ETV Bharat / state

ସାତକୋଶିଆ ଗଣ୍ଡରେ ଘଡିଆଳ ପଲ, 4 ବର୍ଷ ପରେ ଜନ୍ମ ନେଲେ କୁମ୍ଭୀର - gharial conservation

Gharial conservation: 4 ବର୍ଷ ପରେ ସାତକୋଶିଆରୁ ଘଡିଆଳକୁ ନେଇ ଆସିଲା ଖୁସି ଖବର । ଜନ୍ମ ନେଲେ ଘଡିଆଳ କୁମ୍ଭୀର ଛୁଆ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 24, 2024, 3:36 PM IST

Gharial conservation
Gharial conservation (ETV Bharat Odisha)

ଭୁବନେଶ୍ବର: ଚାରି ବର୍ଷର ବ୍ୟବଧାନ ପରେ ମହାନଦୀର ସାତକୋଶିଆ ଗଣ୍ଡରେ ଘଡିଆଳ ପ୍ରଜନନ ଆରମ୍ଭ ହୋଇଛି । ଏକା ସାଙ୍ଗରେ ୩୫ଟି ଘଡିଆଳ ଛୁଆ ଦେଖିବାକୁ ମିଳିଛି । ଏନେଇ ବନ୍ୟପ୍ରାଣୀ PCCF ସୁଶାନ୍ତ ନନ୍ଦ ଏକ୍ସରେ ସୂଚନା ଦେଇଛନ୍ତି । ଘଡିଆଳ କୁମ୍ଭୀର ସଂଖ୍ୟା ଦୁନିଆରୁ ବିଲୁପ୍ତ ହୋଇଯାଉଥିବା ବେଳେ ପୁନର୍ବାର ଘଡିଆଳ ବଂଶ ବୃଦ୍ଧି ନେଇ ଆଶା ସଂଚାର ହୋଇଛି ।

ସାତକୋଶିଆରୁ ଆସିଛି ଖୁସି ଖବର । ଦୀର୍ଘ ୪ ବର୍ଷ ପରେ ମହାନଦୀ ସାତକୋଶିଆ ଗଣ୍ଡରେ ଜନ୍ମ ହୋଇଛନ୍ତି ୩୫ଟି ଘଡିଆଳ କୁମ୍ଭୀର ଛୁଆ । ଘଡିଆଳ କୁମ୍ଭୀର ବିଲୁପ୍ତ ହୋଇଯାଉଥିବା ବେଳେ ପୁନର୍ବାର ଘଡିଆଳ ବଂଶ ବୃଦ୍ଧି ନେଇ ଆଶା ସଂଚାର ହୋଇଛି । ସାତକୋଶିଆ ଗଣ୍ଡରେ ଘଡିଆଳ କୁମ୍ଭୀର ଛୁଆ ଜନ୍ମ ହୋଇଛନ୍ତି । ଏନେଇ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଘଡିଆଳ ଛୁଆଙ୍କୁ ଦେଖିଥିଲେ । ଘଡିଆଳ ଛୁଆଙ୍କୁ ମାଆ ଘଡିଆଳ ଜଗି ରହିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ସୁରକ୍ଷା ପାଇଁ ସେହି ଅଞ୍ଚଳକୁ ଗମନାଗମନ ଉପରେ କଟକଣା ଲଗାଯାଇଛି । ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ତେବେ ଘଡିଆଳ କୁମ୍ଭୀରଙ୍କ ସୁରକ୍ଷା କିଭଳି ହେବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସ୍ୱପ୍ନ ହେଲା ସାକାର, ପ୍ରାକୃତିକ ପରିବେଶରେ ଜନ୍ମନେଲେ ଘଡିଆଳ କୁମ୍ଭୀର

ସୂଚନା ଅନୁଯାୟୀ, ୨୦୨୧ ମସିହା ମେ’ ମାସରେ ସେହି ସ୍ଥାନରେ ଏକ ଘଡିଆଳ ୨୮ଟି ଛୁଆ ଜନ୍ମ ହୋଇଥିଲା। ହେଲେ ଏବେ ଗୋଟିଏ ହେଲେ ଛୁଆର ପତ୍ତା ମିଳୁନାହିଁ । କେବଳ ୪ଟି ଘଡିଆଳ ଛୁଆକୁ ପୁରୀ କେନାଲରୁ ଉଦ୍ଧାର କରାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଛଡା ଯାଇଥିଲା । ଅନ୍ୟପଟେ, ସାତକୋଶିଆ ମହାନଦୀ ଗଣ୍ଡ ଅଭୟାରଣ୍ୟ ଅଞ୍ଚଳରୁ ଘଡିଆଳ ପ୍ରଜାତିର କୁମ୍ଭୀର ପ୍ରତିବର୍ଷ ବନ୍ୟା ସମୟରେ ନିଜ ବାସସ୍ଥଳୀଠାରୁ ହାଟଗାଁ, ଶ୍ୟାମସୁନ୍ଦରପୁର ଏବଂ ମଙ୍ଗଳପୁର ମହାନଦୀ ଘାଟ ଅଞ୍ଚଳର ଉପରଭାଗକୁ ଉଠିଆସନ୍ତି । ସାତକୋଶିଆ ଗଣ୍ଡ ଜଳ ସହିତ ଏସମସ୍ତ ଘାଟର ଜଳ ମଧ୍ୟରେ ସମାନତା ଉପରେ ଅନୁଧ୍ୟାନ କରାଯାଉଛି ।

ଏହା ସାଙ୍ଗକୁ ସାତକୋଶିଆ ଗଣ୍ଡର ଗଭୀରତା ଏବଂ ଏହି ଅଞ୍ଚଳରେ ମହାନଦୀର ଗଭୀରତା କେତେ ରହିଛି ସେସବୁ ଦିଗକୁ କୁମ୍ଭୀର ବିଶେଷଜ୍ଞ ଅନୁଧ୍ୟାନ କରାଯାଉଛି । ଏହା ସହିତ ପାଣିର ବିଶୁଦ୍ଧତା ସାଙ୍ଗକୁ ବର୍ତ୍ତମାନ ସମୟରେ ରହିଥିବା ନଦୀ ଜଳର ତାପମାତ୍ରା ମଧ୍ୟ ପରୀକ୍ଷା କରାଯାଉଛି । ଏହା ସହିତ ଏହି ଅଞ୍ଚଳରେ ଘଡିଆଳ ବଂଶବୃଦ୍ଧି ଏବଂ ସେମାନଙ୍କ ବାସସ୍ଥଳୀ ପାଇଁ ଉପଯୋଗୀ ବିଷୟରେ ଭଲ ଭାବରେ ଜଣାପଡିବା । ଏହା ପରେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.