ETV Bharat / state

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ୬ ମାସରେ ତଦନ୍ତ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - Anand Tappo Death Probe - ANAND TAPPO DEATH PROBE

Anand Tappo Death Probe: କ୍ରାଇମବ୍ରାଞ୍ଚ ଏଡିଜିଙ୍କ ବିରୋଧରେ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ୬ମାସ ମଧ୍ୟରେ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

Anand Tappo Death Probe
Anand Tappo Death Probe
author img

By ETV Bharat Odisha Team

Published : Mar 23, 2024, 7:27 AM IST

Anand Tappo Death Probe

କଟକ: ହାଇକୋର୍ଟରେ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ଏଡିଜିଙ୍କ ବିରୋଧରେ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ୬ମାସ ମଧ୍ୟରେ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଆଇଜିଙ୍କ ସମେତ ୨ ଜଣ ଏସପି ଏହି ତଦନ୍ତ ପ୍ରକ୍ରିୟାରେ ସହାୟତା କରିବେ ବୋଲି କୋର୍ଟଙ୍କୁ ଅବଗତ କରାଯାଇଛି । ପର୍ଯ୍ୟାପ୍ତ ପୋଲିସ ନଥିବାରୁ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହୋଇଛି । ଏନେଇ ଆଡ଼ଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରିବା ପରେ, ଅଦାଲତ ଅବମାନନା ମାମଲା ଉପରେ କୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ଗତ ଶୁଣାଣିରେ ଜବାବ ଦାଖଲ ପାଇଁ ଦୁଇ ଦିନର ସମୟ ନେଇଥିଲେ ରାଜ୍ୟ ସରକାର । ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର କୋର୍ଟଙ୍କ ନିର୍ଦ୍ଦେଶ ୬ ମାସ ସମୟ ବିତିଯାଇଥିଲେ ମଧ୍ୟ କୌଣସି ଆକ୍ସନ ନେଇନଥିଲା କ୍ରାଇମବ୍ରାଞ୍ଚ । ଯାହାଫଳରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ବିରୋଧରେ ମାମଲା ଦାୟର କରିଥିଲେ ଆନନ୍ଦ ଟପ୍ପୋଙ୍କ ବାପା ବନ୍ଦନା ଟପ୍ପୋ ।

ଆନନ୍ଦ ଟପ୍ପୋ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ଏହି ଘଟଣାର ପୁନର୍ବାର ତଦନ୍ତ କରିବ ବୋଲି ହାଇକୋର୍ଟ ମାମଲାର ଶୁଣାଣି କରି ସ୍ପଷ୍ଟ କରିଥିଲେ । ଅଭିଯୁକ୍ତ ଜଣେ ଡିଏସପି ପାହ୍ୟାର ଅଧିକାରୀ ହୋଇଥିବାରୁ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ଵାରା ଏହା ତଦନ୍ତ କରାଯିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଥିଲେ । ତଦନ୍ତ ସମୟରେ ଯେଉଁ ସବୁ ନଥିପତ୍ର, ରେକର୍ଡ, କେସ ଡ଼ାଏରୀ ଆଦି ସଂଗ୍ରହ କରାଯାଇଥିଲା ତାହା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆନନ୍ଦଙ୍କ ବାପାଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ । ଯାହାକି ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଥିଲା । କାରଣ ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ବୀରେନ୍ଦ୍ର ଓ ଆନନ୍ଦ ପିଲାଦିନର ସାଙ୍ଗ ଥିଲେ । ଇନଫୋସିଟି ଥାନା ଅନ୍ତର୍ଗତ ଏକ ଫ୍ଲାଟରେ ବେକରେ ଶାଢୀ ଦେଇ ଆନନ୍ଦ ଟପ୍ପୋ ଜୀବନ ହାରିଥିବା ନେଇ ବୀରେନ୍ଦ୍ର ମୃତକଙ୍କ ବାପାଙ୍କୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ । ମୃତଦେହର ବେକରେ ୨ଟି ଦାଗ ରହିଥିଲା। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ଅରୁଣ ବୋଥ୍ରାଙ୍କୁ ଜବାବ ତଲବ କଲେ ହାଇକୋର୍ଟ

କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ବସିଯାଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ବୀରେନ୍ଦ୍ର ଜଣେ ଡିଏସପି ହୋଇଥିବାବେଳେ ଅପମୃତ୍ୟୁ ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀ ସବ୍-ଇନ୍ସପେକ୍ଟର ପାହ୍ୟା‌ର ଅଧିକାରୀ ହୋଇଥିବାରୁ ତଦନ୍ତ ଆଗଉନଥିବା ଅଭିଯୋଗ ହୋଇଥିଲା । ଆନନ୍ଦଙ୍କ ମୃତ୍ୟୁ ଘଟଣାର ତଦନ୍ତରେ କୌଣସି ଅଗ୍ରଗତି ହୋଇନଥିବାବେଳେ ପରିବାର ସଦସ୍ୟଙ୍କ ଅଭିଯୋଗକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିନଥିବା ଦର୍ଶାଯାଇଥିଲା। ଇନଫୋସିଟି ପୋଲିସ ଦ୍ଵାରା ଦାଖଲ କରାଯାଇଥିବା ଚାର୍ଜସିଟରେ ସନ୍ତୁଷ୍ଟ ନଥିଲେ ମୃତ ଆନନ୍ଦଙ୍କ ବାପା।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.