ETV Bharat / state

‘ଅପରେସନ ୧୨/୧୭’ର ଟ୍ରେଲର ରିଲିଜ, ମାର୍ଚ୍ଚ ୮ରେ ମୁକ୍ତିଲାଭ

Film Trailer Release: ଓଡ଼ିଆ ଚଳଚ୍ଚିତ୍ର ଅପରେସନ ୧୨/୧୭"ର ରିଲିଜ ହେଲା ଟ୍ରେଲର । ଏହି ଚଳଚ୍ଚିତ୍ର ଦେଶାତ୍ମକବୋଧ ଉପରେ ଆଧାରିତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଓଡ଼ିଆ ଚଳଚ୍ଚିତ୍ର "ଅପରେସନ ୧୨/୧୭"ର ଟ୍ରେଲର ରିଲିଜ , ମାର୍ଚ୍ଚ ୮ରେ ମୁକ୍ତିଲାଭ

author img

By ETV Bharat Odisha Team

Published : Feb 11, 2024, 10:19 PM IST

ଓଡ଼ିଆ ଚଳଚ୍ଚିତ୍ର "ଅପରେସନ ୧୨/୧୭"ର ଟ୍ରେଲର ରିଲିଜ , ମାର୍ଚ୍ଚ ୮ରେ ମୁକ୍ତିଲାଭ

ଭୁବନେଶ୍ବର: ଆଜି ରାଜଧାନୀରେ ଓଡ଼ିଆ ଚଳଚ୍ଚିତ୍ର "ଅପରେସନ ୧୨/୧୭ ଟ୍ରେଲର ରିଲିଜ ହୋଇଛି । ଏହାର ସମ୍ପୂର୍ଣ୍ଣ ଚଳଚ୍ଚିତ୍ରଟି ମାର୍ଚ୍ଚ ୮ରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି । ରିଲିଜ ପୂର୍ବରୁ ଟ୍ରେଲର ରିଲିଜ ହୋଇଯାଇଛି । ଆଜି ଭୁବନେଶ୍ୱରର ଏକ ହୋଟେଲରେ ସାଇ ଲୁମ୍ବିନୀ ପ୍ରଡ଼କସନ୍ସ ଦ୍ବାରା ପ୍ରସ୍ତୁତ ଏହି ଓଡ଼ିଆ ସିନେମାର ଟ୍ରେଲର ରିଲିଜ କରାଯାଇଛି । ଦର୍ଶକ ଫିଲ୍ମ ରିଲିଜ୍ ପୂର୍ବରୁ ଗୀତଗୁଡିକୁ ଢେର ଭଲ ପାଇବା ଦେଇଚାଲିଛନ୍ତି । ତେବେ "ଅପରେସନ ୧୨/୧୭" ଏକ ବିଗ୍ ବଜେଟର ସିନେମା ହୋଇଥିବାବେଳେ ଏହାର ପ୍ରଯୋଜନା କରିଛନ୍ତି ଶୁଭ୍ରା ପଟ୍ଟନାୟକ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଷ୍ଟାଇଲିଷ୍ଟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ।

ସେହିପରି କାହାଣୀ ଲେଖିଛନ୍ତି ଦ୍ବୀପାୟନ ପଟ୍ଟନାୟକ, ସଂଳାପ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ । ଏହାସହ ଗୀତଗୁଡିକ ଅରୁଣ ମନ୍ତ୍ରୀ ଏବଂ ଡକ୍ଟର ନିର୍ମଳ ନାୟକ ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ । ସେହିପରି କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଋତୁରାଜ ମହାନ୍ତି, ସତ୍ୟଜିତ୍ ପ୍ରଧାନ, ଅସୀମା ପଣ୍ଡା ଏବଂ ଅନନ୍ୟା ଶ୍ରୀତମ ନନ୍ଦ ।

ଅନେକ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାଶୁଂ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ର ଓଲିଉଡ଼ ପାଇଁ ଏକ ଭିନ୍ନ ମୋଡ଼ ସୃଷ୍ଟି କରିବ । ଶିଶୁ କଳାକାରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଭୂମିକା ମୁଖ୍ୟ ନାୟିକା ଏବଂ ଶ୍ରେୟାନ୍ ନାୟକ ଭାବେ ନୂଆବର୍ଷରେ ଦର୍ଶକଙ୍କୁ ଭେଟି ଦେବେ । ଅନେକ ଧାରାବାହିକ ତଥା ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଆସୁଥିବା ଅମର ମହାପାତ୍ର ଚଳଚ୍ଚିତ୍ର ଅପରେସନ୍‌ ୧୨/୧୭ରେ ଏକ ଭିନ୍ନ ଚରିତ୍ରରେ ଅଭିନୟ ରିଥିବା ଦେଖିବାକୁ ମିଳିବ ଏବଂ ସେ ଏହାର ଲାଇନ୍‌ ପ୍ରଡ୍ୟୁସର କର୍ଯ୍ୟଭାର ମଧ୍ୟ ସମ୍ଭାଳିଛନ୍ତି । ସେହିପରି ଚୌଧୁରୀ ଜୟପ୍ରକାଶ ଦାସ, ପଙ୍କଜ ମହାନ୍ତି, ଉମାକାନ୍ତ ପାଣି, ପ୍ରଶାନ୍ତ ପାତ୍ର, ଦୁଷ୍ମନ୍ତ, କୈଳାଶ ପାଣିଗ୍ରାହୀ ବିଜିତ ବାରିକ୍, ଲୋପାମୁଦ୍ରା, ତ୍ରିଷ୍ଣା, ବିଷ୍ଣୁପ୍ରିୟା, ସୋନାଲୀ, ଶିଶୁ କଳାକାର ସୁଜାତା ପ୍ରମୁଖ ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ତେରି ବାତୋଁ ମେ ଏସା ଉଲଝା ଜିଆ: ବଢୁଛି କ୍ରେଜ, ଦ୍ୱିତୀୟ ଦିନରେ କଲା ଏତିକି କୋଟି କଲେକ୍ସନ

ଆସନ୍ତା ଫେବୃଆରୀ ୮ ତାରିଖ ମହାଶିବରାତ୍ରି ଉପଲକ୍ଷେ ଏହା ଶୁଭ ମୁକ୍ତିଲାଭ କରିବ । ଚଳଚ୍ଚିତ୍ରଟି ଦେଶାତ୍ମକବୋଧତା, ପାରିବାରିକ ଡ୍ରାମା ସହ ଭରପୁର ମୋରଞ୍ଜନ ଭରି ରହିଥିବା କହିଛି ପ୍ରଯୋଜନା ସଂସ୍ଥା । ତେଣୁ ଦର୍ଶକ ଚଳଚିତ୍ରକୁ ନେଇ ନିରାଶ ହେବେ ନାହିଁ ବୋଲି କହିଛନ୍ତି ଅଭିନେତ୍ରୀ ଭୂମିକା ଦାସ । ଏହି ଅବସରରେ ପ୍ରଯୋଜକ ପ୍ରକାଶ ଶ୍ରୀଚନ୍ଦନ, ଅମୁଲ୍ୟ ଦାସ, ଅତୀଶ କୁମାର ରାଉତ, ସୋଆରଡ଼ିନ୍ ଡକ୍ଟର ପି.କେ. ସାହୁ, ଡକ୍ଟର ପ୍ରକାଶ ବେତାଲା, ଉମାକାନ୍ତ ପାଣି, ପ୍ରଯୋଜକ ଶ୍ରୀଧର ମାର୍ଥା ଆଦି ଉପସ୍ଥିତ ରହିଥିଲେ ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.