ETV Bharat / state

ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା, ଏଭଳି ଜବାବ ରଖିଲେ ରଘୁନନ୍ଦନ - Raghunandan Das

author img

By ETV Bharat Odisha Team

Published : Jun 26, 2024, 9:30 PM IST

Dog Attack Threat To Women journalist: ଗଣମାଧ୍ୟମର ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା । କ'ଣ କହିଲେ ରଘୁନନ୍ଦନ ଦାସ ପଢ଼ନ୍ତୁ

Raghunandan Das
Raghunandan Das (ETV Bharat Odisha)

ଭୁବନେଶ୍ବର: ଜଣେ ଗଣମାଧ୍ୟମର ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ନେଇ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନାଁରେ ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ରଘୁନନ୍ଦନ । ବିନା ଅନୁମତିରେ ବାସଭବନରେ ପ୍ରବେଶ କରିବା ସହ ସୁରକ୍ଷା କର୍ମୀଙ୍କୁ ଧକିଆ ମାରିଥିଲେ । ବାରଣ କରିବାରୁ ମୋତେ ଓ ମୋ କର୍ମଚାରୀଙ୍କୁ ଖରାପ ବ୍ୟବହାର କରାଯାଇଛି । କୁକୁର ଛାଡିବା କଥା କହିଛନ୍ତି, କିନ୍ତୁ ଛାଡି ନାହିଁ । କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା ରୁଜ୍ଜୁ ହୋଇଛି । ସାମ୍ବାଦିକାଙ୍କୁ କୁକୁର ଦ୍ୱାରା ଆକ୍ରମଣ ଅଭିଯୋଗର ଏଭଳି ଜବାବ ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରଘୁନନ୍ଦନ ଦାସ ।

Raghunandan Das (ETV Bharat Odisha)

ରଘୁନନ୍ଦନ କହିଛନ୍ତି, "ଜଣେ ମହିଳା ସମ୍ବାଦିକା ଓ ଫଟୋଗ୍ରାଫର ମୋ ସରକାରୀ ବାସଭବନକୁ ଆସିଥିଲେ । ସେମାନେ ସେମାନଙ୍କ ପରିଚୟ ମୋତେ ଦେଇ ନାହାନ୍ତି । ମୋ ଅନୁମତି ନେଇ ବାସଭବନକୁ ପ୍ରବେଶ କରି ନାହାନ୍ତି । ସିକ୍ୟୁରିଟିକୁ ଧକ୍କା ମାରି ପ୍ରଥମ ଗେଟ ପରେ ଦ୍ଵିତୀୟ ଗେଟରେ ପ୍ରବେଶ କରିଛନ୍ତି । ବ୍ୟକ୍ତିଗତ ଅଞ୍ଚଳରେ ଥିବା ବେଡ଼ ରୁମ ପାର କରି ପ୍ରଣବଙ୍କ କ୍ୱାର୍ଟର ଶେଷ ଅଂଶର ଫଟୋ ଉଠାଉଥିଲେ । ଘରେ ମୋ ଝିଅ ଓ ସମ୍ପର୍କୀୟ ଅଛନ୍ତି । ସିକ୍ୟୁରିଟି ଆସି ମୋ’ ରୋଷେୟାକୁ ସୂଚନା ଦେଇଥିଲେ । ରୋଷେୟା ବାରଣ କରିବାରୁ ସେମାନେ ଏଣୁତେଣୁ କହିଥିଲେ ।"

ସେମାନେ କହିଥିଲେ ଯେ, ଏହା ସରକାରୀ ବାସଭବନ । ତୁମ ବାବୁ ଆଉ ବିଧାୟକ ନାହାନ୍ତି । ତେଣୁ ଏହି ବାସଭବନ ଆଉ ତୁମ ବାବୁଙ୍କର ନାହିଁ । ମୋତେ ମଧ୍ୟ ସେମାନେ ଏମିତି କହିଥିଲେ । ସେମାନେ ଏ କଥା କହିବା ପରେ ମୁଁ କହିଲି କୁକୁର ଛାଡି ଦିଅ । କୁକୁରକୁ ଛାଡି ଦେବା କହିବା ଅର୍ଥ କୁକୁରକୁ ଖୋଲା ଯାଇନାହିଁ । ମୋ ସିକ୍ୟୁରିଟି କୁକୁରର ଚେନ ଧରି ଛିଡା ହୋଇଛି । ମୁଁ ମଧ୍ୟ ସେଠାରେ ଛିଡା ହୋଇଛି । ଆମ ଘର ଗେଟ ପାଖରେ ଆମେ ଛିଡା ହୋଇଛୁ । ସେ କେଉଁ ଉଦ୍ଦେଶ୍ୟରେ ପ୍ରବେଶ କରିଛନ୍ତି, ମୁଁ କେମିତି ଜାଣିବି ? ମୋ ସିକ୍ୟୁରିଟିକୁ ମାଡ଼ ହେବା ଅପରେ ମୁଁ ଉତ୍‌କ୍ଷୀପ୍ତ ହେବା କଥା ।"

