ETV Bharat / state

‘ଗଞ୍ଜାମ ଜିଲ୍ଲାର ସ୍ୱାର୍ଥ ପାଇଁ ବିଜେପିର ୧୧ ବିଧାୟକ ସମେତ ଦୁଇ ସାଂସଦଙ୍କ ମିଳିତ ଉଦ୍ୟମ ଜାରି ରହିବ’ - mp mla felicitation program

author img

By ETV Bharat Odisha Team

Published : Jun 22, 2024, 8:18 PM IST

MP & MLA FELICITATION PROGRAM: ବ୍ରହ୍ମପୁରରେ ବିଜେପିର ବିଶାଳ ରୋଡ ସୋ’ । ଏକାଠି ହେଲେ ଜିଲ୍ଲାର ୧୧ ନବନିର୍ବାଚିତ ବିଧାୟକଙ୍କ ସହ ୨ ସଂସାଦ । ସେପଟେ ଜିଲ୍ଲାର ସ୍ୱାର୍ଥ ପାଇଁ ମିଳିତ ଉଦ୍ୟମ ଜାରି ରହିବ କହିଲେ ସଂସଦ ପ୍ରଦୀପ ପାଣିଗ୍ରାହୀ । ଅଧିକ ପଢନ୍ତୁ

MP MLA FELICITATION PROGRAM
MP MLA FELICITATION PROGRAM (ETV Bharat Odisha)

ବ୍ରହ୍ମପୁର: ଶକ୍ତି ପ୍ରଦର୍ଶନ କଲା ବିଜେପି । ଗଞ୍ଜାମରର ନବନିର୍ବାଚିତ ୧୧ ବିଜେପି ବିଧାୟକ ଏବଂ ୨ ସାଂସଦ ଏକାଠି ଦେଖାଇଲେ ଦମ୍ । ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଜିଲ୍ଲାର ନବନିର୍ବାଚିତ ଜନ ପ୍ରତିନିଧିଙ୍କୁ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାର ବିକାଶ ତଥା ସ୍ୱାର୍ଥ ପାଇଁ ସମସ୍ତେ ମିଳିତ ଉଦ୍ୟମ ଜାରି ରହିବ ବୋଲି କହିଲେ ବ୍ରହ୍ମପୁର ସଂସାଦ ପ୍ରଦୀପ ପାଣିଗ୍ରାହୀ ।

ଏହି ଅବସରରେ ସଂସାଦ ପ୍ରଦୀପ ପାଣିଗ୍ରାହୀ ଏବଂ ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାବାସୀ ଯେଭଳି ପରିବର୍ତ୍ତନ ଆଣିବା ସହିତ ଅନେକ ଲକ୍ଷ୍ୟ ରଖିଛନ୍ତି । ତାହାକୁ କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ଏବଂ ଜିଲ୍ଲାକୁ ଏକ ନମ୍ବର ରଖିବା ସହ ସମୃଦ୍ଧ କରିବା କ୍ଷେତ୍ରରେ ସାଧାରଣ ଜନତା ରଖିଥିବା ଆଶାକୁ ସମସ୍ତଙ୍କ ଉଦ୍ୟମରେ ନିଶ୍ଚିତ ପୂର୍ଣ୍ଣ କରାଯିବ ।

ମୁଖ୍ୟତଃ ଚଳିତବର୍ଷ ସାଧାରଣ ଜନତା ବିଜେଡ଼ିର ଗଡ଼ ଭାବରେ ପରିଚିତ ଗଞ୍ଜାମରେ ମୋଟ ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୧ଟି ବିଜେପି ବିଜୟୀ ହେବା ସହିତ ରାଜ୍ୟରେ ନୂତନ ସରକାର ଗଠନ କରିବାରେ ସଫଳ ହୋଇଛି । ନିର୍ବାଚିତ ଦୁଇ ସାଂସଦ ସମେତ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଦୁଇ ମନ୍ତ୍ରୀ ଏବଂ ସମସ୍ତ ବିଧାୟକଙ୍କୁ ବ୍ରହ୍ମପୁରରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ପୂର୍ବରୁ ନବନିର୍ବାଚିତ ସାଂସଦ ଓ ବିଧାୟକ ମାନେ ସହରର ଆମ୍ବପୁଆ ଠାରୁ ସଂସ୍କୃତି ଭବନ ଯାଏଁ ଏକ ବିରାଟ ଶୋଭାଯାତ୍ରା କରିଥିଲେ । ଯେଉଁଥିରେ ଗଞ୍ଜାମ ଜିଲ୍ଲାର ଶହ ଶହ ବିଜେପି ନେତା ଓ କର୍ମୀ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ....ପରାଜୟ ପରେ ସାଂଗଠନିକ ସ୍ତରରେ ଅଦଳବଦଳ କରିବ ବିଜେଡି ! - odisha election results

ସେପଟେ ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶନୀ, ରାଜ୍ୟ ବାଣିଜ୍ୟ ପରିବହନ,ଖଣି ଓ ଶିଳ୍ପ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ ।ଏଥିରେ ଜିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଡା. ସୁବାସ ସାହୁ ଓ ଘୁମୁସର ଜିଲ୍ଲା ସଭାପତି ବିଜୟ ସ୍ବାଇଁଙ୍କ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.