ETV Bharat / state

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ,460 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର - Odisha Fourth Phase Election

author img

By ETV Bharat Odisha Team

Published : Jun 1, 2024, 6:30 AM IST

Updated : Jun 1, 2024, 10:44 PM IST

ODISHA FOURTH PHASE ELECTION
ODISHA FOURTH PHASE ELECTION

17:39 June 01

ସରିଲା ନିର୍ବାଚନ, ଶେଷ ତଥ୍ୟ ସୁଦ୍ଧା ରାଜ୍ୟରେ ୬୨.୪୬% ମତଦାନ

ଭୁବନେଶ୍ବର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏହା ଅନ୍ତିମ ପର୍ଯ୍ୟାୟ ଥିଲା । ତେବେ ସନ୍ଧ୍ୟା 5 ଟା ସୁଦ୍ଧା 62.46% ଭୋଟିଂ ହୋଇଛି । ସୂଚନା ଅନୁସାରେ, କେନ୍ଦ୍ରାପଡ଼ାରେ 66.47% ମତଦାନ ହୋଇଛି । ଅନ୍ୟପଟେ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ 5ଟା ସୁଦ୍ଧା 67.5% ଓ ନିମାପଡ଼ାରେ 67.1% ମତଦାନ ହୋଇଛି ।

ସେହିପରି ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 75.12% ମତଦାନ ହୋଇଛି । ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ 72.92% ଭୋଟିଂ ହୋଇଛି । ପାରାଦୀପରେ 69.31 % ମତଦାନ ହୋଇଥିବାବେଳେ ତିର୍ତ୍ତୋଲରେ ହୋଇଛି 71.61% ଭୋଟିଂ । 5ଟା ସୁଦ୍ଧା ନିଆଳିରେ 68.5%, ସାଲେପୁରରେ 66.8%, ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ 67.6 % ମତଦାନ ହୋଇଛି । ଆସନ୍ତାକାଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇବ ।

15:40 June 01

୩ଟା ସୁଦ୍ଧା ୪୯.୭୭% ମତଦାନ, ବାଲେଶ୍ବରରେ ସର୍ବାଧିକ

ଭୁବନେଶ୍ବର: ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ୩ଟା ସୁଦ୍ଧା ୪୯.୭୭% ଭୋଟିଂ ହୋଇଛି । ବାଲେଶ୍ବର ଲୋକସଭା କ୍ଷେତ୍ରରେ 54.04%, ଭଦ୍ରକରେ 46.33%, ଜଗତସିଂହପୁରରେ 52.52% , ଯାଜପୁରରେ 48.80% , କେନ୍ଦ୍ରାପଡ଼ାରେ 46.46% ଓ ମୟୂରଭଞ୍ଜରେ 51.03 % ମତଦାନ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

14:32 June 01

କେଉଁ ବିଧାନସଭା ଆସନରେ କେତେ ମତଦାନ?

FOURTH PHASE ELECTION
FOURTH PHASE ELECTION

ଭୁବନେଶ୍ୱର: ବାଲେଶ୍ବର ବିଧାନସଭାରେ 39.43 ପ୍ରତିଶତ ମତଦାନ ହୋଇଛି । ସେହିପରି ନୀଳଗିରିରେ 42.13 ପ୍ରତିଶତ, କାକଟପୁରରେ 43.50 ପ୍ରତିଶତ, ନିଆଳିରେ 38.50 ପ୍ରତିଶତ, ସୁକିନ୍ଦାରେ 38.00 ପ୍ରତିଶତ, ମତଦାନ ହୋଇଛି ।

13:42 June 01

ଦିନ 1ଟା ସୁଦ୍ଧା 37.64 ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମତଦାନ । ଦିନ 1ଟା ସୁଦ୍ଧା 37.64 ପ୍ରତିଶତ ମତଦାନ ହୋଇଛି । ବାଲେଶ୍ବରରେ 40.71 % ମତଦାନ ହୋଇଥିବା ବେଳେ ଭଦ୍ରକରେ 36.64 %, ଜଗତସିଂହପୁରରେ 38.82 %, ଯାଜପୁରରେ 33.96 %, କେନ୍ଦ୍ରାପଡା 35.84%, ମୟୂରଭଞ୍ଜରେ 40.09 % ମତଦାନ ହୋଇଛି ।

