ETV Bharat / state

ଗାଁ ମଶାଣିରେ ମିଶିଲା ସୁରେନ୍ଦ୍ରଙ୍କ ମରଶରୀର - ExMLA Surendra Nath Naik dies

Kakatpur exMLA Surendra Nath Naik last rites performed: ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରେ ୭ଥର ବିଧାୟକ ତଥା ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ନିଜ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ନିଜ ଗାଁ ମଶାଣିରେ ମାଟିରେ ମିଶିଛି ପ୍ରିୟନେତାଙ୍କ ମରଶରୀର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 8:43 AM IST

Kakatpur exMLA Surendra Nath Naik last rites performed
Kakatpur exMLA Surendra Nath Naik last rites performed (ETV Bharat Odisha)

ନିମାପଡା: କାନ୍ଦୁଛି ଗାଁ, କାନ୍ଦୁଛି ମାଟି । ନିଜ ପ୍ରିୟ ନେତାକୁ ହରାଇ ସବୁଠି ଶୋକାକୂଳ ପରିବେଶ । ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରେ ୭ ଥର ବିଧାୟକ ତଥା ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ନିଜ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମରଶରୀର ଗାଁରେ ପହଞ୍ଚିବା ପରେ ହଜାର ହଜାର ଲୋକେ ତାଙ୍କ ଶେଷ ଦର୍ଶନ କରିବା ପାଇଁ ଭିଡ ଜମାଇଥିଲେ । କାନ୍ଦବୋବାଳିରେ ଫାଟି ପଡିଥିଲା ଗା ଦାଣ୍ଡ ।

ଗାଁ ମଶାଣି ମାଟିରେ ମିଶିଲେ ପ୍ରିୟ ନେତା ସୁରେନ୍ଦ୍ର ନାଥ ନାୟକ । ଶୁକ୍ରବାର 93 ବର୍ଷ ବୟସରେ ଆଖି ବୁଜିଛନ୍ତି ସୁରେନ୍ଦ୍ର । ମୃତଦେହ ବିଧାନସଭା ନିଆଯିବା ପରେ ନିଜ ଗାଁ କାକଟପୁର ଅଣାଯାଇଥିଲା । ନିଜ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ମରଶରୀର ଭୂବନେଶ୍ବର ସ୍ଥିତ ବାସଭବନରୁ ୧୧ଟାରେ ବିଧାନସଭା ପରିସରରେ ପହଞ୍ଚିବା ପରେ ୧୧ଟା ୩୦ରେ ଶଙ୍ଖ ଭବନରେ ପହଞ୍ଚିଥିଲା । ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ସମସ୍ତ ବିଧାୟକ ଶେଷ ଦର୍ଶନ କରିବା ପରେ ୧୨ ଟାରେ ଶଙ୍ଖ ଭବନରୁ ବାହାରି ପିପିଲି, ନିମାପଡା, ଗୋପ, କୋଣାର୍କ ପାର୍ଟି ଅଫିସରେ ରହିଥିଲା । ସେଠାରେ ଲୋକମାନେ ଶେଷ ଦର୍ଶନ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. କାକଟପୁରର ୭ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ - Surendra Nath Naik Passes Away

ଏହାପରେ ରାଉଳ ପାଟଣା ଛକରେ କୋଣାର୍କ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ଶେଷ ଦର୍ଶନ କରିବା ପରେ କାକଟପୁର ଅଭିମୁଖେ ଯାତ୍ରା କରିଥିଲେ । ୨ଟା ୩୦ କାକଟପୁର ଟ୍ରଷ୍ଟ ସହ ପାର୍ଟି ଅଫିସରେ ଶତାଧିକ ବିଜୁ ଜନତା କର୍ମୀ ଶେଷ ଦର୍ଶନ କରି ଅସ୍ତରଙ୍ଗ ସ୍ଥିତ ନିଜ ଗାଁ ଅଣକଣାକୁ ଯାଇଥିଲା । ସେଠାରେ ପରିବାର, ବନ୍ଧୁବାନ୍ଧବ ଓ ଗ୍ରାମବାସୀମାନେ ଶେଷ ଦର୍ଶନ କରିବା ପରେ ନିଜ ଗ୍ରାମ ଶ୍ମଶାନରେ ଶେଷକୃତ ସମ୍ପନ୍ନ କରାଯାଇଛି ।

ବଡପୁଅ ସ୍ୱାଧୀନ କୁମାର ନାୟକ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତରେ ୧୭ ମେ ୧୯୩୭ମସିହା ଜନ୍ମଗ୍ରହଣ କରି ପ୍ରଥମେ ଶିକ୍ଷକତା କରିବା ପରେ ଅସ୍ତରଙ୍ଗ ବ୍ଲକ ଅଧକ୍ଷ, କାକଟପୁର ବିଧାୟକ ସହ ଶିକ୍ଷା, କୃଷି, ରାଜସ୍ବ, ଅବକାରୀ, ପଞ୍ଚାୟତିରାଜ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଦାୟିତ୍ୱ ସମ୍ଭାଳିଥିଲେ ସୁରେନ୍ଦ୍ର । ଉପବାଚସ୍ପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ତେବେ ନିଜ ପ୍ରିୟ ନେତାଙ୍କୁ ହରାଇ କାନ୍ଦୁଛି କାକଟପୁର । ସବୁଆଡେ ଶୋକର ଛାୟା ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.