ETV Bharat / state

ବିଜେପି କୃଷକ ମୋର୍ଚ୍ଚାର ଗ୍ରାମ ପରିକ୍ରମା ଯାତ୍ରା; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସୂର୍ଯ୍ୟବଂଶୀ ସୂରଜ

Grama Parikrama Yatra: ଡବଲ ଇଞ୍ଜିନ ସରକାର ଗଢ଼ିବା ଲକ୍ଷ୍ୟରେ ଭଦ୍ରକରେ ଅନୁଷ୍ଠିତ ହୋଇଛି ବିଜେପି କୃଷକ ମୋର୍ଚ୍ଚା ଗ୍ରାମ ପରିକ୍ରମା ଯାତ୍ରା । ଅଧିକ ପଢନ୍ତୁ

ଗ୍ରାମ ପରିକ୍ରମା ଯାତ୍ରା
ଗ୍ରାମ ପରିକ୍ରମା ଯାତ୍ରା
author img

By ETV Bharat Odisha Team

Published : Feb 14, 2024, 2:18 PM IST

ଗ୍ରାମ ପରିକ୍ରମା ଯାତ୍ରା

ଭଦ୍ରକ: ଆସନ୍ତା ନିର୍ବାଚନରେ ବିଜେଡିକୁ ପ୍ରତିହତ କରି ଡବଲ୍ ଇଞ୍ଜିନ୍ ସରକାର ଗଢିବା ଲକ୍ଷରେ ବିଜେପି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅନ୍ତର୍ଗତ ପୀରହାଟ କାନପୁର ପଡିଆରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଗ୍ରାମ ପରିକ୍ରମା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ କୃଷିକୁ ମୁଦ୍ଦା କରି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିବା ସହିତ ରାଜ୍ୟ ସରକାରଙ୍କୁ ଭର୍ସନା କରିଛନ୍ତି ।

ଏନେଇ ବିଧାୟକ କହିଛନ୍ତି, "କୃଷି ଏବଂ କୃଷକ ପାଇଁ ରାଜ୍ୟରେ 24 ବର୍ଷ ଧରି ଶାସନ କରୁଥିବା ନବୀନ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଅନ୍ୟ ପକ୍ଷରେ କୃଷି ଏବଂ କୃଷକମାନଙ୍କ ସୁବିଧା ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ । ଶୀତଳ ଭଣ୍ଡାରର ଅଭାବ ତଥା ନିମ୍ନ ଧରଣର ହେତୁ କୃଷକ ତାର ଅମଳ ଶସ୍ୟକୁ ମହଜୁଦ୍ କରି ରଖିବା ଲାଗି ଅକ୍ଷମ ହେଉଛି । ଫଳରେ କୃଷକ ତା’ର କଷ୍ଟ ଉପାର୍ଜିତ ଅମଳ ଶସ୍ୟକୁୁ ଶାଗମାଛ ଦରରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି ।"

ଭୋଟ ବ୍ୟାଙ୍କ ବୃଦ୍ଧି କରିବା ଲାଗି ଲୋକଙ୍କ ଉଦ୍ଦେଶ୍ୟରେ ଗୋଟିଏ ପରେ ଗୋଟିଏ ଯୋଜନା ପ୍ରଣୟନ କରିବାରେ ଲାଗିଛନ୍ତି ରାଜ୍ଯ ସରକାର । ସେସବୁ ଯୋଜନା କାର୍ଯ୍ୟକାରୀ କରିବାରେ ତଳିଆକର୍ମୀ ନିୟୋଜିତ ହେଉଛନ୍ତି ଏବଂ ସରକାରୀ ଅର୍ଥକୁ ତୋଷାରପାତ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଅପର ପକ୍ଷରେ ମହିଳା ମାନଙ୍କୁ ଅସ୍ତ୍ର କରି ବିଜେଡି ଯେପରି ଭାବେ ଭୁଆଁ ବୁଲାଉଛି, ତାହାର ଉଚିତ ଜବାବ୍ ଦେବାର ସମୟ ଆସିଛି ବୋଲି ଗ୍ରାମ ପରିକ୍ରମା ଯାତ୍ରା ଅବସରରେ ମତପ୍ରକାଶ କରିଥିଲେ ଉପସ୍ଥିତ ନେତୃତ୍ବ ।

ଏହା ମଧ୍ୟ ପଢନ୍ତୁ: ଭଦ୍ରକରେ ଧାନ ମଣ୍ଡି ସମସ୍ୟା: ଅସନ୍ତୋଷ ଜାହିର୍ କଲା ଘରୋଇ ରାଇସ ମିଲ ସଂଘ

ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଉପେନ୍ଦ୍ର କୁମାର ରାଉଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ, ସମ୍ମାନୀତ ଅତିଥିଭାବେ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ନେତୃୃବୃନ୍ଦ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିବା ସହିତ ଆଗାମି ନିର୍ବାଚନରେ ବିଜୟ ହାସଲ କରିବା ଲାଗି ତୃଣମୂଳ ସ୍ତରରୁ ଦଳକୁ ମଜବୁତ୍ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ଅଂଚଳର 20 ଜଣ କୃଷକଙ୍କୁ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଉତ୍ତରୀୟ ସହ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.