12:25 June 01

ନିର୍ବାଚନ ଦାୟିତ୍ୱରେ ଥିବା BLOଙ୍କ ମୃତ୍ୟୁ

ଯାଜପୁର: ନିର୍ବାଚନ ଦାୟିତ୍ୱରେ ଥିବା BLOଙ୍କ ମୃତ୍ୟୁ । ବିଂଝାରପୁର ୧୫୭ନମ୍ବର ବୁଥରେ କାର୍ଯ୍ୟରତ ଥିଲେ BLO ମନୋରଞ୍ଜନ ସାହୁ । ବୁଥ୍‌ରେ ହଠାତ ଅସୁସ୍ଥ ହେବା ପରେ ସେ ଅଚେତ ହୋଇ ପଡ଼ିଥିଲେ । ହସ୍ପିଟାଲରେ ଭର୍ତ୍ତି ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

11:43 June 01

ଦିନ 11ଟା ସୁଦ୍ଧା 22.97 ପ୍ରତିଶତ ମତଦାନ

ଭୁବନେଶ୍ୱର: ସକାଳ 11ଟା ସୁଦ୍ଧା ରାଜ୍ୟରେ 22.97 ପ୍ରତିଶତ ମତଦାନ ହୋଇଛି । ବାଲେଶ୍ବରରେ 27.84 % ମତଦାନ ହୋଇଥିବା ବେଳେ ଭଦ୍ରକରେ 19.46 %, ଜଗତସିଂହପୁରରେ 21.76 %, ଯାଜପୁରରେ 19.24 %, କେନ୍ଦ୍ରାପଡା 22.39%, କଟକରେ 27.54 %, ପୁରୀରେ 23.70% ଓ ମୟୂରଭଞ୍ଜରେ 22.46 % ମତଦାନ ହୋଇଛି ।

11:12 June 01

ଭୋଟ ଦେବାକୁ ଆସି ବୃଦ୍ଧ ମୃତ

ବାଲେଶ୍ୱର: ମତଦାନ ବେଳେ ଅଘଟଣ । ଭୋଟ ଦେବାକୁ ଆସି ଟଳିପଡିଲେ ବୃଦ୍ଧ । ନୀଳଗିରି ଈଶ୍ବରପୁର ୧୫୯ ନଂ ବୁଥରେ ଅଚେତ୍ ହୋଇପଡ଼ିଲେ ବୃଦ୍ଧ ।ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।

11:11 June 01

ଗୋପ ବ୍ଲକ ୪୧ ନମ୍ବର ବୁଥ୍‌ରେ ଗୋଷ୍ଠୀ ସଂଘର୍ଷ

ପୁରୀ: କୋଣାର୍କରେ ଏକ ମତଦାନ କେନ୍ଦ୍ରରରେ ରାଜନୈତିକ ହିଂସା । ଗୋପ ବ୍ଲକ ୪୧ ନମ୍ବର ବୁଥ୍‌ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଜଣେ ଆହତଙ୍କୁ ମେଡିକାଲରେ ଭର୍ତ୍ତି । ଏହି ବୁଥରେ ଇଭିଏମ ଅଚଳ ଯୋଗୁଁ ମତଦାନ ବାଧାପ୍ରାପ୍ତ ।

10:02 June 01

କେଉଁ ଆସନରେ କେତେ ପ୍ରତିଶତ ମତଦାନ ?

