ETV Bharat / state

ବରିଷ୍ଠ IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ , 6 ବର୍ଷ ପାଇଁ ନିଯୁକ୍ତ କଲେ ରାଜ୍ୟ ସରକାର - OPSC Chairman Arun Sarangi - OPSC CHAIRMAN ARUN SARANGI

OPSC Chairman Arun Kumar Sarangi: ବରିଷ୍ଠ IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ । ୬ ବର୍ଷ ପାଇଁ ନିଯୁକ୍ତ କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

OPSC Chairman Arun Kumar Sarangi
OPSC Chairman Arun Kumar Sarangi (ETV Bharat Odisha)
author img

By ETV Bharat Odisha Team

Published : Sep 27, 2024, 6:18 PM IST

Updated : Sep 27, 2024, 7:34 PM IST

ଭୁବନେଶ୍ବର: OPSC ଅଧ୍ୟକ୍ଷ ହେଲେ ଅରୁଣ ଷଡ଼ଙ୍ଗୀ । ବରିଷ୍ଠ IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ । ୬ ବର୍ଷ ପାଇଁ ନିଯୁକ୍ତ କଲେ ରାଜ୍ୟ ସରକାର । ଏବେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ । ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ପର୍ଯ୍ୟନ୍ତ ମିଳିଲା ନିଯୁକ୍ତି । ଏବେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ । ଏହା ପୂର୍ବରୁ ଇନ୍‌ଚାର୍ଜ ପୋଲିସ DG ଥିଲେ ଅରୁଣ ଷଡଙ୍ଗୀ ।

ଓଡିଶା ରାଜ୍ୟପାଳ ରଘୁବର ଦାସ ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ କୁମାର ସାରଙ୍ଗୀଙ୍କୁ ଓଡିଶା ଜନସେବା/ଲୋକସେବା ଆୟୋଗ (ଓପିଏସସି)ର ନୂଆ ଚେୟାରମ୍ୟାନ୍ ଭାବେ ଆସନ୍ତା ୬ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି। ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ (GA&PG) ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ 1990 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଷଡଙ୍ଗୀଙ୍କୁ OPSC ର ପରବର୍ତ୍ତୀ ଚେୟାରମ୍ୟାନ୍ ଭାବରେ ଆଗାମୀ ୬ ବର୍ଷ ପାଇଁ ନିଯୁକ୍ତ କରାଯାଇଛି।

OPSC Chairman Arun Kumar Sarangi
OPSC Chairman Arun Kumar Sarangi (ETV Bharat Odisha)

ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ

  • ବରିଷ୍ଠ IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ
  • ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ପର୍ଯ୍ୟନ୍ତ ମିଳିଲା ନିଯୁକ୍ତି
  • ଏବେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି ଅରୁଣ
  • ଏହା ପୂର୍ବରୁ ଇନ୍‌ଚାର୍ଜ ପୋଲିସ ଡିଜି ଥିଲେ ଅରୁଣ

ଏହା ବି ପଢନ୍ତୁ- ମୋହନ ମାଝୀ ସରକାରରେ ପୁଣି ନିଯୁକ୍ତି; ସାମ୍ବାଦିକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ ଆବେଦନ ତାରିଖ, ପ୍ରକ୍ରିୟା - opsc recruitment 2024

ଏହା ବି ପଢନ୍ତୁ- ଓପିଏସସି ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି

ଏହା ବି ପଢନ୍ତୁ- ଆଇପିଏସ ସତ୍ୟଜିତ ମହାନ୍ତି ହେଲେ ଲୋକସେବା ଆୟୋଗ ଅଧ୍ୟକ୍ଷ

ଏହା ବି ପଢନ୍ତୁ- OPSC: ଓପିଏସସି OCS-୨୦୨୨ ପରୀକ୍ଷା ଫଳ ପ୍ରକାଶ; ୧୩୬୭ କୃତକାର୍ଯ୍ୟ, ଏହି ଦିନ ସାକ୍ଷାତକାର ପରୀକ୍ଷା

୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ଅରୁଣ ଷଡଙ୍ଗୀଙ୍କୁ ୬ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ଦିନଠାରୁ ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ହେବା ପର୍ଯ୍ୟନ୍ତ ରହିବ ଅରୁଣଙ୍କ କାର୍ଯ୍ୟକାଳ । ଅରୁଣ ଷଡଙ୍ଗୀ ଏବେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି । ପୂର୍ବରୁ ସେ ଇନଚାର୍ଜ ପୋଲିସ ଡିଜି ଭାବେ କାମ କରିଥିଲେ ।

ସୂଚନା ଯୋଗ୍ୟ କି, ଜୁଲାଇ 25, 2027ରେ ଷଡଙ୍ଗୀଙ୍କୁ 62 ବର୍ଷ ହେବ । ସେ 2 ବର୍ଷ 10 ମାସ ପାଇଁ OPSC ଚେୟାରମ୍ୟାନ୍ ଭାବରେ ରହିପାରିବେ ।

ଏଠାରେ ସୂଚନାଯୋଗ୍ୟ, ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ଷଡଙ୍ଗୀ ଡିସେମ୍ବର 31, 2023 ରୁ ଅଗଷ୍ଟ 16, 2024 ପର୍ଯ୍ୟନ୍ତ ଓଡିଶାର ଡିଜିପି ଦାୟିତ୍ୱରେ ଥିଲେ ଏବଂ ବର୍ତ୍ତମାନ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (ବିପିଏସପିଏ) ରେ ସ୍ୱତନ୍ତ୍ର ଡିଜି, ତାଲିମ ଏବଂ ନିର୍ଦ୍ଦେଶକ ଭାବରେ ପୋଷ୍ଟ କରାଯାଇଥିଲା ।

ଏହାପୂର୍ବରୁ, 1988 ବ୍ୟାଚ୍ ଆଇପିଏସ୍ ଅଧିକାରୀ ସତ୍ୟଜିତ୍ ମହାନ୍ତିଙ୍କୁ ମଧ୍ୟ ଓପିଏସସି ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ସେ 62 ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ।

ପୂର୍ବତନ ଅଧ୍ୟକ୍ଷ ଥିଲେ ଅଫିସର ସତ୍ୟଜିତ-

୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ଓଡିଶା ଲୋକସେବା ଆୟୋଗ(ଓପିଏସସି)ର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ବର୍ଷ ୨୦୨୧, ଫେବୃଆରୀ ମାସରେ । ସେ ଗତ ବର୍ଷ ଅଗଷ୍ଟ ୨ ତାରିଖରେ ଅବସର ଗ୍ରହଣ କରିବା ପରେ ଏହି ପଦବୀରେ ପୂର୍ଣ୍ଣକାଳୀନ ନିଯୁକ୍ତି ହୋଇନଥିଲା । ଓଡ଼ିଶା ପୋଲିସର ପୋଲିସ କମିଶନର, ଇଣ୍ଟିଲିଜେନ୍ସି ଡ଼ାଇରେକ୍ଟର, ଫାୟାର ଡ଼ିଜି ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ସଫଳତାର ସହ ଦାୟିତ୍ବ ନିର୍ବାହ କରିଥିଲେ ଆଇପିଏସ ସତ୍ୟଜିତ ମହାନ୍ତି ।

Last Updated : Sep 27, 2024, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.