ETV Bharat / state

ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା, ଶାରଦୀୟ ପୂଜାରେ ଶକ୍ତିର ପ୍ରତୀକ ‘ନାଗା ଉପାସନା’

ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ଶାରଦୀୟ ପୂଜାରେ ଶକ୍ତିର ପ୍ରତୀକ ଭାବେ ଅନୁଷ୍ଠିତ ହୋଇଥାଏ ନାଗା ଉପାସନା । ପବିତ୍ର ମୂଳାଷ୍ଟମୀଠାରୁ ସହରର ବିଭିନ୍ନ ପୀଠରେ ୧୬ ପୂଜା ଆରମ୍ଭ ହୋଇଛି ।

author img

By ETV Bharat Odisha Team

Published : 4 hours ago

Naga upasana Worship Tradition
Naga upasana Worship Tradition (ETV Bharat Odisha)

ପୁରୀ: ଜଗନ୍ନାଥ ସଂସ୍କୃତି ର ପରମ୍ପରା ଯେତିକି ଅନନ୍ୟ ସେତିକି ସ୍ଵତନ୍ତ୍ର । ଶ୍ରୀକ୍ଷେତ୍ର ରେ ଶାରଦୀୟ ପୂଜାରେ ଦେଖିବାକୁ ମିଳିଥାଏ ଏକ ଭିନ୍ନ ଉପାସନା ଓ ପରମ୍ପରା । ଶାରଦୀୟ ପୂଜାରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଥାଏ ନାଗା ଉପାସନା । ପବିତ୍ର ମୂଳାଷ୍ଟମୀ ବା ଦ୍ୱତୀୟା ଓଷାର ଠାରୁ ସହରର ବିଭିନ୍ନ ପୀଠରେ ୧୬ ପୂଜା ଆରମ୍ଭ ହୋଇଛି । ବିଭିନ୍ନ ପୂଜା ମଣ୍ଡପରେ ଗୋଷାଣୀ ମାନଙ୍କ ପୂଜା ଅନୁଷ୍ଠିତ ମଧ୍ୟ ହେଉଛି ।

ତେବେ ଶାରଦୀୟ ଦୁର୍ଗା ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜନର ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ଯାହା ଭାରତର ଅନ୍ୟ କୈାଣସି ସ୍ଥାନରେ ଦେଖାଯାଏ ନାହିଁ । ଏହି ଗୋଷାଣୀ ପୂଜନ ମଧ୍ୟରେ ନାଗା ଉପାସନା ଏକ ନିଆରା ଉପାସନା ଦେଖିବାକୁ ମିଳିଥାଏ । ଯାହା ବୀରର ପ୍ରତୀକକୁ ଦର୍ଶାଇଥାଏ । କିମ୍ବଦନ୍ତୀରୁ ଜଣାଯାଏ ପୂର୍ବ କାଳରେ ଶ୍ରୀକ୍ଷେତ୍ରରେ ନାଗା ସାଧୁ ମାନେ, ହିନ୍ଦୁମଠ , ମନ୍ଦିରର ସୁରକ୍ଷା ଦେଉଥିଲେ । ନାଗା ମାନେ ମଲ୍ଲଯୋଦ୍ଧା କରିବା ସହ କୁସ୍ତି କସରତ କରୁଥିଲେ । ସେମାନଙ୍କୁ ନାଗାଯାଗା ସାଧୁ ବୋଲି କୁହାଯାଉଥିଲା । ଧର୍ମରକ୍ଷା ପାଇଁ ସେମାନେ ସମର୍ପିତ ଥିଲେ । ସେହି ନାଗା ଏହି ମାନଙ୍କର ବୀରତ୍ୱକୁ ନେଇ ଶ୍ରୀକ୍ଷେତ୍ରରେ ନାଗା ପୂଜା ଉପାସନା ଆରମ୍ଭ ହୋଇଛି । ତେବେ କେବେ ଠାରୁ ପୂଜା ବିଧି ଆରମ୍ଭ ହେଲା ତାହାର ବିଧିବଧ ଇତିହାସ ନାହିଁ। ନାଗା ମାନେ ପରମ ବୈଷ୍ଣମ । ନାଗା ମାନଙ୍କୁ ବନ ଦୁର୍ଗା ମନ୍ତ୍ରରେ ପୂଜା କରାଯାଏ। ତେବେ ୧୬୪୭ ଖ୍ରୀଷ୍ଟାବ୍ଦ ପରେ ଏହି ନାଗା ଉପାସନା ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଥିବା ମନେ କରାଯାଏ।