ODISHA FOURTH PHASE ELECTION
ODISHA FOURTH PHASE ELECTION

ଭୁବନେଶ୍ୱର: ବାଲେଶ୍ବର ବିଧାନସବାରେ ରେ 7.80 ପ୍ରତିଶତ ମତଦାନ ହୋଇଛି । ସେହିପରି ନୀଳଗିରିରେ 11.80 ପ୍ରତିଶତ, କାକଟପୁରରେ 9.60 ପ୍ରତିଶତ, ପାରାଦ୍ବୀପରେ 8.01 ପ୍ରତିଶତ, ନିଆଳିରେ 9.00 ପ୍ରତିଶତ, ବଡଚଣାରେ 6.00 ପ୍ରତିଶତ, ସୁକିନ୍ଦାରେ 10.00 ପ୍ରତିଶତ, ଧର୍ମଶାଳାରେ 9.00 ପ୍ରତିଶତ, ପାଟକୁରାରେ 8.50 ପ୍ରତିଶତ, କେନ୍ଦ୍ରାପଡାରେ 8.70 ପ୍ରତିଶତ ମତଦାନ ହୋଇଛି ।

09:41 June 01

ସକାଳ 9ଟା ସୁଦ୍ଧା 7.69 ପ୍ରତିଶତ ଭୋଟିଂ

ODISHA FOURTH PHASE ELECTION
ODISHA FOURTH PHASE ELECTION

ଭୁବନେଶ୍ୱର: ରାଜ୍ୟରେ ସକାଳ 7ଟାରୁ ଜାରି ରହିଛି ମତଦାନ । ସକାଳ 9ଟା ସୁଦ୍ଧା 7.69 ପ୍ରତିଶତ ଭୋଟିଂ । ବାଲେଶ୍ବରରେ 7.46 % ମତଦାନ ହୋଇଥିବା ବେଳେ ଭଦ୍ରକରେ 7.79 %, ଜଗତସିଂହପୁରରେ 8.54 %, ଯାଜପୁରରେ 7.74 %, କେନ୍ଦ୍ରାପଡା 7.27 % ଓ ମୟୂରଭଞ୍ଜରେ 7.33 % ।

09:29 June 01

ଭୋଟ ଦେଲେ ପ୍ରଣବ ପ୍ରକାଶ ଦାସ

ODISHA FOURTH PHASE ELECTION
ODISHA FOURTH PHASE ELECTION

ଯାଜପୁର: ଭୋଟ ଦେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଯାଜପୁର ପୌରପାଳିକା ଅନ୍ତର୍ଗତ ବାହାବଳପୁର 119 ଅଙ୍ଗନବାଡି ସଖି ମତଦାନ କେନ୍ଦ୍ରରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଗଣତନ୍ତ୍ରର ମହାପର୍ଵରେ ସାମିଲ ହୋଇ ନିଜକୁ ଧନ୍ୟ ମଣିବା ସହ ସମସ୍ତଙ୍କୁ ଏଥିରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି। ଏହି ବୁଥରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ତଥା ଦିବ୍ୟାଙ୍ଗ ମାନଙ୍କ ପାଇଁ ହୁଇଲ ଚେୟାର, ଏବଂ ପାନୀୟ ଜଳ ସୁବିଧା ହୋଇଥିବା ହେତୁ ଭୋଟର ମାନେ ଖିସି ବ୍ୟକ୍ତ କରିଛନ୍ତି ।

08:38 June 01

ବାଲେଶ୍ୱରରେ କାହା ସହ କାହର ଟକ୍କର ?

ODISHA FOURTH PHASE ELECTION
ODISHA FOURTH PHASE ELECTION

ବାଲେଶ୍ୱର: ଉତ୍ତର ଓଡିଶାର ପ୍ରମୁଖ ଆସନ ବାଲେଶ୍ବରରେ ମଧ୍ୟ ହାଇ-ଫାଇଟ ଦେଖିବାକୁ ମିଳିଛି ।ଏହି ଆସନରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ଲେଖାଶ୍ରୀ ସାମନ୍ତ ସିଂହାର ଓ କଂଗ୍ରେସରୁ ବରିଷ୍ଠ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରାର୍ଥୀ ରହିଛନ୍ତି ।

08:38 June 01

ମୟୂରଭଞ୍ଜରେ କାହା ସହ କାହର ଟକ୍କର ?

