ETV Bharat / state

ମା' ମଙ୍ଗଳାଙ୍କ କାଳିକା ନାଚ, ଦର୍ଶନ ପାଇଁ ମଧ୍ୟରାତ୍ରିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ - KALIKA Nrutya OF MAA MANGAKA - KALIKA NRUTYA OF MAA MANGAKA

Kalika Nrutya OF Maa Mangala: ଚୈତ୍ର ମାସର ପବିତ୍ର ମଙ୍ଗଳବାର ଅବସରରେ ମା' ମଙ୍ଗଳାଙ୍କ କାଳିକା ନାଚ ଅନୁଷ୍ଠିତ ହୋଇଥିଲା । ଦର୍ଶନ ପାଇଁ ମଧ୍ୟ ରାତ୍ରିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଅଧିକ ପଢନ୍ତୁ

kalika nacha OF Maa Mangaka
kalika nacha OF Maa Mangaka
author img

By ETV Bharat Odisha Team

Published : Apr 17, 2024, 12:47 PM IST

kalika nacha OF Maa Mangaka

ନିମାପଡା: ଚୈତ୍ର ମାସର ମଙ୍ଗଳବାର ଦିନ କାକଟପୁରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ମଧ୍ୟରାତ୍ରରେ ମା' କାଳିକାଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ଭକ୍ତ । ତେବେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ମା'ଙ୍କର କରୁଣା ଅପାର ଏବଂ କାଳିକା ନୃତ୍ୟ ଦର୍ଶନ କରିବା ଭାଗ୍ୟରେ ଥିଲେ ମିଳେ ବୋଲି କହିଛନ୍ତି ଭକ୍ତ ।

ଉତ୍କଳର ଐତିହ୍ୟ ଓ ପରମ୍ପରାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । ଉତ୍କଳର ମଉଡମଣୀ କୋଟି ଓଡିଆଙ୍କ ଠାକୁର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ତେବେ କାଳିଆ ଠାକୁରଙ୍କ ଜନ୍ମଦାତ୍ରୀ ହେଉଛନ୍ତି ଜଗତଜନନୀ ମା' ମଙ୍ଗଳା । ପୁରୀ ଜିଲ୍ଲା କାକଟପୁର ପ୍ରାଚୀ ନଦୀ ତଟରେ ଶୋଭା ମଣ୍ଡିତ କରୁଛି ମା' ଜଗତଜନନୀଙ୍କ ଦେଉଳ । ତେବେ ମନ୍ଦିରରେ ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଥିବା ବେଳେ ଅନେକ ଯାନିଯାତ୍ରା ଅନୁଷ୍ଠିତ ହୋଇଥାଏ । ବିଶେଷ କରି ଚୈତ୍ର ମଙ୍ଗଳବାର ଦିନ ଅସଂଖ୍ୟ ଭକ୍ତଙ୍କ ସମାଗମ ହୋଇଥାଏ । ଚୈତ୍ର ମାସର ଚତୁର୍ଥ ମଙ୍ଗଳବାର ମଧ୍ୟରାତ୍ରିରେ ଏଠି ଅନୁଷ୍ଠିତ ହୁଏ କାଳିକା ନୃତ୍ୟ । ଏହି କାଳିକା ନୃତ୍ୟ ବେଶ ମନୋହର ଆଉ ନିଆରା ।

କାଳିକା..ଶବ୍ଦ ଶୁଣିଲେ ମନରେ ଭୟ ସୃଷ୍ଟି ହୋଇଥାଏ । ଉତ୍କଳର ରାଜା ଯଯାତି କେଶରୀଙ୍କ ରାଜୁତି ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ସହ ସହ ବର୍ଷ ପାତାଳି ଶରୀରକୁ ପୁନଃ ନିର୍ମାଣ କରିବାକୁ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଅବନ୍ତୀନଗର ଯାଜପୁରରୁ ମା' ମଙ୍ଗଳାଙ୍କୁ ବିଶେଷ ପୂଜାର୍ଚ୍ଚନା ପାଇଁ ଆସିଥିଲା ସନ୍ଦେଶ । ଆଉ ସେହି ସମୟରେ ଦଇତାପତି ସେବାୟତ, ରାଜଗୁରୁ, ରାଜାଙ୍କ ପଟୁଆରରେ ଅନେକ ପଣ୍ଡିତମାନେ ମା' ମଙ୍ଗଳାଙ୍କ ଆରାଧନା କରି ଶ୍ରୀବିଗ୍ରହମାନଙ୍କ ନୂତନ ବିଗ୍ରହ ପାଇଁ ଦାରୁ ଅନ୍ୱେଷଣ କରିବାକୁ ଆସିଥିଲେ । ଏହା କାର୍ଯ୍ୟକ୍ରମ ଚୈତ୍ର ମାସରୁ ଆରମ୍ଭ ହୋଇଥିବାରୁ ଚୈତ୍ର ମାସରେ ଝାମୁ ଯାତ୍ରା ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ନିମାପଡ଼ାରେ ମା' ବନଦୁର୍ଗାଙ୍କ ମହୋତ୍ସବ; ଜମୁଛି ସାଧୁସନ୍ଥଙ୍କ ଭିଡ, ମନ୍ତ୍ରଧ୍ବନିରେ କମ୍ପୁଛି ପରିବେଶ - Banadurga Mahotsav

