ETV Bharat / state

ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ଶିକ୍ଷକ ନିଯୁକ୍ତିରେ ଅନିୟମିତତା; ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

author img

By ETV Bharat Odisha Team

Published : Jan 25, 2024, 1:21 PM IST

Patamundai college teacher recruitment scam: ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ମାମଲା । ରାଜ୍ୟ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

Patamundai college teacher recruitment scam
ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ଶିକ୍ଷକ ନିଯୁକ୍ତିରେ ଅନିୟମିତତା

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ମାମଲା । ଏନେଇ ସବିଶେଷ ତଦନ୍ତ ଶେଷ ହୋଇ ଥାନାରେ ଏତଲା ଦିଆଯାଇଥିଲେ ହେଁ ପୋଲିସ ହାତ ବାନ୍ଧି ବସିଛି । ମାମଲାରେ ଏଯାବତ୍ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏହାକୁ ନେଇ ଅଭିଯୋଗକାରୀ ପୁନର୍ବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ମାମଲାରେ ଶୂନ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଉପରେ ବର୍ଷିଛନ୍ତି କୋର୍ଟ । ଏଥିସହ ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରାପଡ଼ା ବିକାଶ ପରିଷଦ ନାମକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଆବେଦନକାରୀ ଅମରବର ବିଶ୍ବାଳ ଓ ପ୍ରଦୀପ ମହାନ୍ତିଙ୍କ ଦ୍ଵାରା ହାଇକୋର୍ଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଅନ୍ୟୁନ ୪୮ ଜଣ ଶିକ୍ଷକ ଓ ଅଣ-ଶିକ୍ଷକଙ୍କୁ ଦୁଇ ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କ ଜାଲ ଦସ୍ତଖତ ଜରିଆରେ ନିଯୁକ୍ତି ଦିଆଯାଇଛି । ବିଭିନ୍ନ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ଉକ୍ତ ମହିଳା ମହାବିଦ୍ୟାଳୟର ତଥ୍ୟ ହାସଲ କରି ଏହି ଜାଲିଆତି ସମ୍ପର୍କରେ ଜାଣିବା ପରେ ଲୋକାୟୁକ୍ତଙ୍କ ନିକଟରେ ମାମଲା ରୁଜୁ ହୋଇଥିଲା । ତେବେ ଲୋକାୟୁକ୍ତ ସଦସ୍ୟ ଏହି ଘଟଣାର ଦୁଇ ଦୁଇ ଥର ଯାଞ୍ଚ କରି ନିଯୁକ୍ତିରେ ଅନିୟମିତତା ହୋଇଥିବା ଜାଣିବାକୁ ପାଇଥିଲେ ହେଁ ବାସ୍ତବିକ ଦୋଷୀ କିଏ ତାହା ଜାଣିବା ପାଇଁ ଚେଷ୍ଟା କରିନଥିଲେ କିମ୍ବା ଉପଯୁକ୍ତ ଦଣ୍ଡବିଧି ପ୍ରଦାନ କରିନଥିଲେ ।

ଏହା ମଧ୍ୟ ପଢନ୍ତୁ: ଜଗା ଜମି କିଣା ବିକା ମାମଲା: ଟିକିନିକ୍ ହିସାବ ମାଗିଲେ ହାଇକୋର୍ଟ

ଲୋକାୟୁକ୍ତଙ୍କ ଶେଷ ରିପୋର୍ଟ ପ୍ରତିବାଦରେ ଅମରବର ଓ ପ୍ରଦୀପ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ତଥା ମହିଳା ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କ ନେତୃତ୍ବରେ ଏକ ତିନି ଜଣିଆ ଟିମ କଲେଜ ପ୍ରାରମ୍ଭରୁ ଅଦ୍ୟାବଧି ସମସ୍ତ କାଗଜପତ୍ର ଯାଞ୍ଚ କରି ଦୁଇ ପୂର୍ବତନ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ବାକ୍ଷର ଜାଲ ହୋଇଥିବା ରିପୋର୍ଟରେ ଦର୍ଶାଇଥିଲେ । ଏଥିସହ ସମସ୍ତ ନିଯୁକ୍ତି ଜାଲ ଓ ଚଞ୍ଚକତା କରାଯାଇ ହୋଇଥିବା ରିପୋର୍ଟ ପ୍ରଦାନ କରିଥିଲେ । ପରେ ପରିଚାଳନା କମିଟିର ସଭାପତି ପିତାମ୍ବର ସାମଲ ଦୁଇ ପୂର୍ବତନ ଅତିରିକ୍ତ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲିଆତି ହୋଇଥିବା ଦର୍ଶାଇ ଅଜଣା ଲୋକଙ୍କ ନାଁରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ୨୦୨୩ ମସିହା ଜୁନ ମାସ ୨୬ ତାରିଖ ଲିଖିତ ଏତଲା ଦେଇଥିଲେ ।

ତେବେ ଏହି ଏତଲା ଦିଆଯିବାକୁ ପାଖାପାଖି ୭ ମାସ ବିତିବାକୁ ବସିଥିବା ବେଳେ ପୋଲିସ ପକ୍ଷରୁ ଏଯାବତ୍ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଅନ୍ୟପଟେ ପୋଲିସ ଏକ ପ୍ରକାର ନିଷ୍କ୍ରିୟ ହୋଇଥିବା ଦର୍ଶାଇ ଆବେଦନକାରୀଙ୍କ ପକ୍ଷରୁ ପୁନଃ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଘଟଣାର ଶୁଣାଣି କରି କୋର୍ଟ ରାଜ୍ୟ ସରକାରଙ୍କୁ ଆସନ୍ତା ୬ ତାରିଖ ସୁଦ୍ଧା ଜବାବ ଦାଖଲ ନେଇ ନୋଟିସ ଜାରି କରିଛନ୍ତି । ପଟ୍ଟାମୁଣ୍ଡାଇ ଥାନାରେ ଏତଲା ହୋଇଥିଲେ ମଧ୍ୟ କାହିଁକି ଏତଲା ଉପରେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ଏବଂ ଚାର୍ଜସିଟ ଦାଖଲ କରାଯାଇ ନାହିଁ ସେନେଇ ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବେ ରାଜ୍ୟ ସରକାର ।

ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାରେ ଗୃହ ବିଭାଗ ସଚିବ, ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ, କେନ୍ଦ୍ରାପଡା ଜିଲ୍ଲାପାଳ, ଭିଜିଲାନ୍ସ ନିର୍ଦ୍ଦେଶକ, ଭିଜିଲାନ୍ସ ଏସପି, କ୍ରାଇମବ୍ରାଞ୍ଚ ଏସପିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନିଶିକାନ୍ତ ମିଶ୍ର ଏହି ମାମଲା ପରିଚାଳନା କରୁଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.