ODISHA FOURTH PHASE ELECTION
ODISHA FOURTH PHASE ELECTION

ମୟୂରଭଞ୍ଜ: ଏହି ଆସନରେ ବିଜେପିରୁ ନବ ଚରଣ ମାଝି ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରାର୍ଥୀ ହୋଇଛନ୍ତି । ସେହିପରି କଂଗ୍ରେସ ଏହି ଆସନରେ ପ୍ରାର୍ଥୀ ଘୋଷଣା ନକରି ଦଳୀୟ ’ଇଣ୍ଡିଆ’ ମେଣ୍ଟ ପ୍ରାର୍ଥୀଙ୍କୁ ଲଢାଇଛି । ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନି ସୋରେନ ମୟୂରଭଞ୍ଜ ଲୋକସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି । ଏଠାରେ ତ୍ରିମୁଖୀ ଲଢେଇ ହେଉଛି ।

08:19 June 01

ଭୋଟ ଦେଲେ ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା

ODISHA FOURTH PHASE ELECTION
ODISHA FOURTH PHASE ELECTION

ଆଳି: ଭୋଟ ଦେଲେ ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା । ଦେମାଳ ସ୍ଥିତ ବ୍ରଜସୁନ୍ଦର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କଲେ ମତଦାନ । ବିପୁଳ ମାତ୍ରାରେ ଭୋଟ ଦେବାକୁ ଆଳି ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କୁ କଲେ ଅପିଲ ।

08:13 June 01

6 ଲୋକସଭା ଆସନରେ 5 ପ୍ରମୁଖ ପ୍ରାର୍ଥୀ

ODISHA FOURTH PHASE ELECTION
ODISHA FOURTH PHASE ELECTION

ଭୁବନେଶ୍ୱର: ଶେଷ ପର୍ଯ୍ୟାୟ ମତଦାନରେ ଅନେକ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଚର୍ଚ୍ଚିତ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ମୟୂରଭଞ୍ଜ ବିଜେଡି ପ୍ରାର୍ଥୀ ସୁଦାମ ମାର୍ଣ୍ଡି, ମୟୂରଭଞ୍ଜ ଜେଏମଏମ ପ୍ରାର୍ଥିନୀ ଅଞ୍ଜନି ସୋରେନ, ବାଲେଶ୍ବର କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ କୁମାର ଜେନା, କେନ୍ଦ୍ରାପଡ଼ା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ଜଗତସିଂହପୁର ବିଜେଡି ପ୍ରାର୍ଥିନୀ ଡ. ରାଜଶ୍ରୀ ମଲ୍ଲିକ । ସେହିପରି ପ୍ରମୁଖ ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ବର ରହିଛି ।

08:11 June 01

42 ବିଧାନସଭା ଆସନରେ 14 ପ୍ରମୁଖ ପ୍ରାର୍ଥୀ

ODISHA FOURTH PHASE ELECTION
ODISHA FOURTH PHASE ELECTION

ଭୁବନେଶ୍ୱର: ଶେଷ ପର୍ଯ୍ୟାୟରେ ପ୍ରମୁଖ ଆସନ ମଧ୍ୟରେ ରହିଛି ଭଣ୍ଡାରିପୋଖରୀ, କେନ୍ଦ୍ରାପଡ଼ା, ପାରାଦ୍ବୀପ ଓ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ । ସେହିପରି ପ୍ରମୁଖ ପ୍ରାର୍ଥୀଙ୍କ ତାଲିକା ଦେଖିଲେ ବସ୍ତା ବିଜେଡି ପ୍ରାର୍ଥିନୀ ସୁବାସିନୀ ଜେନା, ସିମୂଳିଆ ବିଜେଡି ପ୍ରାର୍ଥିନୀ ସୁବାସିନୀ ସାହୁ, ଭଣ୍ଡାରିପୋଖରୀ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ, ସୁକିନ୍ଦା ବିଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼ାଇ, ଆଳି ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ, ପାରାଦ୍ବୀପ ବିଜେଡି ପ୍ରାର୍ଥିନୀ ଗୀତାଞ୍ଜଳି ରାଉତରାୟ, ସାଲେପୁର ବିଜେପି ପ୍ରାର୍ଥୀ ତଥା ଓଲିଉଡ ଅଭିନେତା ଅରିନ୍ଦମ ରାୟ, ବିଞ୍ଝାରପୁର ବିଜେଡି ପ୍ରାର୍ଥିନୀ ତଥା ବାଚସ୍ପତି ପ୍ରମିଳା ମଲ୍ଲିକ, କେନ୍ଦ୍ରାପଡ଼ା ବିଜେଡି ପ୍ରାର୍ଥୀ ଗଣେଶ୍ବର ବେହେରା, ବଡ଼ଚଣା ବିଧାୟକ ପ୍ରାର୍ଥିନୀ ତଥା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଚାନ୍ଦବାଲି ବିଜେପି ପ୍ରାର୍ଥୀ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମହାକାଳପଡ଼ା ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଭଦ୍ରକ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ସାରସକଣା ବିଧାୟକ ପ୍ରାର୍ଥିନୀ ଅଞ୍ଜଳୀ ସୋରେନ ରହିଛନ୍ତି ।

