ETV Bharat / state

ପ୍ରାଣୀ-ମଣିଷ ସଂଘର୍ଷ ରୋକିବାକୁ ପ୍ରୟାସ, ନନ୍ଦନକାନନରେ ବନ କର୍ମଚାରୀଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ

author img

By ETV Bharat Odisha Team

Published : Feb 20, 2024, 6:40 PM IST

Human Animal Conflict: ମନୁଷ୍ୟ-ପଶୁ ସଂଘର୍ଷ ରୋକିବାକୁ ବନ ବିଭାଗର ନିଆରା ପ୍ରୟାସ । ଫୋନ ଆସିବାର ଘଣ୍ଟେରୁ ଦେଢ଼ ଘଣ୍ଟା ଭିତରେ ଘଟଣାସ୍ଥଳରେ ପହଞ୍ଚିଵ ସ୍ବତନ୍ତ୍ର ଟିମ । ଅଧିକ ପଢନ୍ତୁ

Human Animal Conflict
Human Animal Conflict

ନନ୍ଦନକାନନରେ ବନ କର୍ମଚାରୀଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ

ଭୁବନେଶ୍ବର: ଜଙ୍ଗଲୀ ଜୀବଜନ୍ତୁ ଉଦ୍ଧାର କରିବା ପାଇଁ ବନ ବିଭାଗକୁ ଆଉ ସଂଘର୍ଷ କରିବାକୁ ପଡିବନି । କାରଣ ପ୍ରାଣୀ ମଣିଷ ସଂଘର୍ଷ ରୋକିବା ପାଇଁ ଗଠନ ହୋଇଛି ରାପିଡ ରେସପନ୍ସ ଟିମ୍ । ଜଙ୍ଗଲରେ ଯଦି ଜୀବଜନ୍ତୁ କୌଣସି ଅସୁବିଧାରେ ଥିବେ ତେବେ ସେମାନଙ୍କୁ ଉଦ୍ଧାର କରିବ ଏହି ଟିମ । ଏଥିପାଇଁ ନନ୍ଦନକାନନ ପକ୍ଷରୁ ଉପଯୁକ୍ତ ଇକ୍ୟୁପମେଣ୍ଟ କିଣାଯାଇ ପ୍ରଦର୍ଶିତ କରାଯାଇଛି । ଏହା ସାହାଯ୍ୟରେ କଲ୍‌ ଆସିବା ମାତ୍ରେ ଘଣ୍ଟେରୁ ୨ ଘଣ୍ଟା ମଧ୍ୟରେ ସ୍ବତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚିବ ବୋଲି ଜଣାପଡ଼ିଛି ।

ତେବେ ଏହି ରାପିଡ ରେସପନ୍ସ ଟିମରେ ଓଡ଼ିଶାରେ ମୋଟ ୬ ଟିମ୍‌ ଗଠନ ହୋଇଛି । ଯେଉଁମାନେ ଟ୍ରେନିଂ ନେଉଛନ୍ତି । ନନ୍ଦନକାନନରେ ଗଠିତ ଟିମରେ ୧୦ ସଦସ୍ୟ ରହିବେ । ଆଜି ସେଥିପାଇଁ ସମସ୍ତ ଇକ୍ୟୁପମେଣ୍ଟ ସହ ମକଡ୍ରିଲ କରାଯାଇଛି । ପ୍ରାଣୀ ମଣିଷ ସଂଘର୍ଷ ରୋକିବାକୁ ବନ ବିଭାଗର ପ୍ରୟାସ କରାଯାଉଛି । ଆଜି ନନ୍ଦନକାନନରେ ୧୦୦ରୁ ଅଧିକ ଉପକରଣ ବ୍ୟବହାର ନେଇ ପ୍ରଶିକ୍ଷଣ ଦିଆଯାଇଛି । ୧୮ଟି ବନଖଣ୍ଡ ପାଇଁ ରାପିଡ଼ ରେସ୍ପସନ୍ସ ଟିମ ଗଠନ କରାଯାଇଛି । ଫୋନ ଆସିବାର ଘଣ୍ଟେରୁ ଦେଢ଼ ଘଣ୍ଟା ଭିତରେ ଏହି ଟିମ ଘଟଣାସ୍ଥଳକୁ ପହଞ୍ଚିଵ । ଏହି ସମସ୍ତ ଉପକରଣ ବ୍ୟବହାର ଫଳରେ ପ୍ରାଣୀଙ୍କୁ ଅଧିକ କ୍ଷତି ବି ପହଞ୍ଚିବ ନାହିଁ ।

ଏହା ବି ପଢନ୍ତୁ- ମନୁଷ୍ୟ-ପଶୁ ବିବାଦ ଘଟଣା: ଉତ୍ତରାଖଣ୍ଡର 22 ଜଣଙ୍କ ମୃତ୍ୟୁ

ମାର୍ଚ୍ଚ ସୁଦ୍ଧା ଟ୍ରେନିଂ ସାରି ଏପ୍ରିଲ ପହିଲାରୁ ଏହି ଟିମ କାର୍ଯ୍ୟକାରୀ କରିଵ । ଭୁବନେଶ୍ବର ଉପକଣ୍ଠ ଗୋଡିବାରୀରେ ଥିଓରୀ ଓ ନନ୍ଦନକାନନରେ ପ୍ରାକ୍ଟିକାଲ ଟ୍ରେନିଂ ପାଉଛନ୍ତି ରାପିଡ ରେସ୍ପସନ୍ସ ଟିମ । ସୂଚନା ଅନୁଯାୟୀ ଆଜି ଦ୍ବିତୀୟ ପର୍ଯ୍ୟାୟରେ ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ନର୍ଥ, ଚନ୍ଦକା ଡିଭିଜନର କର୍ମଚାରୀ ମାନେ ଟ୍ରେନିଂ ନେଉଛନ୍ତି । ବାଘ, ସିଂହ, ହାତୀ, ଭାଲୁ ଆଦି ହିଂସ୍ର ଜନ୍ତୁମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି କିଭଳି ଜଙ୍ଗଲରେ ଛଡ଼ା ଯାଇ ପାରିବ ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଏହା ବି ପଢନ୍ତୁ- ନରହନ୍ତା ଭାଲୁକୁ ପିଟି ପିଟି ମାରିଦେଲେ ଲୋକେ

ବିଭିନ୍ନ ସମୟରେ ଜୀବଜନ୍ତୁ ମାନେ ବିପଦରେ ପଡ଼ୁଛନ୍ତି । କେତେ ବେଳେ ପାଣିରେ ଆଉ କେତେବେଳେ ଗାତରେ ପଡୁଛନ୍ତି । ସ୍ବାସ୍ଥ୍ୟ ସମସ୍ୟା ପାଇଁ ଜଙ୍ଗଲରେ ପଡ଼ୁଛନ୍ତି । ଅନ୍ୟପଟେ ଗାଁ, ସହର ମୁହାଁ ହେଉଛନ୍ତି । ସେମାନଙ୍କୁ ଖୁବଶୀଘ୍ର କିଭଳି ଟ୍ରେନର ମାନେ ବଡି ପ୍ରୋଟେକ୍ଟର ଲଗାଇ ଯନ୍ତ୍ରାଂଶ ଦ୍ଵାରା ଉଦ୍ଧାର କରିପାରିବେ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ବାବଧାରକ କହିଛନ୍ତି । ମାର୍ଚ୍ଚ ମାସରୁ ଏହା ଆରମ୍ଭ କରା ଯିବ ବୋଲି ଲକ୍ଷ୍ୟ ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.