ETV Bharat / state

ଜଗନ୍ନାଥଙ୍କ ଭଜନ ଗାଉଥିଲେ, ଚାଲିଗଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜୀବନ - ADM Dies while Singing Bhajan

Gajapati ADM Birendra Kumar Das Death: ଗାଉଥିଲେ ଜଗା ଭଜନ । ଉଡ଼ିଗଲା ମଞ୍ଚସ୍ଥ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରାଣବାୟୁ । ଜାଣନ୍ତୁ ପୁରା ଘଟଣା

author img

By ETV Bharat Odisha Team

Published : Jul 11, 2024, 7:46 PM IST

Updated : Jul 11, 2024, 9:05 PM IST

Gajapati ADM Birendra Kumar Das
Gajapati ADM Birendra Kumar Das (ETV Bharat Odisha)

ଗଞ୍ଜାମ/ଗଜପତି: ଜଗତରନାଥ ଜଗନ୍ନାଥଙ୍କ ଭଜନ ଗାଉଥିଲେ । ହେଲେ ସେ ଶେଷଥର ଲାଗି ପ୍ରଭୁଙ୍କୁ ସ୍ମରଣ ପକାଉଛନ୍ତି ବୋଲି କିଏ ବା ଜାଣିଥିଲା । ଗୀତ ଗାଉ ଗାଉ ସଭାମଞ୍ଚରେ ଟଳି ପଡିଲେ । ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ ଅଧିକାରୀ ବିରେନ୍ଦ୍ର କୁମାର ଦାସଙ୍କ ଏଭଳି ଢଙ୍ଗରେ ଅକାଳ ବିୟୋଗ ଘଟିଛି । ଏହାପରେ ବିଭିନ୍ନ ମହଲରେ ଖେଳିଯାଇଛି ଶୋକର ଛାୟା ।

ଜଗନ୍ନାଥଙ୍କ ଭଜନ ଗାଉଥିଲେ, ଚାଲିଗଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜୀବନ (ETV Bharat Odisha)

ମିଳିଥିବା ସୂଚନା ଅନୁସାରେ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପ୍ୟାଲେସ୍ ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ସଭା । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ମଞ୍ଚରେ ଶ୍ରୀଜଗନ୍ନାଥ ଜଣାଣ 'ଭକତ ବିଦୁର ଶାଗ ଭଜା ନେଇ' ସଙ୍ଗୀତ ଗାନ କରୁଥିବା ବେଳେ ହଠାତ ଟଳି ପଡ଼ିଥିଲେ । ଜଗନ୍ନାଥଙ୍କ ଭଜନ ଗାଇ ଗାଇ ଶେଷ ନିଶ୍ବାସ ହରାଇଥିବା ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସଙ୍କୁ ତୁରନ୍ତ ସଭା ମଞ୍ଚରୁ ପ୍ରଥମେ ପାରଳାଖେମୁଣ୍ଡି ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ବ୍ରହ୍ମପୁରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ବି ପଢନ୍ତୁ- ଏମିତି ବି ଆସେ ମୃତ୍ୟୁ ! ମଞ୍ଚରେ ସକୁନି ଭୂମିକାରେ ଅଭିନୟ ବେଳେ ଟଳିପଡିଲେ

ଗତ କିଛି ବର୍ଷ ଧରି ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ପ୍ରଶାସନର ଅତି ଆପଣାର ଥିଲେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର । ତାଙ୍କର ଏପରି ଅକାଳ ବିୟୋଗରେ ସମସ୍ତେ ମର୍ମାହତ ହୋଇଛନ୍ତି । ଏମକେସିଜି ମେଡିକାଲରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ବନ୍ଧୁ ପରିଜନ ସମସ୍ତେ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆଜି ତାଙ୍କ ପୈତୃକ ଗ୍ରାମରେ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ଏହାକୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଛି ।

ଏହା ବି ପଢନ୍ତୁ- ଗୀତ ବୋଲୁଥିଲେ ଟଳି ପଡିଲେ କବି, ଦେଖନ୍ତୁ ଦୃଶ୍ୟ

ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ରାଜନେତା ଗଭୀର ଶୋକ ପ୍ରକାଶ କରିବା ସହିତ ଉଚ୍ଚକୋଟୀର ପ୍ରଶାସନିକ ଦକ୍ଷତା ପାଇଁ ସବୁମହଲରେ ପ୍ରଶଂସା କରାଯାଇଛି । ସେ ରାଜ୍ୟର ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ ହରାଇଲା ବୋଲି ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ଇଟିଭି ଭାରତ, ଗଞ୍ଜାମ/ଗଜପତି

Last Updated : Jul 11, 2024, 9:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.