08:03 June 01

ଭୋଟ ଦେବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର: ବିପୁଳ ସଂଖ୍ୟାରେ ମତଦାନ କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଣତନ୍ତ୍ରରେ ମତଦାନ ଆପଣଙ୍କ ଅଧିକାର। ଆପଣଙ୍କ ପ୍ରତିଟି ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ। ଆସନ୍ତୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା। ବିପୁଳ ସଂଖ୍ୟାରେ ମତଦାନ କରି ବିକାଶରେ ସହଭାଗୀ ସାଜିବା ବୋଲି ଟ୍ବିଟ କରି କହିଛନ୍ତି ନବୀନ ।

07:54 June 01

ବିଭିନ୍ନ ସ୍ଥାନରେ EVM ଅଚଳ, ମତଦାନ ବାଧାପ୍ରାପ୍ତ

ଭୁବନେଶ୍ୱର: ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି । ବିଭିନ୍ନ ସ୍ଥାନରେ EVM ଅଚଳ ହୋଇଥିବା ସୂଚନା । ଫଳରେ ବାଧାପ୍ରାପ୍ତ ହୋଇଛି ମତଦାନ । କେନ୍ଦ୍ରାପଡ଼ାର 3ଟି ସ୍ଥାନରେ ଓ ସାଲେପୁର, ପାରାଦ୍ବୀପ, ଭଦ୍ରକରେ ମଧ୍ୟ ଇଭିଏମ ଅଚଳ ।

07:00 June 01

ଆରମ୍ଭ ହେଲା ଅନ୍ତିମ ପର୍ଯ୍ୟାୟ ମତଦାନ

ODISHA FOURTH PHASE ELECTION
ODISHA FOURTH PHASE ELECTION

ଭୁବନେଶ୍ୱର: ଆରମ୍ଭ ହେଲା ଅନ୍ତିମ ପର୍ଯ୍ୟାୟ ମତଦାନ । 6 ଲୋକସଭା, 42 ବିଧାନସଭା ଆସନ ପାଇଁ ଭୋଟିଂ ଜାରି । 460 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ବୁଥ ଗୁଡିରେ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । ଶାନ୍ତି ଶୃଙ୍ଖଳାର ସହ ମତଦାନ ସକାଳ 7ଟାରୁ ଆରମ୍ଭ । ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଜାରି ରହିବ ମତଦାନ ।

06:42 June 01

42 ଆସନରେ 394 ବିଧାୟକ ପ୍ରାର୍ଥୀ

ODISHA FOURTH PHASE ELECTION
ODISHA FOURTH PHASE ELECTION

ଭୁବନେଶ୍ୱର: ରାଜ୍ୟରେ ଆଜି 42ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପଡ଼ିବ ଭୋଟ । ଏଥର ମୈଦାନରେ ଅଛନ୍ତି 394 ବିଧାୟକ ପ୍ରାର୍ଥୀ । ସେମାନଙ୍କ ମଧ୍ୟରୁ 333ଜଣ ପୁରୁଷ ଓ 61ଜଣ ମହିଳା ପାର୍ଥୀ ଅଛନ୍ତି । ଚତୁର୍ଥ ପର୍ଯ୍ୟାୟ ପାଇଁ 853 ବିଧାୟକ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ 759 ପ୍ରାର୍ଥୀଙ୍କ ନାମାଙ୍କନ ଗ୍ରହଣ କରାଯାଇଥିବା ବେଳେ 78ଜଣ ପ୍ରତ୍ୟାଖ୍ୟାନ କରାଯାଇଥିଲା । 16 ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେବା ପରେ ଏବେ ମୈଦାନରେ 394 ବିଧାୟକ ପ୍ରାର୍ଥୀ ଅଛନ୍ତି ।

