ETV Bharat / state

ସୀମାନ୍ତରେ ମୁହାଁମୁହିଁ ସୁରକ୍ଷାକର୍ମୀ ଓ ମାଓବାଦୀ; ବିପୁଳ ମାଓ ସାମଗ୍ରୀ ଜବତ - Gunfight With Maoists in Kalahandi

author img

By ETV Bharat Odisha Team

Published : Aug 16, 2024, 7:29 PM IST

Maoists Camp Unearthed: ସୀମାନ୍ତରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

Maoists Camp Unearthed
Maoists Camp Unearthed (ETV Bharat Odisha)

ଭବାନୀପାଟଣା: ସୀମାନ୍ତ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ସୁରକ୍ଷା କର୍ମୀଙ୍କୁ ଦେଖି ଚମ୍ପଟ ମାରିଲେ ମାଓବାଦୀ । ମାଓ କ୍ୟାମ୍ପରୁ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଛି । ଏନେଇ କଳାହାଣ୍ଡି ଏସପି ଅଭିଳାଷ ଜି ସୂଚନା ଦେଇଛନ୍ତି । ଏବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି ।

ବିପୁଳ ମାଓ ସାମଗ୍ରୀ ଜବତ (ETV Bharat Odisha)

ଅଶାନ୍ତ ସୀମାନ୍ତ ଅଞ୍ଚଳ:-

ସୂଚନା ଅନୁଯାୟୀ କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତ ମଦନପୁର ରାମପୁର ଥାନା ଅନ୍ତର୍ଗତ ପୁଟ୍ରି ମହୁଲ ସଂରକ୍ଷିତ ଜଙ୍ଗଲରେ ସିପିଆଇ ମାଓବାଦୀଙ୍କ ଚଳପ୍ରଚଳ ଥିବା ନେଇ କଳାହାଣ୍ଡି ଏସପି ଖବର ପାଇବା ପରେ ଏସଓଜି ଓ ଡିଭିଏଫକୁ ନେଇ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ଏହି ସମୟରେ ସିପିଆଇ ମାଓବାଦୀର ପ୍ରାୟ ୨୦ଜଣ ସଦସ୍ୟ କ୍ୟାମ୍ପ ସ୍ଥାପନ କରି ରହିବା ଦେଖିବାକୁ ପାଇଥିଲେ ସୁରକ୍ଷାକର୍ମୀ ।

ଛତ୍ରଭଙ୍ଗ ଦେଲା ଲାଲ ବାହିନୀ:-

ଏହି ସମୟରେ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିବା ପରେ ମାଓବାଦୀ ଗୁଳି ଚାଳନା ଆରମ୍ଭ କରିଥିବା ବେଳେ ସୁରକ୍ଷା କର୍ମୀ ମଧ୍ୟ ଫାୟାରିଂ କରିଥିଲେ ଉଭୟଙ୍କ ପକ୍ଷରୁ ଦୀର୍ଘ ସମୟ ଧରି ଗୁଳିବିନିମୟ ଲାଗି ରହିଥିଲା । ପରେ ଛତ୍ରଭଙ୍ଗ ଦେଇଥିଲେ ଲାଲବାହିନୀ । ପରେ ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ଜବତ କରିବା ସହ ଘଟଣା ସ୍ଥଳରେ ବର୍ତ୍ତମାନ ମଧ୍ୟ କମ୍ବିଂ ଅପରେସନ ଜାରି ରହିଛି ।

ବିପୁଳ ମାଓ ସାମଗ୍ରୀ ଜବତ:-

ସେପଟେ ମାଓ ପୋଷ୍ଟର, ମାଓ ପୁସ୍ତକ ସମେତ ପ୍ରାଣ ହରାଇଥିବା ମାଓବାଦୀଙ୍କ ଫଟୋ ସମେତ ୧୦ଟି ଡେଟୋନେଟର, ୨ଟି ଆଇଇଡି ସମେତ ବିପୁଳ ପରିମାଣର ଔଷଧ, ମାଓ ପୋଷାକ, ସମେତ ମାଓ କାର୍ଯ୍ୟକଳାପରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିବା ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଅଭିଳାଷ ଜି ।

ଏହା ବି ପଢନ୍ତୁ- କମ୍ୱିଂ ଅପରେସନରେ ସିଆରପିଏଫ ଏସଓଜିଙ୍କୁ ସଫଳତା; ମାଓ କ୍ୟାମ୍ପ ଠାବ, ଅନେକ ସାମଗ୍ରୀ ଜବତ

ସୂଚନା ଥାଉ କି କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ସମେତ ସୀମାବର୍ତ୍ତୀ ଅଞ୍ଚଳମାନଙ୍କରେ ପୋଷ୍ଟର ଜାରି କରିଥିଲା ଲାଲବାହିନୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଜୁଲାଇ 28ଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ ହେଉଥିବାବେଳେ କଳାହାଣ୍ଡି ଜିଲ୍ଲାରେ ପୋଷ୍ଟର ମାଧ୍ୟମରେ ସେମାନେ ନିଜର ସ୍ଥିତି ଜାହିର କରିଥିଲେ । ଭବାନୀପାଟଣା ଯୁଗସାଇପାଟଣାକୁ ସଂଯୋଗ କରୁଥିବା ରାସ୍ତାର ସିକରଗୁଡ଼ା ଗାଁରେ ଏକ ଗଛରେ ଠାବ ହୋଇଥିଲା ମାଓ ପୋଷ୍ଟର । ଏହାସହ ପୋଷ୍ଟର ନିକଟରେ ଏକ ଶହୀଦ ସ୍ତମ୍ଭ ମଧ୍ୟ ତିଆରି କରିଥିଲେ ମାଓବାଦୀ ।

ଏହା ବି ପଢନ୍ତୁ- ଶହୀଦ ସପ୍ତାହ ପାଳୁଛି ଲାଲ ବାହିନୀ: ପୋଷ୍ଟର ମାରି ସମସ୍ତଙ୍କୁ ଆହ୍ୱାନ, ଭୟରେ ଲୋକେ

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.