ETV Bharat / state

ଚାକିରି ଲୋଭ ଦେଖାଇ ନାବାଳିକାଙ୍କୁ ରାଜସ୍ଥାନରେ ବିକ୍ରି; 2 ନାବାଳିକା ଉଦ୍ଧାର, 6 ଗିରଫ - Human trafficking racket

Human trafficking racket: ସୁନ୍ଦରଗଡରେ ଚାଲିଛି ନାବାଳିକା ଚୋରାଚାଲାଣ ରାକେର୍ଟ । ପର୍ଦ୍ଦାଫାସ କରି 2 ନାବାଳିକାଙ୍କୁ ରାଜସ୍ଥାନରୁ ଉଦ୍ଧାର କଲା ପୋଲିସ । ଚାକିରି ଦେବାକୁ କହି ବିବାହ କରାଇ ଦେଉଥିଲେ ଦଲାଲ । ଅଧିକ ପଢନ୍ତୁ

Human trafficking racket
Human trafficking racket (Etv Bharat)
author img

By ETV Bharat Odisha Team

Published : Aug 20, 2024, 4:02 PM IST

ରାଉରକେଲା: ସୁନ୍ଦରଗଡରେ ଚାଲିଛି ନାବାଳିକା ଚୋରା ଚାଲାଣ । ସୁନ୍ଦରଗଡରୁ ରାଜସ୍ଥାନକୁ ହେଉଥିଲେ ଚାଲାଣ । ଚାକିରି ଲୋଭ ଦେଖାଇ ବିବାହ କରାଇ ଦେଉଥିଲେ ଦଲାଲ । ଏହାପରେ ଅକଥନୀୟ ଅତ୍ୟାଚାରର ଶିକାର ହେଉଥିଲେ ନାବାଳିକା । ଏପରି ରାକେର୍ଟର ପର୍ଦ୍ଦାଫାସ କରି 2 ଜଣ ନାବାଳିକାଙ୍କୁ ରାଜସ୍ଥାନରୁ ଉଦ୍ଧାର କରିଛି ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ସୁନ୍ଦରଗଡର ହୋଇଥିବା ବେଳେ ଅନ୍ୟ ଜଣେ ରାୟଗଡାର । ଏହି ଘଟଣାରେ ସୁନ୍ଦରଗଡ଼ ଜିଲ୍ଲାର 4 ଜଣ ଓ ରାଜସ୍ଥାନର 2 ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲାର ସୋନୁ ଶର୍ମା, ପିଙ୍କି ଦେବୀ, ସେକ୍ ଅସରଫ ଅଲୀ (ଦିବ୍ୟାଙ୍ଗ), ମନୁ ଶର୍ମା, ରାଜସ୍ଥାନର ସଚିନ ରାୟ ଗୌତମ ଓ ରମେଶଚନ୍ଦ କୁଶୱାହା ।

Human trafficking racket (Etv Bharat)

ଗତବର୍ଷ ନିଖୋଜ ହୋଇଥିଲେ ବର୍ଷକ ପରେ ଉଦ୍ଧାର: ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ନିଖୋଜ ହୋଇ ଯାଇଥିଲେ। ନିଖୋଜ ହେବାର ପ୍ରାୟ ୭ ମାସ ପରେ ଗତ ମେ ମାସରେ ସେ ଘରକୁ ଫୋନ କରି ଉଦ୍ଧାର ପାଇଁ କହିଥିଲେ । ନାବାଳିକାଙ୍କ ଠାରୁ ଫୋନ୍ ପାଇବା ପରେ ପରିବାର ଲୋକ କୁତ୍ରା ଥାନାରେ ଏତଲା ଦେଇଥିଲେ । ରାଜଗାଙ୍ଗପୁର ଏସ୍‌ଡିପିଓଙ୍କ ନେତୃତ୍ବରେ କୁତ୍ରା ଥାନା ଅଧିକାରୀଙ୍କ ସମେତ ଏକ ୯ଜଣିଆ ଟିମ୍ ଘଟଣାର ତଦନ୍ତ କରିବା ସହ ମୋବାଇଲ କଲ୍ ଟ୍ରାକ୍ କରି ରାଜସ୍ଥାନର ବାରା ଜିଲ୍ଲାରୁ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ସିକ୍ରେଟ ଚାମ୍ବରରେ ତାମିଲନାଡ଼ୁ ଯାଉଥିଲା ଗଞ୍ଜେଇ; ମାଡ଼ି ବସିଲା ଅବକାରୀ ବିଭାଗ - GANJA SEIZED

ଚାକିରି ଦେବା ନାଁରେ ନାବାଳିକାଙ୍କୁ ବିକ୍ରି: ଏହି ଘଟଣାରେ ରାଜଗାଙ୍ଗପୁର ଏସଡିପିଓ କହିଛନ୍ତି, ''ସୁନ୍ଦରଗଡ଼ ଜିଲ୍ଲାରେ ବହୁ ସମୟରେ ନିରିହ ଆଦିବାସୀ ନାବାଳିକାଙ୍କୁ ଚାଲାଣ ରାକେଟ ଚଳାଇଛନ୍ତି ଦଲାଲ । ଯାହାର ଚାକିରି ଦରକାର ସେହିଭଳି ପରିବାରଙ୍କୁ ଟାର୍ଗେଟ କରୁଛନ୍ତି ଦଲାଲ । ଚାକିରି କରାଇବା ଭଳି ଲୋଭ ଦେଖାଇ ବୟସ ଏବଂ ଅନ୍ୟାନ୍ୟ ତଥ୍ୟ ଲୁଚାଇ ଫେକ ଆଧାର କାର୍ଡ କରି ସେମାନଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଛି । ଦିଲ୍ଲୀ ନେବାକୁ କହି ରାଜସ୍ଥାନ ନେଇ ସେଠାରେ କିଛି ବ୍ୟକ୍ତିଙ୍କୁ ନାବାଳିକାଙ୍କୁ ବିବାହ କରାଇଥାନ୍ତି । ଯଦି କେହି ଏହାକୁ ବିରୋଧ କରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଏ । ଦୁଇ ଲକ୍ଷ ଟଙ୍କାରେ ଚାକିରି ଦେବା କହି ନାବାଳିକା ମାନଙ୍କୁ ବିବାହ କରାଇଦେଉଛନ୍ତି । ସେମାନେ ପ୍ରତିବାଦ କରିବାରୁ ପ୍ରତିଦିନ ମାଡ଼ ମାରିବା ସହ ହାତଗୋଡ଼ ବାନ୍ଧି ଦେଉଥିଲେ। ପୋଲିସ ଏହି ଘଟଣାରେ ତଦନ୍ତ କରି ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ଓ ରାଜସ୍ଥାନର ୨ ଜଣ ଦଲାଲଙ୍କୁ ଗିରଫ କରିଛି। ଦୁଇ ଜଣ ଉଦ୍ଧାର ହୋଇଥିବା ନାବାଳିକା ଜଣେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଏବଂ ଅନ୍ୟ ଜଣେ ରାୟଗଡା ଜିଲ୍ଲାର ।''

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.