ETV Bharat / state

ଲାଭରେ OMFED କ୍ଷତିରେ OPOLFED ! ସରପ୍ରାଇଜ ଭିଜିଟରେ କାରଣ ଖୋଜିଲେ ମନ୍ତ୍ରୀ - Minister Gokulananda Mallick Visit

author img

By ETV Bharat Odisha Team

Published : Jul 9, 2024, 9:06 PM IST

Minister Visit OPOLFED: ବର୍ଷ ବର୍ଷ ଧରି କ୍ଷତି ରେ ଚାଲି ଆସିଥିବା OPOLFEDକୁ ପରିଦର୍ଶନ କରିଛନ୍ତି ବିଭାଗୀୟ ମନ୍ତ୍ରୀ । OPOLFEDର ବିଭିନ୍ନ ସମସ୍ୟାକୁ ସମୀକ୍ଷା କରିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ । ଅଧିକ ପଢନ୍ତୁ

Minister Visit OPOLFED
Minister Visit OPOLFED (ETV Bharat Odisha)

ଭୁବନେଶ୍ବର: ଦୀର୍ଘ ୨୫ବର୍ଷ ଭିତରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗରେ ଚାଲିଥିଲା ସାଙ୍ଘାତିକ ପାତରଅନ୍ତର । ବିଭାଗ ଅଧୀନରେ ଥିବା ୨ ସଂସ୍ଥା OMFED ଓ OPOLFEDର ସାଙ୍ଘାତିକ ସ୍ଥିତି ସାମ୍ନାକୁ ଆସିଛି, ଯେଉଁଠି ରାଜ୍ୟରେ OMFED ଅଗ୍ରଣୀ ଭୂମିକା ନେଇଥିବା ବେଳେ ଏବେ କିନ୍ତୁ OPOLFED ଦେବାଳିଆ ସ୍ଥିତିରେ ଚାଲିଛି । ଯେଉଁଠି କର୍ମଚାରୀ ଦରମା ପାଇବାରେ ସମସ୍ୟା ଉପୁଜିଛି । ଏନେଇ OPOLFED ସର୍ପ୍ରାଇଜ ଭିଜିଟ କରି କାରଣ ଖୋଜିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଭୁବନେଶ୍ବର ଲକ୍ଷ୍ମୀସାଗର ସ୍ଥିତ OPOLFED ହେଡ ଅଫିସ ପରିଦର୍ଶନ କରି ମନ୍ତ୍ରୀ, ବିଭାଗର ଏମଡି ଓ ଜିଏମଙ୍କ ସହ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଭେଟିଛନ୍ତି । 25ଏକର ପରିମିତ ଜାଗାରେ ନିର୍ମାଣ ହୋଇଥିବା OPOLFED ସଂସ୍ଥା ଯେଉଁଠି ରାଜ୍ୟର କୁକୁଡା ଅଣ୍ଡା ବିକ୍ରି ଓ ସପ୍ଲାଏ ଓ କୁକୁଡା ଖାଦ୍ୟ ଓ ପାଳନ ଏବଂ ମାଂସ ବିକ୍ରି ଆଦି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିଭାଇଥାଏ । କିନ୍ତୁ ଏବେ ଏହି ସଂସ୍ଥାର ପରିଦର୍ଶନ ବେଳେ ମନ୍ତ୍ରୀ ଜାଣିବାକୁ ପାଇଛନ୍ତି କିଭଳି ଦେବାଳିଆ ଓ ରୁଗ୍ଣ ଅବସ୍ଥାରେ ପଡ଼ିଛି ।