ଏକ କିମ୍ବଦନ୍ତୀ ଅନୁସାରେ, ପ୍ରଭୁ ରାମଚନ୍ଦ୍ର ପୃଥିବୀରେ ପାପ ଭାରକୁ ନଷ୍ଟ କରିବାକୁ ମା' ଦୁର୍ଗାଙ୍କୁ ଆରାଧନା କରିଥିଲେ । ଆଉ ଏହି ସମୟରେ ବାସନ୍ତିକ ଦୁର୍ଗା ପୂଜାର ପ୍ରଥା ରହିଛି । ସେହି ଉଦ୍ଦେଶ୍ୟରେ ମା' କାଳିକା ପରିଭ୍ରମଣ କରି ପାପୀମାନଙ୍କୁ ସତର୍କ କରାଇଥାନ୍ତି । ମା' ମଙ୍ଗଳାଙ୍କ ସେବାୟତଙ୍କ ଭିତରେ କାଳସୀ ସେବାୟତ ଅନ୍ୟତମ । ଜଣେ କାଳସୀଙ୍କୁ ସ୍ୱତନ୍ତ୍ର କଳା, ବସ୍ତୁ କାଳିକାଙ୍କ ମୁଖା ପିନ୍ଧାଇ ପ୍ରସ୍ତୁତ କରାଯାଏ । ସେ ଦାଣ୍ଡରେ ନୃତ୍ୟ ପରିବେଷଣ କରି ମନ୍ଦିର ବେଢା ଏକବାର ପ୍ରଦକ୍ଷିଣ କରେ ଆଉ ତା' ପରେ ମା' ମଙ୍ଗଳାଙ୍କୁ ଦର୍ଶନ କରି ମା'ଙ୍କ ଆଜ୍ଞାମାଳ ଓ ଖଡ୍ଗ ଧାରଣ କରେ, ମା'ଙ୍କ ସିନ୍ଦୁର ଓ କଜଳକୁ ପିନ୍ଧେ, ପୁନଃବାର ମନ୍ଦିର ବେଢା ଭିତରେ ୨ ଥର ପରିକ୍ରମା କରେ । ବିଶ୍ୱାସ ଅଛି ମା'ଙ୍କ ଆଜ୍ଞାମାଳ ଧାରଣ ପରେ ଉକ୍ତ କାଳେସୀ ଶରୀରରେ ମା'ଙ୍କର ଏକ ଦିବ୍ୟ ଜ୍ୟୋତି ପ୍ରବେଶ କରେ ଆଉ ମା' କାଳିକା ନୃତ୍ୟ ପରିବେଷଣ କରନ୍ତି ।

ରାତି ତମାମ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି କାଳିକାଙ୍କୁ ଦର୍ଶନ କରି କୃପା ଭିକ୍ଷା କରନ୍ତି । ଘଣ୍ଟ, ବାଜା, ମହୁରୀ, ଶଙ୍ଖ, ହୁଳହୁଳି ହରିବୋଲ ଶବ୍ଦରେ ମା' ମଙ୍ଗଳାଙ୍କ ପୀଠ ସମ୍ପୂର୍ଣ୍ଣ ଉର୍ତ୍ସବ ମୁଖର ହୋଇଥାଏ । ମା' କାଳିକାଙ୍କୁ ଦର୍ଶନ କରି ଭକ୍ତ ନିଜ ମାନସିକ କରନ୍ତି । ସବୁଠୁ ଆଶ୍ଚର୍ଯ୍ୟ ଓ ରହସ୍ୟମୟ କଥା, କାଳିକାଙ୍କ ଚକ୍ଷୁ ଉପରେ କପଡା ଓ ମୁଖା ବନ୍ଧାଯାଏ, ଆଉ ମା'ଙ୍କ ଆଜ୍ଞାମାଳ ଧାରଣ ପରେ ସେ ନଦେଖି ମନ୍ଦିର ବେଢା ପରିକ୍ରମା କରେ । ପରିଶେଷରେ ଆଜ୍ଞାମାଳ ଓହ୍ଲାଇବା ପରେ କାଳେସୀ ଚେତା ଶୂନ୍ୟ ହୋଇପଡ଼ିଥାଏ ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.