06:41 June 01

6 ଆସନରେ 32 ଦଳ ପ୍ରାର୍ଥୀ ଦେଇଛନ୍ତି

ODISHA FOURTH PHASE ELECTION
ODISHA FOURTH PHASE ELECTION

ଭୁବନେଶ୍ୱର:6 ଲୋକସଭା ଆସନରେ 32ଟି ଦଳ ପ୍ରାର୍ଥୀ ଦେଇଛନ୍ତି । ଗୋଟିଏ ଆସନରୁ ସର୍ବାଧିକ 13ଜଣ ସାଂସଦ ପ୍ରାର୍ଥୀ ଥିବା ବେଳେ ସର୍ବନିମ୍ନ 8ଜଣ ପ୍ରାର୍ଥୀ ଅଛନ୍ତି । ବାଲେଶ୍ବରରୁ 11ଜଣ ପ୍ରାର୍ଥୀ ଥିବା ବେଳେ ଭଦ୍ରକରୁ 8, ଜଗତସିଂହପୁରରୁ 11, ଯାଜପୁରରୁ 13, କେନ୍ଦ୍ରାପଡ଼ାରୁ 10 ଓ ମୟୂରଭଞ୍ଜରୁ 13 ପ୍ରାର୍ଥୀ ଅଛନ୍ତି ।

06:41 June 01

6 ଆସନରେ 66 ସାଂସଦ ପ୍ରାର୍ଥୀ

ODISHA FOURTH PHASE ELECTION
ODISHA FOURTH PHASE ELECTION

ଭୁବନେଶ୍ୱର: ଶେଷ ପର୍ଯ୍ୟାୟ ଲଢେଇରେ ରାଜ୍ୟରେ 66 ସାଂସଦ ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ମତଦାନ ସାବ୍ୟସ୍ତ କରିବେ ଭୋଟର । ସେମାନଙ୍କ ମଧ୍ୟରୁ 55 ଜଣ ପୁରୁଷ ଓ 11 ଜଣ ମହିଳା ରହିଛନ୍ତି ।

06:22 June 01

ନଜର ପକାନ୍ତୁ କେଉଁ ଆସନରେ ହେବ ମତଦାନ

ODISHA FOURTH PHASE ELECTION

ଭୁବନେଶ୍ୱର: ଆଜି ଓଡିଶାର ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର 6 ଲୋକସଭା ଆସନରେ ଭୋଟ ଗ୍ରହଣ ହେବ। ସେହିପରି 42 ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବୀତା କରୁଥିବା ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବେ ଜନତା । ସକାଳ 7ଟାରୁ ସନ୍ଧ୍ୟା 6ଟା ଯାଏ ହେବ ମତଦାନ ।

06:18 June 01

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ,460 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ODISHA FOURTH PHASE ELECTION
ODISHA FOURTH PHASE ELECTION

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ, ଦ୍ବିତୀୟ ଓ ତୃତୀୟ ପରେ ଆଜି ଅନୁଷ୍ଠିତ ହେବ ଅନ୍ତିମ ତଥା ଚତୁର୍ଥ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ । ଆଉ କିଛି ସମୟ ପରେ ବୁଥ ଗୁଡିକରେ ଆରମ୍ଭ ହୋଇଯିବ ମତଦାନ । 6 ସଂସଦୀୟ କ୍ଷେତ୍ର ଓ 42 ବିଧାନସଭା ଆସନରେ ପଡିବ ଭୋଟ । ମୋଟ 460 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ମତଦାନ ପାଇଁ ପୋଲିଂ ବୁଥ ଗୁଡିକରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 99,61,057 ଲକ୍ଷ ମତଦାତା ।

Last Updated : Jun 1, 2024, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.