ମତ୍ସ୍ୟ ଓ ପ୍ରାଣୀ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପରିଦର୍ଶନ କରି ଜାଣିବାକୁ ପାଇଛନ୍ତି ଯେ, ହାଚେରି ୟୁନିଟ ବନ୍ଦ ପଡିଛି । ଲକ୍ଷ୍ମୀସାଗର ଓ କୋରାପୁଟ ସିମେଇଗୁଡାରେ ଦୁଇ ହାଚେରି ୟୁନିଟ ରହିଥିଲା, ଯାହାକି ଅତ୍ୟାଧୁନିକ ମେସିନ ଜରିଆରେ ଦିନକ ଭିତରେ କୁକୁଡ଼ା ଛୁଆଁ ଅଣ୍ଡା ଫୁଟାଇ ସୋସାଇଟ ମାନଙ୍କୁ ସପ୍ଲାଏ ଦିଆଯାଏ । ଆଗରୁ ଲକ୍ଷ୍ମୀସାଗର ହାଚେରିରୁ ପ୍ରାୟ ସପ୍ତାହକୁ 6ହଜାର କୁକୁଡ଼ା ଚିଆ ସହ କୋରାପୁଟ ସିମେଇଗୁଡାରୁ ଦେଢ଼ ହଜାର କୁକୁଡ଼ା ସପ୍ଲାଏ ହୋଇଥାଏ । କିନ୍ତୁ ଏବେ ତାହା ବନ୍ଦ ପଡିଛି । ନା ପରିଚାଳନା ହୋଇପାରୁଛି । ତାହା କାର୍ଯ୍ୟକ୍ଷମ ହେବ କି ନାହିଁ ଅନିଶ୍ଚିତତା ଭିତରେ ରହିଛି ।

ଏହା ମଧ୍ୟ ପଢନ୍ତୁ... ଅଚାନକ ପଶୁ ଚିକିତ୍ସାକେନ୍ଦ୍ରକୁ ଆସିଲେ ମନ୍ତ୍ରୀ, ଦେଲେ କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ - Fisheries and Animal Resources dept

ସେହିଭଳି ମା' କୁକୁଡ଼ା ବା ଯେଉଁମାନେ ଗର୍ଭଧାରଣ କରି ସେମାନେ କୁକଡ଼ା ଦେବା ପାଇଁ ସକ୍ଷମ ସେଭଳି କୁକୁଡାଙ୍କୁ ରଖିବା ପାଇଁ ପାରେଣ୍ଟ ଷ୍ଟକ୍ ବା ଲେୟାରର ଫାର୍ମ ତାହା ବି ଅଞ୍ଚଳ ହୋଇଛି । ଅଣ୍ଡା ଦେବା ମେସିନରେ ଟେଷ୍ଟ କରି କିପରି କୁକୁଡ଼ା ଅଣ୍ଡା ଦେବା ପାଇଁ ସକ୍ଷମ ହେବ ସେନେଇ ପ୍ରସ୍ତୁତ େଫେରାର ଫର୍ମ ମଧ୍ୟ ବନ୍ଦ ପଡିଛି । ଯାହାକି ଏଠାରେ କୁକୁଡ଼ା ଅଣ୍ଡା ଦେବା ପରେ ହାଚେରିରେ ଛୁଆ ଫୁଟା ହୁଏ । ହେଲେ ଏବେ ଏହି ଫେରାର ଫାର୍ମ ମଧ୍ୟ ଅଚଳ ଅବସ୍ଥାରେ ପଡ଼ିରହିଛି । ଦିନ ଥିଲା ଏଠାରେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ଲାଭଜନକ ସ୍ଥିତିରେ ଥିଲା‌ ।

