ETV Bharat / state

ଆକ୍ସନ ମୁଡରେ ଯୋଗାଣ ମନ୍ତ୍ରୀ; ପରିଦର୍ଶନ କରି ବ୍ୟବସାୟୀଙ୍କୁ କଲେ ତାଗିଦ - VEGETABLE PRICE HIKE

author img

By ETV Bharat Odisha Team

Published : Jul 10, 2024, 3:48 PM IST

Food Supplies minister on vegetable price hike: ଅହେତୁକ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଆକ୍ସନକୁ ଆସିଛନ୍ତି ବିଭାଗୀୟ ମନ୍ତ୍ରୀ । କାର୍ଯ୍ୟାଳୟରେ ନୁହେଁ ବରଂ ଗ୍ରାଉଣ୍ଡକୁ ଯାଇ ସମୀକ୍ଷା, ପରିଦର୍ଶନ ଓ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅଧିକ ପଢନ୍ତୁ

Food Supplies minister Krushna Chandra Patra reaction
Food Supplies minister Krushna Chandra Patra reaction (ETV Bharat Odisha)

ଭୁବନେଶ୍ୱର: ରାଜ୍ୟରେ ଅହେତୁକ ଭାବେ ସାମଗ୍ରୀ ଓ ପନିପରିବା ଦର ବୃଦ୍ଧି ପାଇବାରେ ଲାଗିଛି । ଦରଦାମ ବଢିବା ଯୋଗୁଁ ଜନସାଧାରଣ ଅତିଷ୍ଠ ହେଲେଣି । ଯାହାକୁ ନେଇ ଜନ ଅସନ୍ତୋଷ ମଧ୍ୟ ସୃଷ୍ଟି ହୋଇଛି । ଫଳରେ ନୂଆ ସରକାରଙ୍କ ଉପରେ ଚାପ ବଢିବାରେ ଲାଗିଛି । ଅହେତୁକ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଆକ୍ସନକୁ ଆସିଛନ୍ତି ବିଭାଗୀୟ ମନ୍ତ୍ରୀ । କାର୍ଯ୍ୟାଳୟରେ ନୁହେଁ ବରଂ ଗ୍ରାଉଣ୍ଡକୁ ଯାଇ ସମୀକ୍ଷା, ପରିଦର୍ଶନ ଓ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଆକ୍ସନ ମୁଡରେ ମନ୍ତ୍ରୀ । ଅହେତୁକ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ ପ୍ରଥମେ ଭୁବନେଶ୍ଵରର 1 ନମ୍ବର ମାର୍କେଟକୁ ଅଚାନକ ପରିଦର୍ଶନ କରିଛନ୍ତି । ଖାଦ୍ୟ ସାମଗ୍ରୀ ଏବଂ ପରିବା ଦର ବୃଦ୍ଧିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଖୋଦ ମନ୍ତ୍ରୀ ବିଭିନ୍ନ ଗୋଦାମ, ମଣ୍ଡି, ବଜାରରେ ପହଞ୍ଚିଛନ୍ତି । ସାମଗ୍ରୀ କେଉଁଠୁ ଆସୁଛି, କେତେ ଦରରେ କିଣି କେତେରେ ବିକ୍ରି କରିଛନ୍ତି ସେ ସବୁ ଉପରେ ଆଲୋଚନା କରିଛନ୍ତି । ବ୍ୟବସାୟ ସଂଘ ଓ ପରିବା ଦୋକାନଙ୍କୁ ଗୋଟେ ଗୋଟେ କରି ପ୍ରଶ୍ନ ପଚାରିଛନ୍ତି । ବିଭିନ୍ନ ଦୋକାନକୁ ଅଚାନକ ପରିଦର୍ଶନ କରି ସବୁ ବ୍ୟବସ୍ଥା ବୁଝିଛନ୍ତି ମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ.. ରାଜ୍ୟରେ ହେବ ଦୁଗ୍ଧ ବନ୍ୟା ମିଶନ, ଲୋକାଲ ଫର ଭୋକାଲ ପାଇଁ ମନ୍ତ୍ରୀଙ୍କ ଆହ୍ବାନ - Revolution In Dairy Farming

ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଆଳୁ, ପିଆଜ, ପନିପରିବା ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଦରକୁ ନିୟନ୍ତ୍ରଣ କରିବା, କଳାବଜାରୀ ରୋକିବା ଏବଂ ଖାଉଟିଙ୍କୁ ଉପଯୁକ୍ତ ମୂଲ୍ୟରେ ଦ୍ରବ୍ୟ ଯୋଗାଣକୁ ସୁନିଶ୍ଚିତ କରିବା ସରକାରଙ୍କ ଲକ୍ଷ୍ୟ । ଗୋଦାମକୁ ଦ୍ରବ୍ୟ ଆମଦାନୀରୁ ଆରମ୍ଭ କରି ଖୁଚୁରା ବ୍ୟବସାୟୀ ପର୍ଯ୍ୟନ୍ତ ସଠିକ ବିତରଣ ବ୍ୟବସ୍ଥା ଏବଂ ଦର ନିୟନ୍ତ୍ରଣକୁ ସୁନିଶ୍ଚିତ କରିବା ଏହି ଯାଞ୍ଚର ମୂଳ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍ତି । ଆଗକୁ ଏଭଳି ଯାଞ୍ଚକୁ ଅଧିକ ବ୍ୟାପକ କରାଯିବ । ଏହା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଖାଉଟି ଯେପରି ଉପଯୁକ୍ତ ଦରରେ ସାମଗ୍ରୀ ପାଇପାରିବେ ତାହା ନିଶ୍ଚିତ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଅତ୍ୟାବଶ୍ୟକ ସାମଗ୍ରୀକୁ ଅହେତୁକ ଭାବେ ଠୁଳ କରି କଳାବଜାରୀ କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଭାଗ ପକ୍ଷରୁ ନିୟମିତ ଭାବେ ବିଭିନ୍ନ ଅତ୍ୟାବଶ୍ୟକ ଦ୍ରବ୍ୟର ପାଇକାରି ଓ ଖୁଚୁରା ମୂଲ୍ୟ ଜନସାଧାରଣଙ୍କ ଅବଗତି ନିମନ୍ତେ ଗଣମାଧ୍ୟମକୁ ପ୍ରଦାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଇଟିିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.