ETV Bharat / state

ଜଗନ୍ନାଥ ସଂସ୍କୃତିର ଅନନ୍ୟ ପୀଠ ପାତଳୀ ଶ୍ରୀକ୍ଷେତ୍ର, ଗୁମ୍ଫା ଶ୍ରଦ୍ଧାଳୁଙ୍କୁ କରେ ଆନମନା - Subarnapur Patali Srikhetra

author img

By ETV Bharat Odisha Team

Published : Jul 14, 2024, 3:12 PM IST

Patali Srikhetra Of Subarnapur: ଶ୍ରୀ ଜଗନ୍ନାଥ ସଂସ୍କୃତିର ଅନନ୍ୟ ପୀଠ ପାତାଳୀ ଶ୍ରୀକ୍ଷେତ୍ର । ସୁବର୍ଣ୍ଣପୁରରେ ଅବସ୍ଥିତ ଏହି ମନ୍ଦିର ଜଗନ୍ନାଥ ସଂସ୍କୃତି ସହ ଜଡିତ । ଏହି ମନ୍ଦିରର ଐତିହ୍ୟ ଓ ପ୍ରାକୃତିକ ପରିବେଶ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିଥାଏ । ଆଗକୁ ପଢନ୍ତୁ

Subarnapur  Patali Srikhetra
Subarnapur Patali Srikhetra (ETV Bharat Odisha)

ସୁବର୍ଣ୍ଣପୁର: ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଠାରେ ରହିଛି ଶ୍ରୀ ଜଗନ୍ନାଥ ସଂସ୍କୃତିର ଅନନ୍ୟ ପୀଠ ପାତାଳୀ ଶ୍ରୀକ୍ଷେତ୍ର । ପ୍ରାକୃତିକ ଶୋଭାରାଜିରେ ଭରପୁର ଏହି ପୀଠରେ ଶ୍ରୀଜଗନ୍ନାଥ, ବଡ ଭାଇ ଶ୍ରୀବଳଭଦ୍ର ଓ ଉଭଣୀ ଦେବୀ ଶୁଭଦ୍ରାଙ୍କ ସହିତ 144 ବର୍ଷ ଧରି ଗୁପ୍ତଲୀଳା କରିଥିବା ଐତିହାସିକ ପ୍ରମାଣ ରହିଛି । ଶ୍ରୀକ୍ଷେତ୍ର ପୁରୀର ମାଦଳା ପାଞ୍ଜିରେ ଏହି ପାବନ ପୀଠ ଶ୍ରୀଜଗନ୍ନାଥଙ୍କ ଗୁପ୍ତ କ୍ଷେତ୍ର ଭାବେ ବର୍ଣ୍ଣିତ ହୋଇଛି ।

ପାତାଳୀ ଶ୍ରୀକ୍ଷେତ୍ର ପରିଚାଳନା ପରିଷଦ, ଜିଲ୍ଲା ପ୍ରଶାସନ ତଥା ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ କମିଟି ପକ୍ଷରୁ ଏହି ପୀଠରେ ପ୍ରତିବର୍ଷ ରଥଯାତ୍ରା ପାଳନ କରାଯାଉଛି । ପ୍ରାକୃତିକ ବିଭବରେ ଭରପୁର ଏହି ପାବନ ଭୂମୀରେ ଆଜକୁ 14 ବର୍ଷ ହେଲା ରଥଯାତ୍ରା ପାଳନ କରାଯାଇ ଆସୁଛି । ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଏହି ପାବନ ପୀଠକୁୁ ଆସି ଶ୍ରୀମନ୍ଦିର ପ୍ରଦତ୍ତ ଦାରୁ ବିଗ୍ରହକୁ ଦର୍ଶନ କରିବା ସହିତ ପ୍ରାକୃତିକ ପରିବେଶ ଭିତରେ ସୃଷ୍ଟି ହୋଇଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି ।

2007 ମସିହାରେ ପାତାଳୀ ଶ୍ରୀକ୍ଷେତ୍ରକୁ ଶ୍ରୀମନ୍ଦିର ପ୍ରଶାସନ ପରିଦର୍ଶନ କରିଥିଲେ । କେନ୍ଦ୍ରୀୟ ପ୍ରତ୍ନତତ୍ତ୍ବ ବିଭାଗ ପରିଦର୍ଶନ କରିବା ସହିତ ଏହି ପୀଠରେ ଜଗନ୍ନାଥ ସଂସ୍କୃତିର ପ୍ରତ୍ନତାତ୍ତ୍ବିକ ବିଭବ ଥିବା ପ୍ରମାଣ ଦେଇଥିଲେ । ସେହିପରି ପୁରୀ ଗଜପତି ଦିବ୍ୟସିଂହ ଦେବ ଦୁଇ ଦୁଇ ଥର ପରିଦର୍ଶନ କରି ଶ୍ରୀମନ୍ଦିର ନିର୍ମାଣର ଶିଳା ପୂଜନ କରିବା ସହିତ ଶ୍ରୀଜଗନ୍ନାଥ ସଂସ୍କୃତିର ପାବନ ଭୂମି ଭାବେ ସ୍ବୀକୃତି ପ୍ରଦାନ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ପାତାଳୀ ଶ୍ରୀକ୍ଷେତ୍ର ଓ ଶୈଳ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ, ଶ୍ରଦ୍ଧାଳୁ ଟାଣିଲେ ବିଶ୍ବନିୟନ୍ତାଙ୍କ ରଥ - Rath Yatra 2024

ବର୍ଷସାରା ଏହି ପୀଠରେ ଶ୍ରଦ୍ଧାଳୁଙ୍କ ଯା ଆସ ଲାଗି ରହିଥିବା ବେଳେ ବିଶେଷକରି ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ ଓ ରଥଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । ଦେବଆଶିଷ ପ୍ରାପ୍ତି ସହିତ ପ୍ରକୃତି ରାଣୀ କୋଳରେ କିଛି ସମୟ ଅତିବାହିତ କରିବା ପାଇଁ କାହିଁ କେତେ ଦୂରରୁ ଶ୍ରଦ୍ଧାଳୁ ଛୁଟି ଆସିଥାନ୍ତି ଏହି ପୂଣ୍ୟ ପୀଠକୁ । ତେବେ ଏହି ପୀଠରେ ରହିଛି 27 ଗୋଟି ଛୋଟବଡ ପ୍ରାକୃତିକ ଗୁୁମ୍ଫା । ପ୍ରତିଟି ଗୁମ୍ଫାର ବିଶେଷ ମହତ୍ବ ରହିଛି । ଧ୍ବନି ଗୁମ୍ପା ,ମାଧବ ଗୁମ୍ପା ,ଜଗନ୍ନାଥ ଗୁଂଫାକୁ ଏକ ସଂକୀର୍ଣ୍ଣ ପାଦଚଲା ରାସ୍ତା ରହିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.