କୁକୁଡ଼ାମାନଙ୍କ ଖାଦ୍ୟ ପ୍ରସ୍ତୁତ କରି କୁକୁଡ଼ା ଦାନା ବିଭିନ୍ନ ସୋସାଇଟି ଓ କୁକୁଡା ଚାଷୀଙ୍କୁ ରପ୍ତାନୀ ହେଉଥିଲା । କିନ୍ତୁ ତାହା ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ‌ ପଡିଛି । ଲକ୍ଷ୍ମୀସାଗର ଓପୋଲଫେଡ ଅଧୀନରେ ଥିବା ଫିଲ୍ଡ ପ୍ଲାଣ୍ଟ ବନ୍ଦ ପଡିଛି । ଯେଉଁଠି ଦିନକୁ 16ଟନ ଦାନା ପ୍ରସ୍ତୁତ ହେଉଥିଲେ । ଶହ ଶହ କର୍ମଚାରୀ କାମ କରୁଥିଲେ । ଡେଲି ଲେବର‌ ହିସାବରେ ଆସି କିଛି କାମ କରୁଥିଲେ । ଦାନା ପ୍ଲାଣ୍ଟ ବନ୍ଦ ପଡିଛି । ଏପରିକି ଅନୁଗୁଳରେ ମାନୁଆଲ ଫିଲ୍ଡ ପ୍ଲାଣ୍ଟ ମଧ୍ୟ ଥିଲା, ଯେଉଁଠି ପ୍ରତିଦିନ ୪ଟନ କ୍ଷମତା ଥିଲା, ହେଲେ ସେସବୁ ବନ୍ଦ ସ୍ଥିତି ଯୋଗୁଁ ଏବେ କୁକଡ଼ା ଦାନା ବାହାରୁ କିଣିବାକୁ ଚାଷୀ ଓ ସୋସାଇଟି ବାଧ୍ୟ ହେଉଛନ୍ତି ।

କଟକ ଓ ଭୁବନେଶ୍ଵରରେ ଚାଲୁଥିବା ଓପୋଲଫେଡ ସେଣ୍ଟରେ କୁକୁଡ଼ା ମାଂସ ବିକ୍ରି ପାଇଁ ମାଂସ ପ୍ରସ୍ତୁତ ପାଇଁ ଏଠାରେ ମେସିନ ଲଗାଯାଇଥିଲା । ଯେଉଁଠି କୁକୁଡାକୁ ଗରମ୍ ପାଣିରେ ପକାଇ ସ୍ବଚ୍ଛତାର ସହ ରୁମ କାଢି ପରେ ସେସବୁକୁ ଡ୍ରେସିଂ କରି ବିକ୍ରି କରାଯାଉଥିଲା । ମେସିନ ଜରିଆରେ ପିସ୍ ପିସ୍ କରି ବିକ୍ରି କରାଯାଉଥିଲା । ତାହା କିନ୍ତୁ ଏବେ ଅବହେଳିତ ଅବସ୍ଥାରେ । 5 କୋଲ୍ଡ ଷ୍ଟୋରେଜ ବି ଅଞ୍ଚଳ ବିକ୍ରି ପାଇଁ କଟା ହେଉଥିବା କଟା ମାଂସକୁ ଷ୍ଟୋରେଜ ରଖି ରଖିବା ପାଇଁ ଷ୍ଟୋରେଜ ହୋଇଥାନ୍ତା, ଅଥବା ଯେଉଁ ସବୁ କଟା ମାଂସ ବିକ୍ରି ପରେ ବଳକା ରହିଯାଇଥିଲା ସେସବୁକୁ କୋଲ୍ଡ ଷ୍ଟୋରେଜରେ ରଖାଯାଉଥିଲା । ବିଭିନ୍ନ ସୋସାଇଟିରୁ ମଧ୍ୟ କଟାମାଂସ ରହୁଥିଲା । ସେସବୁକୁ ମଧ୍ୟ ଏଠାରେ ଷ୍ଟକ୍‌ କରି ରଖି ଆସୁଥିଲେ । ଏବେ କିନ୍ତୁ ଦେବାଳିଆ ସ୍ଥିତି ହେବାକୁ ଯାଉଛି ।

