଳେ ଜଣାପଡ଼ିଥିଲା ।

କାହିଁକି ଫାଶୀ ଦଣ୍ଡ ହେଲା ?

ସମସ୍ତ ଘଟଣାକୁ ବିଚାରକୁ ଦେଖି କୋର୍ଟ ଆଗରେ ସରକାରୀ ଓକିଲ ସଲିଳ ପ୍ରଧାନ ଯୁକ୍ତି ବାଢିଥିଲେ‌ ଯେ ଏହା ବିରଳତମ ଘଟଣା । ଯଦି ତାଙ୍କୁ କଠୋର ଦଣ୍ଡ ନ ହେବ ପୃଥିବୀରେ ସବୁ ଛୁଆଙ୍କୁ ଭରସା ବାପାଙ୍କ ଉପରୁ ଉଠିଯିବ । କାରଣ ଏକ ସ୍ବାମୀ ଓ ବାପା ହେଉଛି ତା ପରିବାରର ରକ୍ଷା କର୍ତ୍ତା । ରକ୍ଷକ ହୋଇ ଯେଭଳି ନିର୍ମମ ହତ୍ୟା କଲା ତେଣୁ ଦଫା ୩୦୨ରେ ମୃତ୍ୟୁ, ଝିଅକୁ ତଣ୍ଟିକାଟି ବା ହତ୍ୟା ଉଦ୍ୟମ ମାମଲାରେ ଦଫା ୩୦୭ରେ ଆଜୀବନ କାରାଦଣ୍ଡ ସହ ମରଣାନ୍ତକ ଆକ୍ରମଣ ବା ଅସ୍ତ୍ରରେ ଗଭୀର‌ କ୍ଷତାକ୍ତ କରିବା ଦଫା ୩୨୬ରେ ତମାମ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ଯୁକ୍ତି ବାଢ଼ିଥିଲେ । ଅନ୍ୟପଟେ ପ୍ରତିପକ୍ଷ ଓକିଲଙ୍କ ପକ୍ଷରୁ ସଜ୍ଜା କମ କରାଯାଉ ବୋଲି ଦାବି କରିଥିଲେ ସୁଧା ଏନେଇ ଘଟଣାର ସ୍ପର୍ଷକତା ଦେଖି କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଏହା ବି ପଢନ୍ତୁ- ଭାତ ରାନ୍ଧିନଥିଲା ସ୍ତ୍ରୀ, ଇଟାରେ ଛେଚି ହତ୍ୟା କଲା ସ୍ବାମୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.