ETV Bharat / state

ରାଜପଥ ପାଇଁ ଟନେଲ୍ ନିର୍ମାଣ, ବିସ୍ଥାପନ ଭୟରେ 102 ପରିବାର ! - Many families to face displacement

author img

By ETV Bharat Odisha Team

Published : Jul 30, 2024, 11:52 AM IST

National high way to make tunnel thousands of people start protest: ବିସ୍ଥାପନ ହେବାକୁ ଥିବାରୁ ଥଇଥାନ ଦାବିରେ ସମ୍ବଲପୁର ମହାନଗର ନିଗମର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି କମିଶନରଙ୍କୁ ଭେଟିବାକୁ ଚାହିଁଥିଲେ ସମ୍ଭାବ୍ୟ ବିସ୍ଥାପିତ l ତେବେ କମିଶନର ଅଭିଯୋଗ ଶୁଣାଣିରେ ମୁଖ୍ୟାଳୟ ବାହାରକୁ ଯାଇଥିବା ରୁ ଏହି ପରିବାରର ସଦସ୍ୟ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ l ଅଧିକ ପଢନ୍ତୁ

hundreds of families to face displacement
hundreds of families to face displacement (Etv Bharat Odisha)

ସମ୍ବଲପୁର: ବାସହରା ହେବା ଭୟରେ ସମ୍ବଲପୁର ମହାନଗର ର ଲକ୍ଷ୍ମୀ ଡ଼ୁମରୀ ଅଞ୍ଚଳର 102 ପରିବାର l ବିଗତ ଦିନରେ NHAI ପକ୍ଷରୁ ଏହି ପରିବାର ମାନଙ୍କୁ 7 ଦିନ ଭିତରେ ସରକାରୀ ଜମିରୁ ହଟି ଯିବାକୁ ନୋଟିସ ଯିବା ପରେ ବର୍ତ୍ତମାନ ଏହି ସବୁ ପରିବାର ଲୋକେ ଚିନ୍ତା ରେ ପଡିଛନ୍ତି l କାରଣ ଦୀର୍ଘ ବର୍ଷ ହେଲା ଏହି ପରିବାର ଗୁଡିକ ଏଠାରେ ରହି ଆସୁଛନ୍ତି l ଏଭଳି ପରିସ୍ଥିତି ରେ ନିଜ ଛୋଟ ପିଲା ଓ ପରିବାର ଲୋକଙ୍କୁ ଧରି ଏମାନେ କୁଆଡେ ଯିବେ ସେନେଇ ଚିନ୍ତାରେ ପଡିଛନ୍ତି l ତେଣୁ ଗତକାଲି (ସୋମବାର) ଲକ୍ଷ୍ମୀ ଡ଼ୁମରୀ ଅଞ୍ଚଳର ଏହି ପରିବାରର ସଦସ୍ୟ ମାନେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ବିସ୍ଥାପନ ପୂର୍ବରୁ ସମସ୍ତ ପରିବାର କୁ 4 ଡିସମିଲ ଲେଖାଏଁ ଘର ଡିହ ଜମି ଯୋଗାଇ ଦେବାକୁ ଦାବି କରିଛନ୍ତି l

ସୂଚନାଯୋଗ୍ୟ ଯେ କୋଲକାତା-ମୁମ୍ବାଇ ଜାତୀୟ ରାଜପଥ ର ସମ୍ବଲପୁର ରୁ ବୁର୍ଲା ଯିବା ବାଟରେ ଲକ୍ଷ୍ମୀ ଡ଼ୁମରୀ ପାହାଡ଼ ପଡିଥାଏ l ଏହି ପାହାଡ଼ ରେ ଟନେଲ ତିଆରି କରିବାର ପ୍ରସ୍ତାବ ରହିଛି l ତେଣୁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏହି 102 ଟି ପରିବାର ଙ୍କୁ ସରକାରୀ ଜମିରୁ ହଟି ଯିବାକୁ ନୋଟିସ ଜାରି ହୋଇଛି l ଏଭଳି ପରିସ୍ଥିତି ରେ ଏହି ପରିବାର ଗୁଡିକ ର ସଦସ୍ୟ ମାନେ ବିଗତ ଦିନରେ ସମ୍ବଲପୁର ବିଧାୟକ, ଜିଲ୍ଲାପାଳଙ୍କୁ ଭେଟି ନିଜର ସମସ୍ୟା ଜଣେଇବା ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁ ଭେଟି ଏନେଇ ଅବଗତ କରେଇ ଥିଲେ l

"ଏଭଳି ପରିସ୍ଥିତିରେ ବର୍ଷା ଦିନରେ ବିସ୍ଥାପିତ ହେଲେ କୁଆଡେ ଯିବୁ ସମସ୍ତ ପରିବାର," ଜଣେ ସମ୍ଭାବ୍ୟ ବିସ୍ଥାପିତ କହିଛନ୍ତି । "ଏପଟେ ରାଜସ୍ବ ମନ୍ତ୍ରୀ ଏହି ପରିବାର ଗୁଡିକୁ ଅନ୍ତତଃ 3 ମାସ ସମୟ ଦେବକୁ NHAI କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ," ବୋଲି କହିଛନ୍ତି ଆଉ ଜଣେ ସମ୍ଭାବ୍ୟ ବିସ୍ଥାପିତ ।

ଏହା ବି ପଢନ୍ତୁ- ମନ୍‌ କି ବାତ୍‌ରେ ସମ୍ବଲପୁର ଶାଢୀର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଜଣାଇଲେ ମୋହନ - PM Modi Mann Ki Baat

ତେବେ 3 ମାସ ପରେ ବିସ୍ଥାପନ ହେବା ଗୋଟେ ପ୍ରକାର ଥୟ ହୋଇଥିବା ବେଳେ ଏହି ସବୁ ପରିବାର ଆଜି ସମ୍ବଲପୁର ମହାନଗର ନିଗମ ର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସି କମିଶନର ଙ୍କୁ ଭେଟିବାକୁ ଚାହିଁଥିଲେ l ତେବେ କମିଶନର ଅଭିଯୋଗ ଶୁଣାଣି ରେ ମୁଖ୍ୟାଳୟ ବାହାର କୁ ଯାଇଥିବା ରୁ ଏହି ପରିବାର ର ସଦସ୍ୟ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ l ତେବେ ଆଗାମୀ 7 ଦିନ ଭିତରେ କମିଶନର ଭେଟିବେ ବୋଲି ଡେପୁଟି କମିଶନର ପ୍ରତିଶୃତି ଦେବା ପରେ ଧାରଣା ରୁ ଉଠିଥିଲେ ପରିବାର ର ସଦସ୍ୟ ମାନେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.