ଦୀର୍ଘ 4ମାସ ହେବ କର୍ମଚାରୀଙ୍କ ଦରମା ମିଳୁନି । ଓପୋଲଫେଡରେ କାର୍ଯ୍ୟରତ କର୍ମଚାରୀ ୪ରୁ ୫ଜଣ କର୍ମଚାର ରେଗୁଲାର ଅଛନ୍ତି, 8ରୁ 9ଜଣ କର୍ମଚାରୀ କଣ୍ଟ୍ରାକ୍ଚୁଆଲରେ ଅଛନ୍ତି । ଆଉ କିଛି ‌ଡିଏଲ ଆର‌ବା ଡେଲି ଲେବର ବେସିସରେ କର୍ମଚାରୀ ଦରମା ନିଅନ୍ତି । କିନ୍ତୁ ସେମାନେ ଏବେ ଦରମା ନ ପାଇ ଆଉଟୁପାଉଟୁ ହୋଇଛନ୍ତି । ମନ୍ତ୍ରୀଙ୍କୁ ଦେଖା କରି ଏବେ ତାଙ୍କ ହାତରେ ‌ବୋଲି କହିଛନ୍ତି । ଯେଉଁମାନେ ଅଧିକାଂଶ ରିଟାର୍ଡ଼ ହୋଇଛନ୍ତି ଦୀର୍ଘଦିନ ଧରି ଡିପାର୍ଟମେଣ୍ଟରେ କାମ କରି କି ଏବେ ପେନସନ ନପାଇ ଚିନ୍ତାରେ‌ ପଡିଛନ୍ତି ।

ସେଠାକାର କର୍ମଚାରୀ କହିବା ଅନୁସାରେ 1999ପରଠୁ ଓପୋଲଫେଡର ଅବସ୍ଥା ଧିରେ ଧିରେ ଡୁବିବା ଭଳି ସ୍ଥିତି ହୋଇଛି । ମଝିରେ 2005ରୁ 2010ପର୍ଯନ୍ତ କିଛି ମାତ୍ରାରେ ପରିବର୍ତନ ଆରମ୍ଭ ହୋଇଥିଲା । ଏପରିକି ସେହି ସମୟରେ ସେମି ଅଟୋମେଟିକ ପ୍ଲାଣ୍ଟ, ଚିକେନ ଫ୍ରେସ ବିଭିନ୍ନ ସ୍ଥାନରେ ଯେପରିକି ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଏଜେଣ୍ଟମାନେ ଅପରେଟ କରୁଥିଲେ ବା ସୋସାଇଟି କରୁଥିଲେ କିନ୍ତୁ ଏବେ ସେହି ସମାନ ଅବସ୍ଥାକୁ ପୁଣି ଫେରିଛି ।

ଏନେଇ ମନ୍ତ୍ରୀ କହିଛନ୍ତି ଯେ ଆମେ ଯୋଜନା କରୁଛୁ ପ୍ରତି ଜିଲ୍ଲାରେ ଓପୋଲଫେଡ ବା ଚିକେନ ଫ୍ରେସ ଓ ମୋବାଇଲ ଭ୍ୟାନ ମାଧ୍ୟମରେ ଗ୍ରାମାଞ୍ଚଳରେ କିପରି ଚାଷୀ ମାନଙ୍କୁ ଉପଯୁକ୍ତ ମୂଲ୍ୟ ଓ କୁକୁଡା ଚାଷୀ ଓ ସୋସାଇଟିମାନଙ୍କୁ ପ୍ରୋତ୍ସାହନ ସହ ଏସଏଚଜି ଗ୍ରୁପ ଜରିଆରେ ନିଜସ୍ବ ଜରିଆରେ ଉତ୍ପାଦନ କରିବାକୁ ଯୋଜନା ହେଉଛି । ଏନେଇ ବାହାର ରାଜ୍ୟ ଉପରେ ନିର୍ଭର କରୁଥିଲେ ସେଭଳି ସ୍ଥିତି ନ ଉପୁଜିବ ସେ ନେଇ ଆମେ ଯୋଜନା କରିଛୁ ମାନେଜିଂ ଡାଇରେକ୍ଟର ଏନେଇ ଯୋଜନା କରି ଯେଉଁ ଇନଫ୍ରାଷ୍ଟ୍ରକଚରଠୁ ଷ୍ଟାଫ୍ ଯାହା‌ ରୁଗଣ ଅବସ୍ଥାରେ ପଡ଼ିଛି ତାକୁ କିପରି ନୂତନ ରୂପ ଦେବା ସମସ୍ୟାର ସମାଧାନ କରି ଉତ୍ପାଦନ ବୃଦ୍ଧି କରିବା ସେ ନେଇ ଆମେ ପ୍ରୟାସ ଆରମ୍ଭ କରିଛୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.