ETV Bharat / state

ଚିକିଟି ମଦ ଟ୍ରାଜେଡି: ଗଲାଣି 2 ଜୀବନ, ଏବେ ବି ହସ୍ପିଟାଲରେ 16ରୁ ଅଧିକ ଅସୁସ୍ଥ, ଆଜି ଯିବ ବିଜେଡି ଫ୍ୟାକ୍ଟ-ଫାଇଣ୍ଡିଂ ଟିମ୍‌ - Ganjam hooch tragedy

author img

By ETV Bharat Odisha Team

Published : Aug 21, 2024, 1:15 PM IST

Updated : Aug 22, 2024, 10:29 AM IST

Ganjam spurious liquor tragedy: ବିଷାକ୍ତ ମଦ ନେଲା ଜୀବନ । ଗଞ୍ଜାମ ଚିକିଟିରେ ବିଷାକ୍ତ ମଦ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ 2 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ଅନେକ ଲୋକ ଚିକିତ୍ସାଧୀନ ରହିଛନ୍ତି । ପଢନ୍ତୁ ପୁରା ଖବର

ବିଷାକ୍ତ ମଦ ପିଇ ଜଣେ ମୃତ; 20 ଲକ୍ଷ କ୍ଷତିପୂରଣ ଦାବିରେ ରାସ୍ତାରୋକ, ଏବେ ବି ହସ୍ପିଟାଲରେ 10ରୁ ଅଧିକ ଅସୁସ୍ଥ
ବିଷାକ୍ତ ମଦ ପିଇ ଜଣେ ମୃତ; 20 ଲକ୍ଷ କ୍ଷତିପୂରଣ ଦାବିରେ ରାସ୍ତାରୋକ, ଏବେ ବି ହସ୍ପିଟାଲରେ 10ରୁ ଅଧିକ ଅସୁସ୍ଥ (ETV Bharat Odisha)

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ଅପମିଶ୍ରିତ ଦେଶୀ ମଦ ପିଇ ଅସୁସ୍ଥ ହୋଇପଡିଥିବା ଲୋକଙ୍କ ମଧ୍ୟରୁ 2 ଜଣଙ୍କର ମୃତ୍ୟୁ ହୋଇଯାଇଛି । ଗତକାଲି (ମଙ୍ଗଳବାର) ରାତିରେ ପ୍ରଥମେ ଜେନାପୁର ଅଞ୍ଚଳର ଜୁର ବେହେରା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଆଜି ଆଉ ଜଣେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିବା ପରେ ମୃତ୍ୟୁସଂଖ୍ୟା 2କୁ ବୃଦ୍ଧି ପାଇଛି । ଦ୍ବିତୀୟ ମୃତକ ହେଲେ ଲୋକନାଥ ବେହେରା(30) । ଦୁଇ ଜଣଯାକ ବ୍ରହ୍ମପୁର ଏମ.କେ.ସି.ଜି. ହସ୍ପିଟାଲରେ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ଏବେ ବି 10ରୁ ଅଧିକ ଅସୁସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ସେପଟେ ଏହି ମଦ ମୃତ୍ୟୁକୁ ନେଇ ଆଜି ଚିକିଟି ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ଜୁର ବେହେରା ପରିବାରକୁ 20 ଲକ୍ଷ ଟଙ୍କା କ୍ଷତିପୂରଣ ଓ ଚିକିତ୍ସାଧୀନ ଥିବା ଲୋକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦାବି କରି ରାସ୍ତାରୋକ କରାଯାଇଥିଲା । ଗ୍ରାମବାସୀ ଚିକିଟି ପେଣ୍ଠ ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ତହସିଲଦାରଙ୍କ ସମେତ ପ୍ରଶାସନ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ କରିବା ପରେ ଲୋକମାନେ ଆନ୍ଦୋଳନରୁ ହଟିଥିଲେ ।

ଗଞ୍ଜାମ ମଦ ଟ୍ରାଜେଡି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: ଗଞ୍ଜାମରେ ଅଘଟଣ: ବିଷାକ୍ତ ମଦ ପିଇ ୧୪ ଅସୁସ୍ଥ, ୨ ଗୁରୁତର, MKCG ହସପିଟାଲରେ ଭର୍ତ୍ତି - Ganjam Spurious Liquor Case

ଗାଁରେ ମୃତଦେହ ପହଞ୍ଚିବା ପରେ ଉତ୍ତେଜନା:

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଚିକିଟି ପେଣ୍ଠ ଜେନାପୁର ଓ କରବାଲୁଆ ଗ୍ରାମର କିଛି ଲୋକ ପାଖ ମାଉନ୍ଦପୁର ଯାଇ ଦେଶୀ ମଦ ପିଇଥିଲେ । ଏହାପରେ 16 ଜଣ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ସମସ୍ତଙ୍କର ମୁଣ୍ଡ ବୁଲାଇବା ସହ ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ସେମାନଙ୍କ ମଧ୍ୟରୁ 14 ଜଣଙ୍କୁ ପ୍ରଥମେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଜୁର ବେହେରା ନାମକ ଜଣେ ଅସୁସ୍ଥଙ୍କ ଗତ ରାତିରେ ମୃତ୍ୟୁ ହୋଇଯାଇଥିଲା । ଏହାପରେ ଆଇସିୟୁରେ ଥିବା ଆଉ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଚାଲିଯାଇଛି ।

