ETV Bharat / state

ବୌଦ୍ଧରେ ବନ୍ୟା ବିତ୍ପାତ: ମହାନଦୀ କୂଳରେ ଘାଇ, ତଳିଆ ଅଞ୍ଚଳବାସୀଙ୍କ ମନରେ ଛନ୍‌କା - Flood Situation In Boudh - FLOOD SITUATION IN BOUDH

Flood Situation In Boudh: ମହାନଦୀରେ ବନ୍ୟା । ଫଳରେ ବୌଦ୍ଧରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପଢନ୍ତୁ ପୂରା ଖବର ।

Flood Situation In Boudh
Flood Situation In Boudh (ETV Bharat Odisha)
author img

By ETV Bharat Odisha Team

Published : Aug 8, 2024, 6:07 PM IST

ବୌଦ୍ଧ: ମହାନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ନଦୀକୂଳିଆ ତଥା ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେବେ ଏଭଳି ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମହାନଦୀକୁ ସଂଯୋଗ କରୁଥିବା ରାମଜାଙ୍ଗି ନାଳରେ ବିରାଟକାୟ ଘାଇ ସୃଷ୍ଟି ହୋଇଛି ।

Flood Situation In Boudh (ETV Bharat Odisha)

ବନ୍ୟା ସ୍ଥିତିକୁ ନେଇ ଆତଙ୍କ:
ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜିଲ୍ଲା ସଦରମହକୁମା ନିକଟରେ ବିରାଟକାୟ ଘାଇ ସୃଷ୍ଟି ହୋଇଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ଲଗାଣ ବର୍ଷା ଯୋଗୁଁ ମହାନଦୀ ସମେତ ଅନ୍ୟାନ୍ୟ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ମହାନଦୀ କୂଳରେ ଥିବା ବୌଦ୍ଧ ଜିଲ୍ଲାର ବିଭିନ୍ନ ନଦୀକୂଳିଆ ତଥା ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେବଳ ବୌଦ୍ଧ ଅଞ୍ଚଳରେ ୩୦୦ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି । ବୌଦ୍ଧଠାରୁ ଧଳପୁର ପର୍ଯ୍ୟନ୍ତ ଜଗନ୍ନାଥ ସଡକର ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସେହି ରାସ୍ତା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ଏହାବ୍ୟତୀତ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ରାମଜାଙ୍ଗି ନାଳରେ ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ବୌଦ୍ଧ ଏସପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବନ୍ୟାଜଳ ମାଡ଼ି ଆସିଥିଲା ।

ବିରାଟ ଘାଇ ସୃଷ୍ଟି:

ସୂଚନା ମୁତାବକ, ଏହି ରାମଜାଙ୍ଗି ନାଳ ଜିଲ୍ଲା ସଦର ମହକୁମା ଓ ହରଭଙ୍ଗା ବ୍ଲକର ସୀମାରେ ରହି ମହାନଦୀରେ ମିଶିଛି । ମହାନଦୀ ମୁହାଣରେ ଜଳସେଚନ ବିଭାଗ ପ୍ରତ୍ୟେକ ବର୍ଷ ବହୁ ଅର୍ଥ ବ୍ୟୟ କରି ମାଟି ବନ୍ଧ ନିର୍ମାଣ କରୁଛି । ହେଲେ ତାହା ସ୍ଥାୟୀ ହୋଇପାରୁନାହିଁ । ଚଳିତ ବର୍ଷ ମଧ୍ୟ ଏଠାରେ ପ୍ରାୟ ୩୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ମାଟି ବନ୍ଧ ହୋଇଥିଲା । ସମ୍ଭାବ୍ୟ ବନ୍ୟା ଆଶଙ୍କା ଯୋଗୁଁ ମାଟି ବନ୍ଧକୁ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଥିବା ସୂଚନା ମିଳିଛି । ଫଳରେ କାଲେଶ୍ବର ଗ୍ରାମ ନିକଟରେ ପ୍ରାୟ ୩୦ ଫୁଟର ଏକ ବିଶାଳ ଘାଇ ସୃଷ୍ଟି ହୋଇଛି । ତେବେ ଏହି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ଏଭଳି ଘାଇ ସୃଷ୍ଟି ହେଉଥିବାବେଳେ ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରୁନାହିଁ । ପ୍ରତ୍ୟେକ ବର୍ଷ ଏହି ଅଞ୍ଚଳର ଚାଷୀମାନେ ବ୍ୟାପକ କ୍ଷୟକ୍ଷତି ସହୁଥିବାବାଳେ ଗମନାଗମନ ବାଧାପ୍ରାପ୍ତ ହେଉଛି । ବର୍ତ୍ତମାନ ଘାଇ ସୃଷ୍ଟି ହୋଇଥିବା ସ୍ଥାନରେ ବାଲି ବସ୍ତା ପୋତି ବନ୍ଧକୁ ସୁରକ୍ଷା ଦେବାପାଇଁ ଚେଷ୍ଟା କରାଯାଉଛି ।

ଏହା ବି ପଢନ୍ତୁ...ବୌଦ୍ଧରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି; ଡାକ୍ତରଖାନାରେ ଲହଡି ଭାଙ୍ଗୁଛି ପାଣି, ସ୍ଥିତି ସାଂଘାତିକ - Boudh heavy rainfall

ଚାଷୀ ଅସନ୍ତୋଷ:

ପ୍ରଭାବିତ ଅଞ୍ଚଳର ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବାବେଳେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଜଳସେଚନ ନିର୍ବାହୀ ଯନ୍ତ୍ରୀ । ତେବେ ବୁଧବାର ସନ୍ଧ୍ୟାରେ ଘାଇରେ ବାଲି ବସ୍ତା ପୋତି ଦେବାକୁ ଜଳସେଚନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହେବ । ମାତ୍ର କାଲେଶ୍ବର ଗ୍ରାମର ଲୋକେ ଏହାର ତୀବ୍ର ବିରୋଧ କରିିବା ସହିତ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ଜଳସେଚନ ବିଭାଗର ଅଧିକାରୀ ଓ ଯନ୍ତ୍ରୀଙ୍କୁ ଗ୍ରାମବାସୀ ଘେରାଉ କରିଥିଲେ । ବିଳମ୍ବିତ ରାତିରେ କାଲେଶ୍ବର ଗ୍ରାମରେ ବୌଦ୍ଧ ଥାନା ଅଧିକାରୀ, ତହସିଲଦାର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ପରିସ୍ଥିିତି ଶାନ୍ତ ପଡ଼ିଥିଲା । ଆଜି(ଗୁରୁବାର) ଉଭୟ ଜଳସେଚନ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଆପୋଷ ବୁଝାମଣାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.