ଭୁୁବନେଶ୍ବର: ଦୂରସଞ୍ଚାର ବିଭାଗର ମାର୍ଗଦର୍ଶିକା ଜାରି । ସଞ୍ଚାର ସାଥୀ ପୋର୍ଟାଲରେ ଠକେଇ ସମ୍ପର୍କରେ ଜଣାଇବାକୁ ଦେଲେ ପରାମର୍ଶ । ସରକାରୀ ଅଧିକାରୀଙ୍କ ପରିଚୟ ଦେଇ ବିଦେଶୀ ମୋବାଇଲ ନମ୍ବର (ଯେପରିକି +୯୨-xxxxxxx) ରୁ ହ୍ୱାଟ୍ସଆପ୍ କଲ୍ ମୋବାଇଲ ନମ୍ବରର ଦୂରୁପଯୋଗ କରିବା ସମ୍ପର୍କରେ ସତର୍କ କଲା ବିଭାଗ ।
ଦେଶରେ ନାଗରିକମାନଙ୍କୁ ଆସୁଛି ଏଭଳି କିଛି ଫୋନ କଲ । ଯାହା ଦୂରସଞ୍ଚାର ବିଭାଗ ନାମରେ ଆସୁଛି କଲ । କଲ କରୁଥିବା ବ୍ୟକ୍ତିମାନେ ନିଜକୁ ସରକାରୀ ଅଧିକାରୀ କହୁଛନ୍ତି । ଏପରିକି କଲ କରି ସମସ୍ତ ମୋବାଇଲ୍ ନମ୍ବର ବନ୍ଦ ହୋଇଯିବ ବୋଲି ଧମକ ମଧ୍ୟ ଦେଉଛନ୍ତି କିମ୍ବା କିଛି ବେଆଇନ କାର୍ଯ୍ୟରେ ସେମାନଙ୍କ ମୋବାଇଲ୍ ନମ୍ବରର ଅପବ୍ୟବହାର କରାଯାଉଛି ବୋଲି କହୁଛନ୍ତି । ଏଭଳି କଲ ପ୍ରତି ସତର୍କ ରହିବା ପାଇଁ ଯୋଗାଯୋଗ ମନ୍ତ୍ରଣାଳୟର ଦୂରସଞ୍ଚାର ବିଭାଗ (ଡିଓଟି) ନାଗରିକମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରି କହିଛି । ବିଦେଶୀ ମୋବାଇଲ ନମ୍ବର (ଯେପରିକି +୯୨-xxxxx)ରୁ ହ୍ଵାଟ୍ସଆପ୍ କଲ୍ କରି ସରକାରୀ ଅଧିକାରୀଙ୍କ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ନେଇ ମଧ୍ୟ ଦୂରସଞ୍ଚାର ବିଭାଗ ମାର୍ଗଦର୍ଶିକା ଜାରି କରି ସତର୍କ କରାଇଛି।
ତେବେ ସାଇବର ଅପରାଧୀମାନେ ଏଭଳି କଲ୍ ମାଧ୍ୟମରେ ବ୍ୟକ୍ତିଗତ ତଥ୍ୟ ଚୋରି କରି ସାଇବର ଅପରାଧ ସହ ଆର୍ଥିକ ଠକେଇ କରିବାକୁ ଚେଷ୍ଟା କରିଥାନ୍ତି । ଦୂରସଞ୍ଚାର ବିଭାଗ ନିଜ ତରଫରୁ କାହାକୁ ଏଭଳି କଲ୍ କରିବାକୁ ଅଧିକାର ଦେଇନାହିଁ ଏବଂ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ଏଭଳି କଲ୍ ପାଇବା ପରେ କୌଣସି ସୂଚନା ପ୍ରଦାନ ନକରିବାକୁ ଦୂରସଞ୍ଚାର ବିଭାଗ ନାଗରିକଙ୍କୁ ସତର୍କ ମଧ୍ୟ କରାଇଛି ।
ଏଭଳି ଠକେଇ ସମ୍ପର୍କରେ ସଞ୍ଚାର ସାଥୀ ପୋର୍ଟାଲ (www.sancharsaathi.gov.in)ର 'ଚକ୍ଷୁ- ସନ୍ଦିଗ୍ଧ ଠକେଇ ଯୋଗାଯୋଗ ସମ୍ପର୍କରେ ରିପୋର୍ଟ’ କେନ୍ଦ୍ରରେ ଅଭିଯୋଗ ଦାଖଲ କରିବାକୁ ଦୂରସଞ୍ଚାର ବିଭାଗ ନାଗରିକମାନଙ୍କୁ ପରାମର୍ଶ ଦେଇଛି । ଏଭଳି ସକ୍ରିୟ ଅଭିଯୋଗ ଦାଖଲ ଦ୍ୱାରା ସାଇବର ଅପରାଧ, ଆର୍ଥିକ ଠକେଇ ଇତ୍ୟାଦି ପାଇଁ ଟେଲିକମ୍ ସମ୍ବଳର ଅପବ୍ୟବହାର ରୋକିବାରେ ଡିଓଟିକୁ ସାହାଯ୍ୟ କରିବ ।
ଏହା ମଧ୍ୟ ପଢ଼ନ୍ତୁ...ଠକ ଇଣ୍ଟରନେଟ ଅପରେଟରଙ୍କୁ ବ୍ଲାକ ଲିଷ୍ଟ କଲା ଦୂର ସଞ୍ଚାର ବିଭାଗ - DOT Survey
ଏହାସହ ନାଗରିକମାନେ ସଞ୍ଚାର ସାଥୀ ପୋର୍ଟାଲ (www.sancharsaathi.gov.in)ର 'ନୋ ୟୋର ମୋବାଇଲ୍ କନେକ୍ସନ' ସୁବିଧାରେ ନିଜ ନାମରେ ଥିବା ମୋବାଇଲ ସଂଯୋଗ ଯାଞ୍ଚ କରିପାରିବେ ଏବଂ ସେମାନଙ୍କ ଦ୍ୱାରା ନିଆଯାଇଥିବା କିମ୍ବା ଆବଶ୍ୟକ ନଥିବା କୌଣସି ମୋବାଇଲ୍ ସଂଯୋଗ ବିଷୟରେ ରିପୋର୍ଟ କରିପାରିବେ। ସାଇବର କ୍ରାଇମ ହେଲ୍ପଲାଇନ ନମ୍ବର ୧୯୩୦ରେ ରିପୋର୍ଟ କରିବା କିମ୍ବା ସାଇବର କ୍ରାଇମ କିମ୍ବା ଆର୍ଥିକ ଠକେଇର ଶିକାର ହେଲେ www.cybercrime.gov.in କରିବାକୁ ଡିଓଟି ନାଗରିକମାନଙ୍କୁ ମଧ୍ୟ ପରାମର୍ଶ ଦେଇଛି ଯୋଗାଯୋଗ ମନ୍ତ୍ରଣାଳୟର ଦୂରସଞ୍ଚାର ବିଭାଗ ।
ଇଟିଭି ଭାରତ, ଭୁବନେଶ୍ବର