ETV Bharat / state

ଚର୍ଚ୍ଚାରେ ଗଞ୍ଜାମର ଅରୁଣ, ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପ୍ରଦାନ କଲେ କାଠରେ ନିର୍ମିତ ହନୁମାନ ଚାଳିଶା ପୁସ୍ତକ

Hanuman Chalisa Carved on Wood: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟିଲେ ଗଞ୍ଜାମର ଯୁବଶିଳ୍ପୀ ଅରୁଣ ସାହୁ । କାଠରେ ନିର୍ମିତ ହନୁମାନ ଚାଳିଶା ପୁସ୍ତକ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଛବିକୁ ପ୍ରଦାନ କଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 15, 2024, 1:43 PM IST

Hanuman Chalisa Carved on Wood
Hanuman Chalisa Carved on Wood
Hanuman Chalisa Carved on Wood

ବ୍ରହ୍ମପୁର: କାଠରେ ନିର୍ମିତ ହନୁମାନ ଚାଳିଶା ପୁସ୍ତକ ଅଯୋଧ୍ୟା ରାମମନ୍ଦିର ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ପ୍ରଦାନ କରି ଚର୍ଚ୍ଚାରେ ଗଞ୍ଜାମର ଯୁବଶିଳ୍ପୀ ଅରୁଣ ସାହୁ । ସେ ଅଯୋଧ୍ୟା ରାମ ମନ୍ଦିର ବୁଲିବାକୁ ଯାଇଥିବା ବେଳେ ହିନ୍ଦୀ ଭାଷାରେ ଲିଖିତ ହନୁମାନ ଚାଳିଶା ପୁସ୍ତକ ସହିତ ହନୁମାନ ଚାଳିଶ ପାଠ କରିବା ଭଳି କାଠରେ ନିର୍ମିତ ବୋର୍ଡକୁ ରାମଜନ୍ମ ଭୂମିର ଟ୍ରଷ୍ଟକୁ ପ୍ରଦାନ କରିଥିଲେ । ଅରୁଣ ସାହୁଙ୍କ ଘର ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ କଣ୍ଟେଇକୋଳି ଗ୍ରାମରେ ।

ଏହା ମଧ୍ୟ ପଢନ୍ତୁ-ବାଲୁକାରେ ରାଷ୍ଟ୍ରପତିଙ୍କ ପ୍ରତିଛବି, ମହାମହିମଙ୍କୁ ପ୍ରଦାନ କଲେ ବାଲୁକାଶିଳ୍ପୀ

ଗୁରୁବାର ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ବୁଲିବାକୁ ୟାଇଥିଲେ ଅରୁଣ ସାହୁ । ଏହି ସମୟରେ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଥିଲେ । ଗ୍ରାମରୁ ସାଙ୍ଗରେ ନେଇଥିବା କାଠରେ ପ୍ରସ୍ତୁତ ଯୋଗୀଙ୍କର ଫଟୋ ସହିତ ହିନ୍ଦୀ ଭାଷାରେ ଲିଖିତ ହନୁମାନ ଚାଳିଶା ପୁସ୍ତକ ଟିକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଏହାକୁ ଦେଖି ଯୋଗୀ ଆଦିତ୍ୟନାଥ ବେଶ ଖୁସି ପ୍ରକାଶ କରିଥିଲେ । ରାମ ମନ୍ଦିର ବୁଲିବା ପରେ ଅରୁଣ ମନ୍ଦିର ଟ୍ରଷ୍ଟକୁ କାଠରେ ନିର୍ମିତ ହନୁମାନ ଚାଳିଶା ଲିଖିତ ବୋର୍ଡ ମଧ୍ୟ ପ୍ରଦାନ କରିଥିଲେ ।

ଶାଗୁଆନ ଓ ଗମ୍ଭାରୀ କାଠରେ ଏହା ତିଆରି ହୋଇଥିବା ବେଳେ ଉଚ୍ଚତା ୬ ଫୁଟ ୯ ଇଞ୍ଚ ରହିଛି ଓ ଓସାର ୩୨ ଇଞ୍ଚ । ଏହାକୁ ଦେଖି ଟ୍ରଷ୍ଟର ସଦସ୍ୟ ଡା.ଅନିଲ ମିଶ୍ରା ଏବଂ ଚମ୍ପୟତରାୟ ଆଗ୍ରହର ସହିତ ଗ୍ରହଣ କରିଥିବା ବେଳେ ଏହାକୁ ମନ୍ଦିରର ଉପଯୁକ୍ତ ସ୍ଥାନ ଦିଆଯିବ ବୋଲି ମତ ରଖିଥିଲେ । ଅଯୋଧ୍ୟା ରାମମନ୍ଦିର ପାଇଁ ହନୁମାନ ଚାଳିଶା ପୁସ୍ତକ ଏବଂ ବୋର୍ଡକୁ କାଠରେ ପ୍ରସ୍ତୁତ କରି ଚର୍ଚ୍ଚାରେ ରହିଛନ୍ତି ଗଞ୍ଜାମର ଅରୁଣ କୁମାର ସାହୁ । ଅଯୋଧ୍ୟାର ରାମମନ୍ଦିର ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିଜ ହାତ ତିଆରି କାଠରେ ପ୍ରସ୍ତୁତ ଉପହାର ପ୍ରଦାନ କରିବା ପରେ ସେ ବେଶ ଖୁସି ଅଛନ୍ତି ।

ଅରୁଣ କହିଛନ୍ତି, ''ମୁଁ ରାମମନ୍ଦିର ପାଇଁ କାଠରେ ନିର୍ମିତ ହନୁମାନ ଚାଳିଶା ଲିଖିତ ବୋର୍ଡ ତିଆରି କରିଥିଲି । ଏହାର ଉଚ୍ଚତା ୬ ଫୁଟ ୯ ଇଞ୍ଚ । କାଠରେ ଏକ ହନୁମାନ ଚାଳିଶା ପୁସ୍ତକ ମଧ୍ୟ ତିଆରି କରିଥିଲା । ମନ୍ଦିରକୁ ଏହା ଦେବାକୁ ମୋର ବହୁତ ଆଗ୍ରହ ଥିଲା । ମନ୍ଦିର ଟ୍ରଙ୍କୁ ଭେଟି ହନୁମାନ ଚାଳିଶା ଲିଖିତ ବୋର୍ଡକୁ ପ୍ରଦାନ କରିଥିଲି । ''

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.