ETV Bharat / state

ରାଜ୍ୟରେ ବଢୁଛି ଗ୍ରୀଷ୍ମପ୍ରବାହ: ସଜାଗ ସ୍ବାସ୍ଥ୍ୟ ବିଭାଗ, ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

Heat Wave In Odisha: ଉତ୍ତାପ ସମ୍ବନ୍ଧୀୟ ରୋଗକୁ ରୋକିବା ଏବଂ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ SOP ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Feb 24, 2024, 8:21 AM IST

ଗ୍ରୀଷ୍ମପ୍ରବାହ
ଗ୍ରୀଷ୍ମପ୍ରବାହ
ଗ୍ରୀଷ୍ମପ୍ରବାହ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ୁଛି ତାତି । ଅନେକ ସ୍ଥାନରେ ଅସ୍ବାଭାବିକ ଭାବରେ ତାପମାତ୍ରା ବଢିବାରେ ଲାଗୁଛି । ଉତ୍ତାପ ସମ୍ବନ୍ଧୀୟ ରୋଗକୁ ରୋକିବା ଏବଂ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ SOP ଜାରି କରାଯାଇଛି । ଏହା 1 ମାର୍ଚ୍ଚରୁ 31 ଜୁଲାଇ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସମସ୍ତ ମେଡିକାଲ କଲେଜ ହସ୍ପିଟାଲର ଅଧୀକ୍ଷକମାନଙ୍କୁ ଗ୍ରୀଷ୍ମପ୍ରବାହରୁ ଦେଉଥିବା ମୃତ୍ୟୁହାର ହ୍ରାସ କରିବାକୁ ହସ୍ପିଟାଲ ଗୁଡିକରେ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସାଧାରଣ ଭାବରେ ଏପ୍ରିଲ ମାସ ଠାରୁ ଆରମ୍ଭ କରି ଜୁନ୍ ମାସ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଦେଖାଯାଇଥାଏ । ଚଳିତ ବର୍ଷ ଫେବୃଆରୀର ଶେଷ ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଗ୍ରୀଷ୍ମ ପ୍ରବାହଜନିତ ବିପଦ ସହ ମୁକାବିଲା କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ହସ୍ପିଟାଲରେ ପ୍ରଚୁର ପରିମାଣରେ ଔଷଧ ଉପଲବ୍ଧ ରଖିବା ସହ ମୁଖ୍ୟ ଜିଲ୍ଲା ହସ୍ପିଟାଲ୍ ଏବଂ ଉପ-କେନ୍ଦ୍ର ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡିକରେ ଔଷଧ ମଧ୍ୟ ରଖିବା ସହ ସେଗୁଡିକ ଯାଞ୍ଚ କରାଯିବ ଏହାସହ ପ୍ରଚୁର ପରିମାଣରେ ଓଆରଏସ ପ୍ୟାକେଟ୍ ଏବଂ ଅନ୍ୟାନ୍ୟ ଗ୍ରୀଷ୍ମଜନିତ ଚାପ ସମ୍ବନ୍ଧୀୟ ଔଷଧୀୟ ଯୋଗାଣ ନିଶ୍ଚିତ କରିବା ସହ ଉତ୍ତାପ ଚାପ ବ୍ୟାଧି ରୋଗୀଙ୍କ ପାଇଁ ନିର୍ମିତ ଶଯ୍ୟା ସଂଖ୍ୟା ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଉପଲବ୍ଧ ଏୟାର କୁଲର, ଏୟାର କଣ୍ଡିସନର ରୁମ୍ ସଂଖ୍ୟା ସମସ୍ତ DHH/ ​SDH ଉତ୍ତାପ ଚାପର ବ୍ୟାଧି ପରିଚାଳନା ପାଇଁ ଶୀତତାପ ନିୟନ୍ତ୍ରିତ କୋଠରୀ ଗୁଡିକ ରହିବା ଉଚିତ । କଣ୍ଟ୍ରୋଲ୍ ରୁମ୍ ଗୁଡିକ 1 "ମାର୍ଚ୍ଚରୁ 15 ଜୁଲାଇ ପର୍ଯ୍ୟନ୍ତ PHC ସ୍ତର ପର୍ଯ୍ୟନ୍ତ କାର୍ଯ୍ୟ କରିବା ଉଚିତ । ଟେଲିଫୋନ୍ ନଂ ସହିତ କଣ୍ଟ୍ରୋଲ୍ ରୁମର ବିବରଣୀ ହସ୍ପିଟାଲ ସ୍ଥାନ, ଯୋଗାଯୋଗ ବ୍ୟକ୍ତି ଜିଲ୍ଲା ନିୟନ୍ତ୍ରଣ କକ୍ଷ ସହିତ ଉପଲବ୍ଧ ରହିବା ଆବଶ୍ୟକ । ଜିଲ୍ଲାର ନୋଡାଲ ଅଧିକାରୀଙ୍କ ନାମ ଏବଂ ଟେଲିଫୋନ୍ ନଂ ମଧ୍ୟ ଉପଲବ୍ଧ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଜିଲ୍ଲା ହେଡ୍ କ୍ୱାର୍ଟର୍ ହସ୍ପିଟାଲ୍ (DHH) (6Beds) SDH (4Beds), CHC (2Beds), PHC (1Beds)ରେ ଚିହ୍ନଟ କରି ଏସି ଏବଂ କୁଲର୍ସ ସହିତ ପ୍ରସ୍ତୁତ ରଖିବା ଆବଶ୍ୟକ ।

ଏହା ମଧ୍ୟ ପଢ଼ନ୍ତୁ...ଫେବୃଆରୀରେ ମେ' ତାତି, କାଲି ମଧ୍ୟ ନାହିଁ ନିସ୍ତାର

ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, "ବର୍ତ୍ତମାନ ଠାରୁ ତାପମାତ୍ରା ବୃଦ୍ଧି ପାଇଲାଣି । ଆମେ ମଧ୍ୟ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ କରିଲୁଣି । ଆମର ୧୦ଟି ବେଡ ଯୁକ୍ତ ସ୍ବତନ୍ତ୍ର ହିଟ ଷ୍ଟ୍ରୋକ ୱାର୍ଡ ବ୍ୟବସ୍ଥା କରାଯାଇଛି । ଓଆରଏସ ଓ ମେଡିସିନ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ରଖାଯାଇଛି । ଏଥିସହ ଲୋକମାନଙ୍କୁ ମଧ୍ୟ ସଚେତନ କରାଯାଉଅଛି । ଅବଶ୍ୟକତା ନଥିଲେ ଲୋମାନେ ବାହାରକୁ ବାହାରନ୍ତୁ ନାହିଁ । ଯଦି କୌଣସି ପ୍ରକାରର ଜରୁରୀକାଳୀନ କାର୍ଯ୍ୟ ରହିଥାଏ ତେବେ ବାହାରକୁ ବାହାରିବା ସମୟରେ ଛତା ଓ ପାଣି ବୋତଲ ଏବଂ ଓଦା କପଡ଼ା ବ୍ୟବହାର କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.