ସେ ଆହୁରି ମଧ୍ୟ କହିଛନ୍ତି, "ବିଭିନ୍ନ ସମୟରେ ମୋ ପାଖକୁ ସାମ୍ବାଦିକ ଭାଇ ଓ ଭଉଣୀ ଆସିଛନ୍ତି । ମୋ ସହିତ କଥା ହୋଇ ପ୍ରତିକ୍ରିୟା ମଧ୍ୟ ନେଇଛନ୍ତି । ମୁଁ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ଭାବେ 3 ବର୍ଷ 6 ଦିନ କାମ କରିଛି । ଏହି ଘଟଣା ପରେ ଉକ୍ତ ସଂସ୍ଥାର ଜଣେ ସାମ୍ବାଦିକ ମୋତେ ଫୋନ କରି ଧମକେଇଲା ପରି କଥା ହେଲେ । ମୁଁ ତାଙ୍କୁ କହିଲି ଆପଣ ମୋ ବସ ନୁହଁନ୍ତି । କୁକୁର ଛାଡିଥିଲେ ଭିନ୍ନ କଥା । କିନ୍ତୁ କୁକୁର ଛାଡ଼ିବା କଥା କହିଛି, ସେ କଥା ସ୍ଵୀକାର କରୁଛି । କୁକୁର ଛଡା ଯାଇନାହିଁ । ସେମାନେ ଡ଼ରିକି ପଳେଇଛନ୍ତି । ଯଦି କୁକୁର କାମୁଡିଥିବ ସେମାନେ ଇଞ୍ଜେକ୍ସନ୍‌ ନେଇଥିବେ । ତାହାର ତ ନିଶ୍ଚୟ ସେମାନେ ଡାକ୍ତରୀ ପ୍ରମାଣ ରଖିଥିବେ ।"

ସେମାନେ ଏତଲା ଦେଇଛନ୍ତି । ପୋଲିସ ତା କାର୍ଯ୍ୟ କରିବ । ମୋ ସିକ୍ୟୁରିଟି ଘରୋଇ କାର୍ଯ୍ୟରେ ଯାଇଛି । ଆସିଲେ ଆମେ ମଧ୍ୟ ଅଭିଯୋଗ କରିବୁ । ମୋ ସିକ୍ୟୁରିଟିକୁ ଧକ୍କା ମରାଯାଇଛି । କୌଣସି ସଂସ୍ଥାର ସାମ୍ବାଦିକ, ପ୍ରଣବ ମୋର ବନ୍ଧୁ ବୋଲି ଏ କଥା ମୁଁ କହିନାହିଁ । ସମ୍ପୂର୍ଣ୍ଣ ଭାବେ ଏହାକୁ ଅତିରଞ୍ଜିତ କରି କୁହାଯାଇଛି । ଯଦି ମୋ ବାସଭବନରୁ ନ ବାହାରିଲେ କ୍ୟାମେରା ଛଡେଇ ଭାଙ୍ଗି ଦେବି ବୋଲି କହିଛି । ମୁଁ 45 ବର୍ଷ ହେଲା ରାଜନୀତି କଲିଣି । ପୋଲିସରେ ମୋ ବିରୋଧରେ କେସ୍‌ ନାହିଁ । ରାଜନୈତିକ ରୂପ ଦେବାକୁ ଏ ସବୁ ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ସାମ୍ବାଦିକଙ୍କ ଉପରେ କୁକୁର ଛାଡିଲେ ପୂର୍ବତନ ମନ୍ତ୍ରୀ: କାହିଁକି ଚୁପ୍‌ ନବୀନ, ପ୍ରଶ୍ନ କଲା ବିଜେପି - Dog attack on lady journalist

ମୋତେ ପଚାରିଥିଲେ ତ ମୁଁ ଅନୁମତି ଦେଇଥାନ୍ତି । ମୋତେ କେହି କିଛି ପଚାରି ନାହାନ୍ତି । ମୋତେ କହି ଫଟୋ ଉଠେଇ ଯାଇଥାନ୍ତ । ମୁଁ କାହିଁକି ସେଥିରେ ବାଧା ଦେଇଥାନ୍ତି । ପଛରେ ଓ ଆଗରେ ଫଟୋ ଉଠେଇଲେ ମୋର କଣ ଗଲା ? ବିନା ଅନୁମତିରେ ପ୍ରବେଶ କରିଥିବାରୁ 341 ଦଫାରେ ପ୍ରଥମେ ତାଙ୍କ ନାଁରେ ମାମଲା ହେବ । ସେମାନେ ଭାବନ୍ତୁ ନାହିଁ ଯେ ଆଇନ କେବଳ ସେ ଜାଣିଛନ୍ତି । ପୋଲିସ ଯଦି ମୋତେ ବାନ୍ଧିକି ନେବ ଆସୁ । ମୁଁ ଚାଲି ଚାଲି କ୍ୟାପିଟାଲ ଥାନା ଯିବାକୁ ରାଜି ଅଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.