ETV Bharat / state

କାମାକ୍ଷାନଗର ମହାବିଦ୍ୟାଳୟରେ ହଷ୍ଟେଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

author img

By ETV Bharat Odisha Team

Published : Feb 13, 2024, 9:46 PM IST

Kamakhyanagar College hostels : କାମାକ୍ଷାନଗର ମହାବିଦ୍ୟାଳୟ ଠାରେ ଛାତ୍ର ଓ ଛାତ୍ରୀ ନିବାସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା । ୬ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ନିବାସ ନିର୍ମାଣ ହେବାକୁ ଯାଉଛି । ଅଧିକ ପଢ଼ନ୍ତୁ

ଛାତ୍ର ଓ ଛାତ୍ରୀ ନିବାସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଢେଙ୍କାନାଳ: କାମାକ୍ଷାନଗର ମହାବିଦ୍ୟାଳୟଠାରେ ହଷ୍ଟେଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ । ୬ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ହଷ୍ଟେଲ ନିର୍ମାଣ ହେବାକୁ ଯାଉଛି । ମହାବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସୁବିଧାକୁ ନଜରେ ରଖି ହଷ୍ଟେଲ ପ୍ରସ୍ତୁତ କରାଯାଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଖୁବଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରାଯାଇ ଧାର୍ଯ୍ୟ ସମୟରେ ଶେଷ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

କଲେଜରେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇ ଦୁଇଟି ହଷ୍ଟେଲର ନିର୍ମାଣ କରାଯିବ । ନିର୍ମାଣ ହେବାକୁ ଯାଉଥିବା ଛାତ୍ର ଓ ଛାତ୍ରୀ ନିବାସ ୧୦୦ ଶଯ୍ୟା ବିଶିଷ୍ଟ ହେବ । ଫଳରେ ଉପଖଣ୍ଡର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ସୁବିଧାରେ ରହିପାରିବେ । ଯାହା ତାଙ୍କୁ ପାଠପଢ଼ାରେ ସୁବିଧା ସହିତ ଅଯଥା ଖର୍ଚ୍ଚାନ୍ତ ହେବାରୁ ବଞ୍ଚିତ କରିବ । ଛାତ୍ରଛାତ୍ରୀଙ୍କ ପାଇ ଏହି ଦୁଇଟି ହଷ୍ଟେଲ ହେବା ଦ୍ୱାରା ବହୁ ଛାତ୍ରଛାତ୍ରୀ ଉପକୃତ ହେବେ । ସେଥିପାଇଁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । କଲେଜକୁ ଅନୁଦାନ ମିଳିଥିବାରୁ ଅଧ୍ୟାପକ ଓ ଅଧ୍ୟାପିକାମାନେ ଖୁସି ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି: ମିଳିବ ୧୦ ହଜାର, ଅଗଷ୍ଟ ୧୫ରେ 'ମ୍ୟାଜିକ କାର୍ଡ'

କାମାକ୍ଷାନଗର ମହାବିଦ୍ୟାଳୟର ଉନ୍ନତି ପାଇ ୬ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ କଲେଜରେ ଦୁଇଟି ଇଣ୍ଡୋର ଷ୍ଟାଡିୟମ ନିର୍ମାଣର ଯୋଜନା କରାଯାଉଛି । ଏହା ବ୍ୟତିତ କଲେଜରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବା ପାଇଁ ସରକାର ଲକ୍ଷ ରଖିଥିବା ମନ୍ତ୍ରୀ କହିଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀ ମାନେ ଉପକୃତ ହେବା ସହ ପାଠ ପଢ଼ିବା ସାଙ୍ଗକୁ ତାଙ୍କର ଅନ୍ୟାନ ବିକାଶ ମଧ୍ୟ ହୋଇପାରିବ । କାମାକ୍ଷାନଗର ଆଖପାଖ ଅଞ୍ଚଳରୁ ଯଥା ଜିରାଳ, ପଣ୍ଡୁଆ, ରେକୁଳ, ବାଉଁଶପlଳ ଆଦିରୁ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସମସ୍ତ ପ୍ରକାର ସୁବିଧା ମିଳିବା ଫଳରେ ଆଗକୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ କଲେଜରେ ପାଠପଢିବା ପାଇଁ ଇଚ୍ଛା ପ୍ରକଟ କରିବେ । ତେବେ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ କାମାକ୍ଷାନଗର ବ୍ଲକ ଅଧକ୍ଷ, ବିଡ଼ିଓ, ମହାବିଦ୍ୟାଳୟର ଅଧକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର, ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.