ମା’ ଦୁର୍ଗାଙ୍କ ପୂଜାରେ ବୀରତ୍ୱର ପ୍ରତୀକ ରୂପେ ନାଗା ପୂଜାକୁ ଦୁର୍ଗାପୂଜାରେ ସାମିଲ କରି ଦେଇଥିଲେ ଶ୍ରୀକ୍ଷେତ୍ରବାସୀ । ବର୍ତ୍ତମାନ ମଧ୍ୟ ଶ୍ରୀକ୍ଷେତ୍ରରେ ନାଗା ଉପାସନା ଦେଖାଯାଏ । ତେବେ ବାଲି ସାହି ଆଖାଡାରୁ ଆରମ୍ଭ ହୋଇଥିବା ନାଗା ଉପାସନା ପୁରୀର ସାତ ସାହି ୪୨ କନ୍ଦିର ବିିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ । ତଥାପି ବାଲି ସାହି ନାଗାକୁ ଗାଦି ନାଗା ବୋଲି କୁହାଯାଇଥାଏ । କାରଣ ପୁରୀ ସହରରେ ପ୍ରଥମ ନାଗା ବାଲି ସାହି ଆଖଡା ହିଞ୍ଜଳ ଯାଗା ପକ୍ଷରୁ ନିର୍ମାଣ କରାଯାଇଥିବାରୁ ଉକ୍ତ ନାଗାକୁ ଗାଦି ନାଗା ବୋଲି କୁହାଯାଏ । ନାଗାର ମୂର୍ତି ର ଉଚତା ୧୬ ଫୁଟ ଅଟେ। । ପୁରୀର ନାଗାପରମ୍ପରାରେ ବାଲି ସାହି ନାଗା ପ୍ରଥମ ନାଗା ତେଣୁ ବାଲି ସାହି ନାଗାକୁ ଗାଦି ନାଗା କୁହାଯାଏ ।

ପୁରୀ ସାହି ଯାଗା ଆଖଡାର ଯୁବକ ମାନଙ୍କୁ ନେଇ ସମର କଳା ପ୍ରଣିକ୍ଷଣ ଦେଇଥିଲେ। ତାଙ୍କରି ସ୍ମୃତି କୁ ଉଜ୍ଜୀବିତ ରଖିବା ପାଇଁ ବୀର ମାନେ ଯେଭଳି ନିଜ ଶରୀରରେ ୧୬ ହାତିଆର ଧାରଣ କରିଥାନ୍ତି ସେହିପରି ୧୬ ହତିଆର ରଖି ନାଗା ମୂତ୍ତି ନିର୍ମାଣ କରି ପୂଜା ଆରମ୍ଭ ହୋଇଥଲା । ପ୍ରଥମେ ହିଞ୍ଜଳ ଯାଗାରେ ନାଗାମୂତ୍ତି ନିର୍ମାଣ ହୋଇଥିଲା। ସେବେଠାରୁ ପୁରୀରେ ନାଗା ପରମ୍ପରା ଚାଲି ଆସୁଛି। ନାଗା ୧୬ ପ୍ରକାର ହତିଆର ମଧ୍ୟରେ ହାତରେ ବନ୍ଧୁକ, ଢାଲ , କଟାର , ବାରୁଦ ଥଳି ,ଫୁଲ ଖଇନି ଥଳି ଏହିପରି ହତିଆର ରହିଥାଏ । ନାଗା ବ୍ରହ୍ମଚାରୀ ହୋଇଥିବାରୁ ନାଗା ମାନଙ୍କୁ ଶଙ୍ଖୁଡ଼ି ଭୋଗ କରାଯାଏ ନାହିଁ । ନାଗା ମାନଙ୍କ ନିକଟରେ ଶୀତଳ ଭୋଗ ଯଥା ଫଳ ମୂଳ , ମିଠା ଆଦି ଭୋଗ କରାଯାଏ । ତେବେ ନାଗା ମାନଙ୍କୁ ସପ୍ତମୀ , ଅଷ୍ଟମୀ ଏବଂ ନବମୀ ତିନିଦିନ ଧରି ପୂଜା କରାଯାଏ। ଦଶମୀରେ ବିସର୍ଜନ କର୍ମ କରାଯାଇ । ଏକାଦଶୀରେ ସିଂହଦ୍ୱାର ସ୍ଥିତ ସଭାକୁ ନିଆଯାଏ। ପରେ ପୁଷ୍କରଣୀରେ ବିସର୍ଜନ କରାଯାଏ । ତେବେ ବର୍ତ୍ତମାନ ବାଲି ସାହି ନାଗା ବ୍ୟତିତ, ହରଚଣ୍ଡୀ ସାହି ନାଗା , ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରା ନାଗା, ନରେନ୍ଦ୍ର କୋଣ ସ୍ଥିତ ନାଗା, ମାର୍କେଣ୍ଡଶ୍ୱର ସାହି ନାଗା, ବଳଗଣ୍ଡି ସ୍ଥିତ ମାଜଣା ଜେଗା ନାଗା ବେଶ ପ୍ରସିଦ୍ଧ ଲାଭ କରିଛନ୍ତି । ବଡ ବଡ ନାଗା ସହ ଅନେକ ଛୋଟ ଛୋଟ ନାଗା ମଧ୍ୟ ପୁରୀରେ ଦେଖିବାକୁ ମିଳେ । ଏହାକୁ ଦେଖିବାକୁ ବହୁ ପର୍ଯ୍ୟଟକ ପୁରୀ ଆସିଥାନ୍ତି।

ଏହା ବି ପଢନ୍ତୁ- ମହାଷ୍ଟମୀ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା କଲେ ବ୍ରତଧାରୀ