ଗଞ୍ଜାମ ମଦ ଟ୍ରାଜେଡି: 2 ମୃତ (ETV Bharat Odisha)

ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି:

ତେବେ ଦୀର୍ଘ ଦିନ ଧରି ଗଞ୍ଜାମ ଜିଲ୍ଲାର ଚିକିଟି ଓ ପାତ୍ରପୁର ବ୍ଲକର ବିଭିନ୍ନ ଗ୍ରାମରେ ଚୋରା ଭାବରେ ଦେଶୀ ମଦ ବିକ୍ରି ହେଉଥିବା ବେଳେ ପ୍ରଶାସନ ଓ ଅବକାରୀ ବିଭାଗ ଚଢ଼ାଉ କରିଥିଲେ ମଧ୍ୟ ଏଭଳି ଚୋରା ଦେଶୀ ମଦ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ ‌। ଯାହାଫଳରେ ଏଭଳି ଅବାଧ ଚୋରାମଦ ବିକ୍ରି ବୃଦ୍ଧି ହେଉଛି । ଚୋରାମଦ ବିକ୍ରି ବନ୍ଦ ନେଇ ବାରମ୍ବାର ଦାବି କଲେ ମଧ୍ୟ ପ୍ରଶାସନ ଓ ଅବକାରୀ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ସେପଟେ ଲୋକନାଥଙ୍କ ପରିବାର ଗରୀବ ଶ୍ରେଣୀର ରହିଥିବା ଯୋଗୁଁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଜେନାପୁର ଅଞ୍ଚଳର ବାସିନ୍ଦା ।

ଗଞ୍ଜାମ ମଦ ଟ୍ରାଜେଡି
ଗଞ୍ଜାମ ମଦ ଟ୍ରାଜେଡି (ETV Bharat ODISHA)
ଗଞ୍ଜାମ ମଦ ଟ୍ରାଜେଡି
ଗଞ୍ଜାମ ମଦ ଟ୍ରାଜେଡି (ETV Bharat Odisha)

ଚୋରାମଦ ପ୍ରସ୍ତୁତ କରୁଥିବା ମୁଖ୍ୟ ଅଭିଯୁକ୍ତ ସମେତ ସହଯୋଗୀ ଗିରଫ:

ଗଞ୍ଜାମ ଜିଲ୍ଲାରେ ଚୋରା ଦେଶୀ ମଦ ପ୍ରସ୍ତୁତ କରି ଦୀର୍ଘ ବର୍ଷ ଧରି ବିକ୍ରି କରି ଆସୁଥିବା ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡା ଅଞ୍ଚଳର ସୁରେନ୍ଦ୍ର ମଲ୍ଲିକକୁ ଗିରଫ କରାଯାଇଥିବା ବେଳେ ସୁରେନ୍ଦ୍ର ହିଁ ଏଭଳି କାରବାର କରି ଆସୁଥିଲେ । ପୂର୍ବରୁ ଅନେକ ବାର ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ଚୋରା ମଦ କାରବାର କରି ଆସୁଥିବା ସୁରେନ୍ଦ୍ରଙ୍କୁ ଗିରଫ କରାଯାଇଛି । ସୁରେନ୍ଦ୍ର ଠାରୁ ମଦ ଆଣି ଚିକିଟି ଅଞ୍ଚଳରେ ବିକ୍ରି କରି ଆସୁଥିବା ଅନ୍ୟ ଚାରି ଜଣ ମଦ ବ୍ୟବସାୟୀ ମାଉନ୍ତପୁର ଅଞ୍ଚଳର ବାୟା ସାହୁ,ରବି ସାହୁ,ବାପୁନି ସାହୁ ଏବଂ ନିର୍ମଳା ସାହୁ- ସ୍ବାମୀ ଗୁରିଆ (ଢେପା ଅଞ୍ଚଳର)ଙ୍କୁ ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢ଼ାଉ ସମୟରେ ଗିରଫ କରାଯାଇଥିବା ସୂଚନା ମିଳିଛି ‌। ଚିକିଟି ଅଞ୍ଚଳରେ ଏଭଳି ଚୋରାରେ ଅପମିଶ୍ରିତ ବିଷାକ୍ତ ମଦ ପ୍ରସ୍ତୁତ କରି ବିକ୍ରୟ କରାଯାଉଥିବା ଜଣାପଡିବା ପରେ ଗତ ଦୁଇ ଦିନ ମଧ୍ୟରେ ସାତୋଟି ମାମଲା ରୁଜ୍ଜୁ କରାଯାଇ ଚଢାଉ ଜାରି ରହିଥିବା କହିଛନ୍ତି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ଡମ୍ବରୁଧର ଖଣ୍ଡା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 22, 2024, 10:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.