ଭୁବନେଶ୍ବର: ଆସିଲା ମୋହନ ସରକାରର ପ୍ରଥମ ରିପୋର୍ଟ କାର୍ଡ । ପ୍ରଥମ 15 ଦିନରେ ନୂଆ ସରକାରର କାମ କାର୍ଯ୍ୟର ଆସିଲା ତଥ୍ୟ । ଶପଥ ନେବା ପରେ ଆକ୍ସନ ମୁଡରେ କାମ ଆରମ୍ଭ କରିଥିବା ବିଜେପି ସରକାର ପ୍ରଥମ ଦୁଇ ସପ୍ତାହରେ 14ଟି ବଡ ନିଷ୍ପତ୍ତି ନେଇଛନ୍ତି । ବିଜେପିର ବରିଷ୍ଠ ନେତା ତଥା ଦଳର ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ନିଜ ସୋସିଆଲ ମିଡିଆ ପେଜ୍ ‘ଏକ୍ସ’ରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ 15 ଦିନର କାର୍ଯ୍ୟର ହିସାବ ହେଇଛନ୍ତି ।
The report card of @BJP4Odisha Government under the ablest leadership of Hon’ble CM @MohanMOdisha for the last fifteen days. @narendramodi @PMOIndia pic.twitter.com/ZBEajZcj2z
— Pitambar Acharya ( Modi Ka Parivar ) (@AcharyaPitamba1) June 30, 2024
ବିଜେଡିଠୁ ଅଲଗା ହେବାର 15 ବର୍ଷ ପରେ ନିଜ ଦମରେ ରାଜ୍ୟରେ ସରକାର କରିଛି ବିଜେପି । 77ଟି ଆସନରେ ବିଜୟ ସହିତ ଶକ୍ତିଶାଳୀ ଏବଂ ଦୃଢ ସରକାର ଗଢିଛି ବିଜେପି । ପ୍ରଥମ ଥର ପାଇଁ ଦୁଇ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଉପ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରି ଦଳ ନୂଆ ବାର୍ତ୍ତା ଦେଇଛି । ଏହା ସହିତ ରାଜ୍ୟର ସବୁ ବର୍ଗଙ୍କୁ ଆଧାର କରି ମନ୍ତ୍ରୀମଣ୍ଡଳ ଗଠନ ହୋଇଛି । ଆଉ ସରକାରକୁ ଆସୁ ଆସୁ ପ୍ରଥମ କ୍ୟାବିନେଟରେ ବଡ ନିଷ୍ପତ୍ତି ନେଇ ରାଜ୍ୟବାସୀଙ୍କୁ ବଡ ବର୍ତ୍ତା ଦେଇଛି ‘ଲୋକଙ୍କ ସରକାର’ । ଶ୍ରୀମନ୍ଦିର 4 ଦ୍ବାର ଖୋଲିବା ପ୍ରସଙ୍ଗରୁ ଆରମ୍ଭ କରି ଚାଷୀଙ୍କ ପାଇଁ ଧାନ କ୍ବିଣ୍ଟାଲ ପିଛା 3100 ଟଙ୍କା ବୃଦ୍ଧି ନିଷ୍ପତ୍ତି ନେଇଛି ନୂଆ ସରକାର । ତେବେ ଆସନ୍ତୁ ନଜର ପକାଇବା ମୋହନ ସରକାରଙ୍କ କିଛି ବଡ ନିଷ୍ପତ୍ତି ଉପରେ-
1- ଶ୍ରୀମନ୍ଦିର 4 ଦ୍ବାର ଖୋଲାଗଲା
2- ଦ୍ବିତୀୟ ଏସ୍ସ ପାଇଁ କେନ୍ଦ୍ରକୁ ଚିଠି
3- ଆଉ 5 ଲକ୍ଷ ପକ୍କା ଘର ଯୋଗାଇବାକୁ ଉଦ୍ୟମ
4- ଅଗଷ୍ଟ ସୁଦ୍ଧା ମିଳିବ ସୁଭଦ୍ରା ଯୋଜନା ଟଙ୍କା
5- ଧାନ କ୍ବିଣ୍ଟାଲ ପିଛା 3100 ଟଙ୍କା କରାଯିବ
6- ରଥଯାତ୍ରା ପାଇଁ ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ
7- ରାଜ୍ୟ ବାହାରକୁ ତୀର୍ଥଯାତ୍ରୀ ପାଇଁ ସରକାରୀ ବସ ବ୍ୟବସ୍ଥା
8- କଲେଜରେ ଛାତ୍ର ସାଂସଦ ନିର୍ବାଚନ କରାଇବାକୁ ବିଚାର
9- ଓକାକରେ ହୋଇଥିବା ଦୁର୍ନୀତି ଯାଞ୍ଚ ପାଇଁ ଏଜି ଅଡିଟ୍ ଆରମ୍ଭ
10- ପଳାଶୁଣି ଓ ବରମୁଣ୍ଡାରେ ହେବ ଓଭରବ୍ରିଜ
11- ସ୍କୁଲରେ ପାଠ ପଢାଇବେ ଅତିଥି ଶିକ୍ଷକ
12- ସାଧାରଣ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ଭେଟୁଛନ୍ତି
13- ସଚିବ ନୁହେଁ ମନ୍ତ୍ରୀମାନେ ସକ୍ରିୟ
14- ରାଜଧାନୀର ମୁକୁଳା ଡ୍ରେନରେ ମାସକରେ ପଡିବ ସ୍ଲାବ
ଏହା ସହିତ ଜୁଲାଇ ମାସ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଜନତା ଦରବାରରେ ଜନନାଙ୍କ ଅଭିଯୋଗ ଶୁଣାଣି ଆରମ୍ଭ କରିଛନ୍ତି । ତେବେ ଆଗକୁ ନୂଆ ମୁଖ୍ୟମନ୍ତ୍ରୀ ମୋହନ କଣ କଣ ନିଷ୍ପତ୍ତି ନେଉଛନ୍ତି ତାକୁ ଅପେକ୍ଷା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