ଏହା ବି ପଢନ୍ତୁ- ଶାରଦୀୟ ଦୁର୍ଗୋତ୍ସବ: ବାଙ୍କୀ ମୁହାଣ ରାମଚଣ୍ଡୀ ମନ୍ଦିରରେ ମହାନବମୀ ପୂଜା

ଏହା ବି ପଢନ୍ତୁ- କଳାପାହାଡରୁ ମୋଗଲ...18 ଥର ଅଣହିନ୍ଦୁଙ୍କ ଆକ୍ରମଣ ସହିଛି ଶ୍ରୀକ୍ଷେତ୍ର, ଶହ ଶହ ବର୍ଷ ଖାଲି ପଡିଛି ରତ୍ନବେଦୀ, ଜାଣନ୍ତୁ ପୁରା ଇତିହାସ - HISTORY OF JAGANNATH TEMPLE

ଶ୍ରୀ ମନ୍ଦିର ବରିଷ୍ଠ ସେବାୟତ ଶରତ ମହାନ୍ତି କହିଛନ୍ତି, "ଶ୍ରୀକ୍ଷେତ୍ର ରେ ନିଆରା ଢଙ୍ଗ ରେ ଶକ୍ତି ଉପାସନା ହୋଇଥାଏ। ନାଗା ଉପାସନା ସେଥି ମଧ୍ୟରୁ ଅନ୍ୟତମ। ନାଗା ହେଉଚି ଶକ୍ତି ର ପ୍ରତୀକ। ନଗାଙ୍କୁ ବନ ଦୂର୍ଗା ମନ୍ତ୍ରରେ ପୂଜା କରାଯାଏ । ଶାରଦୀୟ ପୂଜାରେ ଦେବୀ ମାନଙ୍କୁ ପୂଜା ଅବସର ରେ ଶ୍ରୀକ୍ଷେତ୍ରରେ ନାଗା ଙ୍କୁ ପୂଜା କରାଯାଏ । ପୁର୍ବ କାଳରେ ଅନେକ ବୈଷ୍ଣବ ସାଧୁ ଶ୍ରୀକ୍ଷେତ୍ରକୁ ଆସିଥିଲେ । ଶ୍ରୀ ମନ୍ଦିର ଚାରି ପାଖରେ ଜାଗା ଆଖଡ଼ା ସୃଷ୍ଟି କରିଥଲେ । ଯୁବକ ମାନଙ୍କୁ ଯୁଦ୍ଧ କଳା କୌଶଳ ତାଲିମ ଦେଉଥିଲେ । ଶ୍ରୀ ମନ୍ଦିର କୁ ଶତ୍ରୁ ଆକ୍ରମଣ ରୁ ରକ୍ଷା ପାଇଁ ନାଗା ସାଧୁ ମାନେ ସବୁବେଳେ ପ୍ରସ୍ତୁତ ହୋଇ ରହିଥିଲେ। ତେବେ ସେହି ବିର ନାଗାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରେଖିଵା ପାଇଁ ଶାରଦୀୟ ପୂଜା ରେ ନାଗା ମୂର୍ତି କରାଯାଇ ଶକ୍ତିର ପ୍ରତୀକ ଭାବେ ପୂଜା କରାଯାଏ । ଏହି ନାଗା ଉପାସନା ପରମ୍ପରା ଅନ୍ୟ କୌଣସି ସ୍ଥାନରେ ନଜିର ନାହିଁ ।"

ବଡଦାଣ୍ଡର ମାଜଣା ଜାଗା ସମ୍ପାଦକ କୌସ୍ତୁଭ ମହାନ୍ତି କହିଛନ୍ତି, "ନାଗା ପୂଜା ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ। ଶାରଦୀୟ ପୂଜା ରେ ଆମେ ନାଗା କୁ ଶକ୍ତି ର ପ୍ରତିକ ଭାବରେ ପୂଜା କରିଥାଉ। ସବୁ କୁ ଶକ୍ତି କୁ ନାଗା ପରାହତ କରିବା ନେଇ ଆମେ ନାଗା ପୁଜା କରିଆସୁଛୁ । ଏହି ପରମ୍ପରା ଓ ପୂଜା କେବଳ ଶ୍ରୀକ୍ଷେତ୍ର ରେ ଦେଖିବାକୁ ମିଳିଥାଏ । ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶମୀ ରେ ନାଗା ଙ୍କୁ ପୂଜା କରାଯାଏ। ନାଗା ଙ୍କୁ ଶୁଖିଲା ଭାବେ ଖଇକୋରା, ସୋଲା, ଚୂଡା ଘସା ଓ 5 ପ୍ରକାର ଫଳ ଭୋଗ ହୋଇଥାଏ। ଯେହେତୁ ଶାରଦୀୟ ପୂଜା ରେ ପୁରୀ କୁ ଅନେକ ପର୍ଯ୍ୟଟକ ଆସିଥାନ୍ତି ନାଗା ମୂର୍ତ୍ତି ଦେଖିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। କାରଣ ଏହି ନାଗା ଉପାସନା ଅନ୍ୟ କୌଣସି ସ୍ଥାନରେ ନଜିର ନାହିଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.