ETV Bharat / state

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ - HOME AND URBAN DEPARTMENT

author img

By ETV Bharat Odisha Team

Published : Jun 20, 2024, 9:51 PM IST

HOME AND URBAN DEPARTMENT MEETING: ରାଜ୍ୟର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରାଜ୍ୟର ବିଭିନ୍ନ ବିଜ୍ଞାପିତ ଅଞ୍ଚଳ, ପୌରନିଗମ ଓ ମହାନଗର ନିଗମଗୁଡ଼ିକୁ ଅଧିକ କ୍ରିୟାଶୀଳ ହେବାକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

HOME AND URBAN DEPARTMENT MEETING
HOME AND URBAN DEPARTMENT MEETING (ETV Bharat Odisha)

ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଭୁବନେଶ୍ୱରକୁ ବିଶ୍ବସ୍ତରୀୟ ସହର ଭାବରେ ଗଢ଼ିବାକୁ ହେବ । ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦିଆଯିବ । ବର୍ଷାଋତୁରେ ସମସ୍ୟା ଦୂର ପାଇଁ ତତ୍ପର ରହିବାକୁ ଦେଲେ ନିର୍ଦ୍ଦେଶ । ବର୍ଷା ଋତୁରେ ସହରାଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସହରାଞ୍ଚଳରେ କୃତ୍ରିମ ବନ୍ୟାକୁ ପ୍ରତିହତ କରିବା ସହିତ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଆଜି ପୂର୍ବାହ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଥିଲେ ।

ସେ କହିଛନ୍ତି ଯେ, ବିକଶିତ ଭାରତ ଲକ୍ଷ୍ୟରେ ବିକଶିତ ଓଡ଼ିଶା ପାଇଁ ମଧ୍ୟ ସହରାଞ୍ଚଳ ବିକାଶ ତାତ୍ପର୍ଯ୍ୟପୂର୍ଣ୍ଣ । ତେଣୁ ରାଜ୍ୟର ବିଭିନ୍ନ ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରନିଗମ ଓ ମହାନଗର ନିଗମଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବାକୁ ହେବ । ଭୁବନେଶ୍ୱର ରାଜ୍ୟ ରାଜଧାନୀ ହୋଇଥିବା ଦୃଷ୍ଟିରୁ ଏହାକୁ ଏକ ବିଶ୍ୱସ୍ତରୀୟ ମଡେଲ ଭାବରେ ଗଢ଼ି ତୋଳିବା ସହିତ ସମଗ୍ର ରାଜ୍ୟର ସହରାଞ୍ଚଳ ଗୁଡ଼ିକର ଭିତ୍ତିଭୂମି ଓ ଉନ୍ନତି ଉପରେ ଧ୍ୟାନ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହ ବିକାଶମୂଳକ କାର୍ଯ୍ୟ ସହିତ ଜନସାଧାରଣଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦେବାକୁ ହେବ । ଅଯଥା ବ୍ୟୟ ନକରି ଯଥାର୍ଥ ଭାବରେ ଅର୍ଥବ୍ୟୟ କରାଯିବ । ମେଟ୍ରୋ ପ୍ରକଳ୍ପକୁ ମଧ୍ୟ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବାକୁ ଉଦ୍ୟମ ହେବ ।

ଏହି ସମୀକ୍ଷା ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥିଭାଥନନ୍‌ ‘ସହରାଞ୍ଚଳ ବିକାଶରେ ସଫଳ ଯାତ୍ରା’ ସଂପର୍କରେ ଉପସ୍ଥାପନା କରି ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳତାର ବିବରଣୀ ଦେଇଥିଲେ । ବର୍ଜ୍ୟ ଆବର୍ଜନା ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଜାତୀୟ ସ୍ୱୀକୃତି ଲାଭ, ସ୍ୱଚ୍ଛ ସର୍ବେକ୍ଷଣ ସୂଚକାଙ୍କରେ ଓଡ଼ିଶାର ଜାତୀୟସ୍ତରରେ ଉତ୍ତମ ପ୍ରଦର୍ଶନ, ମେଟ୍ରୋ ରେଳପ୍ରକଳ୍ପର ଅଗ୍ରଗତି ଇତ୍ୟାଦି ସମ୍ପର୍କରେ ସେ ସୂଚନା ଦେଇଥିଲେ ।

ସେହିପରି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଡି୍ରଙ୍କ ଫ୍ରମ ଟ୍ୟାପ୍‌ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ । ସେହିପରି ୧୧୫ଟି ସହରାଞ୍ଚଳରେ ୧୭୯ଟି ଆହାର କେନ୍ଦ୍ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପରିଚାଳିତ ହେଉଥିବାବେଳେ ମୁକ୍ତା ପ୍ରଭୃତି ଯୋଜନାରେ ମଧ୍ୟ ଅଭିନବତ୍ୱ ପାଇଁ ଓଡ଼ିଶାକୁ ବିଶ୍ବସ୍ତରୀୟ ଆଦୃତି ମିଳିଛି ବୋଲି ସେ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ .....ଖାରବେଳ ଭବନରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦେଲେ ନିର୍ଦ୍ଦେଶ - H and UD Minister Visit

ବର୍ଷା ଋତୁରେ ଭୁବନେଶ୍ବର ପରି ସହରରେ ପାଣି ଜମିବା, ଜଳ ନିଷ୍କାସନରେ ଅବ୍ୟବସ୍ଥା ପରି ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ ଦୂର କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସହରାଞ୍ଚଳରେ ବର୍ଷା/ବନ୍ୟା ଜଳ ପରିଚାଳନା ସମ୍ପର୍କରେ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇ ରାଜ୍ୟର ସମସ୍ତ ପୌର ଅଧିକାରୀମାନଙ୍କୁ କଡ଼ାକଡ଼ି ଅନୁପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.