ETV Bharat / state

ଚାଷୀଙ୍କୁ ଦାଉ ସାଧୁଛି ଆବର୍ଜନା ପାହାଡ, ସ୍ଥାୟୀ ସାମାଧାନ ପାଇଁ ଦାବି - Nuapada dumping yard issue - NUAPADA DUMPING YARD ISSUE

NUAPADA DUMPING YARD ISSUE: ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ମନମୁଖି କାର୍ଯ୍ୟପାଇଁ ହନ୍ତସନ୍ତ ହେଉଛନ୍ତି ୩୦ରୁ ଊର୍ଦ୍ଧ୍ବ ଚାଷୀ । ଜମିରେ ବର୍ଜ୍ୟବସ୍ତୁ ପଡ଼ିବାରୁ କ୍ଷତି ସହୁଛନ୍ତି ଚାଷୀ । ଅଧିକ ପଢନ୍ତୁ

NUAPADA DUMPING YARD ISSUE
NUAPADA DUMPING YARD ISSUE (ETV Bharat Odisha)
author img

By ETV Bharat Odisha Team

Published : Jun 28, 2024, 9:14 PM IST

ନୂଆପଡ଼ା: ଯୁଆଡ଼େ ଦେଖିବେ ଖାଲି କୁଢ କୁଢ ମଇଳା । ଦୁର୍ଗନ୍ଧରେ ଫାଟି ପଡୁଛି ସାରା ଅଞ୍ଚଳ । ଚାଷୀଙ୍କୁ ଦାଉ ସାଧୁଛି ଆବର୍ଜନା ପାହାଡ । ଚାଷ ଜମୀରେ ବର୍ଜ୍ୟବସ୍ତୁ ପଡୁଥିବାରୁ ଗୋଟାଇ ଗୋଟାଇ ନୟାନ୍ତ ହେଲେଣି ଚାଷୀ । ଏଭଳି ଘଟଣା ସମ୍ନାକୁ ଆସିଛି ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରୁ । ଖଡ଼ିଆଳ ସହରରୁ ବାହାରୁଥିବା କୁଢକୁଢ ଅଦରକାରୀ ପଦାର୍ଥକୁ ବିଜେପୁର ଅଞ୍ଚଳର ଏକ ଖୋଲା ପଡ଼ିଆରେ ପାକାଯାଉଛି । ହେଲେ କାଳବୈଶାଖୀ ପବନ ଯୋଗୁଁ ବର୍ଜ୍ୟବସ୍ତୁ ଗୁଡିକ ଉଡ଼ି ଚାଷଜମିରେ ଏଣେ ତେଣେ ପଡ଼ୁଛି । ଯାହା ଚାଷୀଙ୍କୁ ସଧୁଛି ଦାଉ ।

NUAPADA DUMPING YARD ISSUE (ETV Bharat Odisha)

ପ୍ଲାଷ୍ଟିକ, ପଲିଥିନ, କାଚ ବୋତଲ ଭଳି ମାରାତ୍ମକ ବର୍ଜ୍ୟବସ୍ତୁ ଗୁଡ଼ିକ ଖଡ଼ିଆଳ, ବିଜେପୁର, ପୁଟୁପଡା, ମାଣ୍ଡୋସିଲ ଏବଂ ଚଚରାଭଟା ଆଦି ଅଞ୍ଚଳର ଏକର ଏକର ଚାଷ ଜମିରେ ପଡୁଥିବାରୁ ଜମିର ଉର୍ବରତା ହ୍ରାସ ପାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଫଳରେ ଧାନ, ମାଣ୍ଡିଆ,କୋଳଥ, ମୁଗ ଭଳି ଚାଷ ହୋଇପାରୁନାହିଁ । ପଲିଥିନ ବର୍ଜନ କରିବା ପାଇଁ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କୁ ସଚେତନ କରିବା ପାଇଁ ସଭାସମିତି ଜରିଆରେ ପ୍ଲାଷ୍ଟିକ,ପଲିଥିନ ବର୍ଜନ କରିବାକୁ କହୁଛନ୍ତି । ହେଲେ ଖଡ଼ିଆଳ NAC କର୍ତ୍ତୃପକ୍ଷ ନିଷ୍କ୍ରିୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ଅସରାଏ ବର୍ଷାରେ ରାସ୍ତାରେ ଲହରୀ ଭାଙ୍ଗିଲା ନର୍ଦ୍ଦମା ଜଳ - Drain Water Logging In Berhampur

ଖଡ଼ିଆଳ NAC କର୍ତ୍ତୃପକ୍ଷଙ୍କ ବେପରୁଆ କାମ ଯୋଗୁଁ ଅର୍ଣ୍ଣଦାତା ମୁଣ୍ଡରେ ପଡିଛି ଚଡକ । ସହରର କୁଢ଼ କୁଢ଼ ମଇଳା ବର୍ଜ୍ୟବସ୍ତୁକୁ ଖଡ଼ିଆଳ NAC ସୁରକ୍ଷିତ ସ୍ଥାନରେ ନଷ୍ଟ କରିବା ବଦଳରେ ଚାଷୀଙ୍କ ଜମି ମୁଣ୍ଡରେ ପକାଉଛନ୍ତି । ପ୍ରାୟ 30 ଜଣ ଚାଷୀଙ୍କ ଏଥିରେ ପ୍ରଭାବିତ ହେଉଛନ୍ତି । ବର୍ଜ୍ୟବସ୍ତୁ ଗୁଡିକୁ ଗୋଟାଇବାରେ ଅର୍ଣ୍ଣଦାତା ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ପ୍ରଶାସନ ଉକ୍ତ ସ୍ଥାନରେ ପାଚେରୀ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ଚାଷୀମାନେ ବଡ଼ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ସେପଟେ ଖୁବଶୀଘ୍ର ଚାଷ ଜମିରୁ ଆବର୍ଜନା ହାଟାଯିବ ବୋଲି କହିଛନ୍ତି ଖଡ଼ିଆଳ NAC ଅଧ୍ୟକ୍ଷ ଉଜ୍ବଳ ଗୁପ୍ତା । ସେ କହିଛନ୍ତି ଯେ, ବର୍ଜ୍ୟବସ୍ତୁକୁ Biometric ଟ୍ରିଟମେଣ୍ଟ କରିବା ପାଇଁ ଏକ ଠିକା ସଂସ୍ଥାକୁ ସରକାର ନିୟୋଜିତ ଅଛନ୍ତି । ଠିକା ସଂସ୍ଥା ବର୍ଷକୁ 4ଥର ମେସିନ ଲଗାଇ ବର୍ଜ୍ୟବସ୍ତୁକୁ ସଫା କରିବା ନିୟମ ରହିଛି । ଘଟଣା ଜାଣିଲା ପରେ ଆମେ ଦାୟିତ୍ବରେ ଥିବା ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେବୁ ।

ଇଟିଭି ଭାରତ , ନୂଆପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.