ETV Bharat / state

୧୫ ମିନିଟରେ ରୋଗୀଙ୍କ ପାଖରେ ପହଞ୍ଚିବ ୧୦୮ ଆମ୍ବୁଲାନ୍ସ - Ambulance service in 15 minutes

author img

By ETV Bharat Odisha Team

Published : Jun 26, 2024, 5:33 PM IST

Ambulance service to be provided in 15 minutes: ଆମ୍ବୁଲାନ୍ସ ରୋଗୀଙ୍କ ପାଖରେ ୧୫ ମିନିଟରେ ପହଞ୍ଚିବ 108 ଆମ୍ବୁଲାନ୍ସ । ଜାଣନ୍ତୁ ଆଉ କଣ କଣ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

Ambulance service
Ambulance service (ETV Bharat Odisha)

ଭୁବନେଶ୍ୱର: ଜାତୀୟ ସ୍ୱାସ୍ଥ୍ୟ ମିଶନର ସମୀକ୍ଷା ବୈଠକ । ୧୦୮ ଆମ୍ବୁଲାନ୍ସ ରୋଗୀଙ୍କ ପାଖରେ ୧୫ ମିନିଟରେ ପହଞ୍ଚିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହା ସହ ମିଶନ ଅନ୍ତର୍ଗତ ଆସୁଥୁବା ମେଡ଼ିକାଲ କଲେଜଗୁଡିକରେ ବାୟୋମେଡ଼ିକାଲ ଇଂଜିନିୟରିଂବିଭାଗ ଖୋଲା ଯିବ । ଏପଟ ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ଵାରା ପୂରଣ ହେଉଥ‌ିବା ସ୍ଵାସ୍ଥ୍ୟ ସେବା ପଦବୀଗୁଡିକୁ ଯଥାଶୀଘ୍ର ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରି ସ୍ଵାସ୍ଥ୍ୟସେବାକୁ ଅଧିକ ସରଳ ଓ ଜନକଲ୍ୟାଣକାରୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି । ରାଜ୍ୟର ଯେକୌଣସି କୋଣରେ ଥିଲେ ସୁଦ୍ଧା ଜଣେ ରୋଗୀ ଏହାର ଲାଭ ଉଠାଇ ପାରିବ ସେ ଦିଗରେ ସଚେତନ ହେବାକୁ କହିଛନ୍ତି । ସେହିଭଳି ସିଏଚସିଗୁଡିକର ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବାକୁ ବୈଠକରେ ଆଲୋଚନା କରାଯାଇଛି । ସ୍ଵାସ୍ଥ୍ୟ ପାଇଁ ଯୋଗ ହିତକାରୀ ତେଣୁ ଏହି ଅନୁସାରେ ପ୍ରତି ଜିଲ୍ଲା ତଥା ସହରାଞ୍ଚଳରେ ଥ‌ିବା ସ୍ଵାସ୍ଥ୍ୟ କେନ୍ଦ୍ରଗୁଡିକରେ ନିୟମିତ ବ୍ୟବଧାନରେ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜନ ଓ ଏଥ‌ିନିମନ୍ତେ ଯୋଗ ପ୍ରଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

କେବେ ଆରମ୍ଭ ହୋଇଥିଲା ୧୦୮ ଆମ୍ବୁଲାନ୍ସ ସେବା

ରାଜ୍ୟରେ ୨୦୧୩ ମସିହା ମାର୍ଚ୍ଚ ୫ ରେ ରାଜ୍ୟରେ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧ ହଜାର ରୁ ଅଧିକ ଆମ୍ବୁଲାନ୍ସ ସେବା ଯୋଗାଉଛି। ସାରା ରାଜ୍ୟରେ ୩୦ଟି ଜିଲ୍ଲାର ଲୋକଙ୍କୁ ଏହା ମାଗଣା ସେବା ଯୋଗାଇ ଦେଇ ଆସୁଛି । ଏହି ଆମ୍ବୁଲାନ୍ସ ମଧ୍ୟରୁ ପାଖାପାଖି ୬୦୦ ଟି ଆମ୍ବୁଲାମ୍ସ ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଓ ୨୦୦ ରୁ ଅଧିକ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି । ଏହା ସହ ୬ଟି ବୋଟ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି । ଏହା ବ୍ୟତୀତ ଗର୍ଭବତୀ ମାଆ ଓ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ଆଣିବା ଲାଗି ୫୦୦ ରୁ ଅଧିକ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୮ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବିଭିନ୍ନ ଆମ୍ବୁଲାନ୍ସ ସେବା ଦ୍ବାରା ଉପକୃତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.