ETV Bharat / state

ଓଡ଼ିଶାରେ ଆଜିଠୁ ପୁଣି ଲଘୁଚାପ ବର୍ଷା: ୩କୁ ଅରେଞ୍ଜ ଆଲର୍ଟ, ମୟୂରଭଞ୍ଜରେ ସ୍କୁଲ ଛୁଟି - Low Pressure Rain

author img

By ETV Bharat Odisha Team

Published : Sep 13, 2024, 12:32 PM IST

Updated : Sep 13, 2024, 8:35 PM IST

Fresh Low Pressure: ରାଜ୍ୟରେ ପଛକୁ ପଛ ଲଘୁଚାପ ଲାଗି ରହିଛି । ଆଜି ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଉ ତାହା ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେଉଁ କେଉଁ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି ହୋଇଛି, ଜାଣନ୍ତୁ ।

Fresh Low Pressure over Bay of Bengal
Fresh Low Pressure over Bay of Bengal (ETV Bharat Odisha)

ଭୁବନେଶ୍ବର: ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ । ଦକ୍ଷିଣପୂର୍ବ ବାଂଲାଦେଶ ଓ ତତସଂଲଗ୍ନ ଅଞ୍ଚଳରେ ଏହା କେନ୍ଦ୍ରୀଭଊତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଅବପାତରେ ପରିଣତ ହେବ । ପରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ବି ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବ। ପ୍ରଭାବରେ ଆଜିଠାରୁ ଉତ୍ତର ଓଡିଶାରେ ଭାରି ବର୍ଷା ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆଜି ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ ।

Orange And Yellow Warning (ETV Bharat Odisha)

ଆଜି ପାଇଁ ଏହି ଜିଲ୍ଲାକୁ ୱାର୍ଣ୍ଣିଂ:

Orange And Yellow Warning

୨୦୦ ମିମିରୁ ଅଧିକ ବର୍ଷାର ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ ଏବଂ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ବର୍ଷା ହୋଇଛି । ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ସୁନ୍ଦରଗଡ, ଦେବଗଡ଼, ଅନୁଗୁଳ ଏବଂ ଢେଙ୍କାନାଳକୁ ସତର୍କତା ଜାରି ହୋଇଛି । ବର୍ଷା ସମୟରେ ଘଣ୍ଟା ପ୍ରତି ୪୦ରୁ ୫୦କିଲୋମିଟର ବେଗରେ ବହିବ ପବନ। ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

Fresh Low Pressure over Bay of Bengal
Fresh Low Pressure over Bay of Bengal (IMD)

ଏହା ବି ପଢନ୍ତୁ...ବାଂଲାଦେଶ ଉପକୂଳରେ ଲଘୁଚାପ, ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ନେବ ଅବପାତ ରୂପ - Low Pressure Rain

ଏହା ବି ପଢନ୍ତୁ...ବନ୍ୟାଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ, ସାତ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ - CM Mohan Visits Malkangiri

ଏହା ମଧ୍ୟ ପଢନ୍ତୁ:ମୁଖ୍ୟମନ୍ତ୍ରୀ ମୋହନଙ୍କ ମାଲକାନଗିରି ଗସ୍ତ, ଜିଲ୍ଲାରେ ବନ୍ୟା ସ୍ଥିତିର କରିବେ ସମୀକ୍ଷା

ଏହା ମଧ୍ୟ ପଢନ୍ତୁ:ବର୍ଷାରେ ବେହାଲ ମାଲକାନଗିରି; ପୋଲ ଉପରେ ୨ ଫୁଟ ଉଚ୍ଚ ପାଣି, ୩ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ

Orange And Yellow Warning
Orange And Yellow Warning (IMD)

ହୀରାକୁଦରେ ସବୁଠୁ ଅଧିକ ବର୍ଷା:

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଥବାବେଳେ ସମ୍ବଲପୁରର ହୀରାକୁଦରେ ସର୍ବାଧିକ ୮.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୯୪୪.୦ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୧୦୩୭.୩ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ୧ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ୧ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ ହୋଇଛି। ସେହିପରି ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

Orange And Yellow Warning
Orange And Yellow Warning (IMD)

ମୟୂରଭଞ୍ଜରେ ସ୍କୁଲ ଛୁଟି:

ଆସନ୍ତକାଲି ମୟୂରଭଞ୍ଜରେ ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ । ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସ୍କୁଲକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 13, 2024, 8:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.