ETV Bharat / state

ଆରମ୍ଭ ହେଲା ପ୍ରସିଦ୍ଧ ବ୍ୟାସ ସରୋବର ମେଳା, ବଢୁଛି ଭକ୍ତଙ୍କ ସମାଗମ

Famous Vyasa Sarovar Mela : ପବିତ୍ର ଭୌମ ଏକାଦଶୀରେ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ । ବ୍ୟାସଦେବଙ୍କ ମନ୍ଦିରରେ ମାନସିକଧାରୀଙ୍କ ଲାଗୁଛି ଭିଡ଼ । ଅଧିକ ପଢନ୍ତୁ

ଆରମ୍ଭ ହେଲା ପ୍ରସିଦ୍ଧ ବ୍ୟାସ ସରୋବର ମେଳା, ବଢୁଛି ଭକ୍ତଙ୍କ ସମାଗମ
ଆରମ୍ଭ ହେଲା ପ୍ରସିଦ୍ଧ ବ୍ୟାସ ସରୋବର ମେଳା, ବଢୁଛି ଭକ୍ତଙ୍କ ସମାଗମ
author img

By ETV Bharat Odisha Team

Published : Feb 20, 2024, 10:08 PM IST

ଆରମ୍ଭ ହେଲା ପ୍ରସିଦ୍ଧ ବ୍ୟାସ ସରୋବର ମେଳା, ବଢୁଛି ଭକ୍ତଙ୍କ ସମାଗମ

ଯାଜପୁର: ଆଜି ହେଉଛି ପବିତ୍ର ଭୌମ ଏକାଦଶୀ । ଏହି ପବିତ୍ର ତିଥିରୁ ହିଁ ଆରମ୍ଭ ହୋଇଥାଏ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ । ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ଏକାଦଶୀକୁ ସବୁଠାରୁ ବଡ଼ ଏକାଦଶୀ ଭାବେ ସମସ୍ତେ ମାନିଥାନ୍ତି । ଏଥିପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆଜି ବ୍ୟାସ ସରୋବରକୁ ଆସି ଠାକୁର ଦର୍ଶନ କରିବା ସହ ଗୁପ୍ତଗଙ୍ଗାର ଜଳ ସିଞ୍ଚନ କରି ପୂଣ୍ୟ ଅର୍ଜ୍ଜନ କରୁଛନ୍ତି । ଏଠାକାର ମନ୍ଦିରର ଏକ ସ୍ବତନ୍ତ୍ର କିମ୍ବଦନ୍ତୀ ରହିଛି । ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କୁ ଗୋଟିଏ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଥାଏ । ଗୋଟିଏ ମନ୍ଦିରରେ ଗୁରୁ ଏବଂ ଉପାସକଙ୍କୁ ଏକତ୍ର ପୂଜା କରିବାର ନିଆରା ପରମ୍ପରା କାହିଁ କେତେ କାଳରୁ ରହିଆସିଛି । ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଏହି ପୁରାଣ ପ୍ରସିଦ୍ଧ ପୀଠ ଏବେ ଚଳଚଞ୍ଚଳ ହୋଇଉଠିଛି ।

ଲୋକଙ୍କ ବିଶ୍ବାସ ରହିଛି ଯେ ଏଠାରେ ଯାହା ମନସ୍କାମନା କରାଯାଏ ତାହା ନିଶ୍ଚିତ ପୂରଣ ହୁଏ । ସେଥିଲାଗି ପ୍ରଭୁଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଦୀର୍ଘ 17 ବର୍ଷ ଧରି ବ୍ୟାସନଗର ପୌରପରିଷଦ ଆନୁକୂଲ୍ୟରେ ଏଠାରେ ବ୍ୟାସ ମହୋତ୍ସବ ପାଳିତ ହୋଇଆସୁଛି । ମେଳାରେ ଦୋଳି ଓ ମୀନାବଜାର ଖୋଲିବା ସହ ଭଳିକି ଭଳି ଷ୍ଟଲ ସ୍ଥାନ ପାଇବେ । ନାମୀଦାମୀ କଳାକାର ଓ ସିନେତାରକାଙ୍କ ଦ୍ବାରା ପ୍ରତିଟି ସନ୍ଧ୍ୟାରେ ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଅନ୍ୟପଟେ ପୀଠ ନିକଟରେ ଥିବା ମହିମା ଆଶ୍ରମରେ ଦୂରଦୂରାନ୍ତର ଆସିଥିବା ସାଧୁସନ୍ଥଙ୍କ ଦ୍ବାରା ଚାଲିଛି ଅହର୍ନିଶି ଧୂନୀ ଓ ବିଶ୍ବଶାନ୍ତି ମହିମା ମହାଯଜ୍ଞ । ତା ସହିତ ମଠରେ ମଧ୍ୟ ଭକ୍ତମାନଙ୍କ ଦ୍ବାରା ଆୟୋଜିତ ହୋଇଛି ଭଜନ କୀର୍ତ୍ତନ ।

ଏହା ମଧ୍ୟ ପଢନ୍ତୁ ... ଭୋଳାବାବାଙ୍କ ମୁସଲିମ ଭକ୍ତ, ମନ୍ଦିର ନିର୍ମାଣ ପାଇଁ ବଢାଇଲେ ସହଯୋଗର ହାତ

ଶୁଦ୍ରମୁନୀ ସାରଳା ଦାସଙ୍କ ରଚିତ ଓଡିଆ ମହାଭାରତର ଭାରଦା ଉପାଖ୍ୟାନରେ ବ୍ୟାସସରୋବର ପୀଠର ମହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା ରହିଛି । ପାଣ୍ଡବଙ୍କ ପରାକ୍ରମ ନିକଟରେ ପରାଜୟ ବରଣ କରିବା ପରେ ଦୁର୍ଯ୍ୟୋଧନ ଏକଦା ଏଠାରେ ଥିବା ଗୁପ୍ତଗଙ୍ଗାରେ ଲକ୍ଷ୍ମୀଙ୍କ କୋଳରେ ଲୁଚି ରହିଥିଲେ । ଭୀମଙ୍କ ତୃତୀୟ ରଡି ସହି ନପାରି ସେ ଯୁଦ୍ଧକ୍ଷେତ୍ରକୁ ବାହାରି ଆସିଥିଲେ ଦୁର୍ଯ୍ୟୋଧନ ଏବଂ ଏହିଠାରେ ସେ ପାଣ୍ଡବଙ୍କ ନିକଟରେ ପରାସ୍ତ ହୋଇଥିଲେ । ଦୁର୍ଯ୍ୟୋଧନଙ୍କ ଜାନୁଭଗ୍ନ ପରେ ତାଙ୍କ ମୃତ୍ୟୁ ହୋଇଥିଲା । ବ୍ୟାସଦେବ ଏଠାରେ ମହାଭାରତର ଶେଷପର୍ବ ରଚନା କରିଥିବା ବିଶ୍ବାସ କରାଯାଏ । ପୀଠ ହେଉଛି ମହର୍ଷି ବ୍ୟାସଙ୍କ ଉପାସକ ରାଘବଜୀଉଙ୍କ ସାଧନା ସ୍ଥଳୀ । ସେପଟେ ମେଳାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.