ETV Bharat / state

ମୃତ୍ୟୁର ପାଞ୍ଚ ବର୍ଷ ପରେ ବି ମିଳୁନି କ୍ଷତିପୂରଣ, ଅସହାୟ ଅବସ୍ଥାରେ ପରିବାର - Machhakund Project Koraput

author img

By ETV Bharat Odisha Team

Published : May 7, 2024, 10:28 AM IST

Machhakund Project Koraput: କର୍ମଚାରୀଙ୍କ ମୃତ୍ୟୁର ୫ ବର୍ଷ ପରେ ବି କ୍ଷତିପୂରଣ ପାଇବାରୁ ବଞ୍ଚିତ ପରିବାର । ବାରମ୍ବାର ଅଭିଯୋଗ ସତ୍ତ୍ୱେ ମିଳୁନି କ୍ଷତିପୂରଣ । ଅଧିକ ପଢନ୍ତୁ

Koraput
Koraput (Etv Bharat Odisha)

Machhakund Project (Etv Bharat Odisha)

କୋରାପୁଟ: ସ୍ୱାମୀଙ୍କ ମୃତ୍ୟୁର ୫ ବର୍ଷ ପରେ ବି କ୍ଷତିପୂରଣ ପାଇବାରୁ ବଞ୍ଚିତ ପରିବାର । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଠିକା କର୍ମଚାରୀ ଭାବେ କାର୍ଯ୍ୟକରୁଥିବା ବନମାଳୀ ଖରାଙ୍କ ମୃତ୍ୟୁର ପାଞ୍ଚ ବର୍ଷ ପରେ ବି କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି । ଘରର ଏକମାତ୍ର ରୋଜଗାରିଆଙ୍କ ମୃତ୍ୟୁ ପରେ ପରିବାର ଅସହାୟ ହୋଇପଡିଥିବା ବେଳେ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ବନମାଳୀଙ୍କ ସ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ.. ଚାଷଜମିରେ ବିଏସଏଫ କ୍ୟାମ୍ପ ! ୧୭ ବର୍ଷ ବିତିଥିଲେ ବି କ୍ଷତିପୂରଣ ମିଳିନଥିବା ଅଭିଯୋଗ - Land Dispute In Malkangiri

ମୃତ ବନମାଳୀଙ୍କ ପତ୍ନୀ ଜୟଶ୍ରୀ ଖରାଙ୍କ କହିବାନୁଯାୟୀ, ପାଞ୍ଚବର୍ଷ ପୂର୍ବେ ଏକ ଠିକାଦାରଙ୍କ ମାଧ୍ୟମରେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଗଛଲତା ସଫା କରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ତାଙ୍କ ସ୍ୱାମୀ ବନମାଳୀ ଖରା । କାର୍ଯ୍ୟ କରୁଥିବା ସମୟରେ ପ୍ରକଳ୍ପର ଏକ ହାଇଟେନ୍ସନ ବିଦ୍ୟୁତ ତାରର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ । ଘଟଣାକୁ ୫ ବର୍ଷ ବିତିଯାଇଥିଲେ ବି ଏଯାଏ ତାଙ୍କୁ କ୍ଷତିପୂରଣ ମିଳିନାହିଁ । ବାରମ୍ବାର ଦାବି ସତ୍ତ୍ୱେ ସମ୍ପୃକ୍ତ ଠିକା ସଂସ୍ଥା ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ପୋଲିସ ଉପସ୍ଥିତିରେ ଟ୍ରେନରୁ ପଡି ଯୁବକଙ୍କ ମୃତ୍ୟୁ ମାମଲା, 2 ଲକ୍ଷ କ୍ଷତିପୂରଣ ଦେବେ ରାଜ୍ୟ ସରକାର - YOUTH Died FALLING FROM TRAIN

ସ୍ୱାମୀଙ୍କ ମୃତ୍ୟୁ ପରେ ତିନି କନ୍ୟା ସନ୍ତାନଙ୍କୁ ନେଇ ଚଳିବା ଜୟଶ୍ରୀ ଖରାଙ୍କ ପାଇଁ କଷ୍ଟସାଧ୍ୟ ହୋଇଥିବା ବେଳେ ସମ୍ପୂକ୍ତ ଠିକା ସଂସ୍ଥା ନିକଟରେ କ୍ଷତିପୂରଣ ପାଇଁ ବାରମ୍ବାର ଅନୁରୋଧ କରିଆସୁଛନ୍ତି ଜୟଶ୍ରୀ । ଦୀର୍ଘ ୫ ବର୍ଷ ଧରି ଠିକା ସଂସ୍ଥା ତାଙ୍କୁ ଅଣଦେଖା କରିବା ପରେ ଶେଷରେ ନ୍ୟାୟ ପାଇବା ଆଶାରେ ଏପିଜେନକୋ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି ପୀଡିତା । ତାଙ୍କ ଅଭିଯୋଗକୁ ଆଧାର କରି ଏପିଜେନକୋକୁ ପ୍ରତିନିଧିତ୍ଵ କରୁଥିବା ଜୟପୁର ସ୍ଥିତ ଫାକ୍ଟୋରିସ ଆଣ୍ଡ୍ ବୟଲର୍ସର ଉପ ନିର୍ଦେଶକ ପ୍ରଦୀପ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ଟିମ ସୋମବାର ଅନକାଡେଲି ସ୍ଥିତ ପ୍ରକଳ୍ପକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି । ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ରିପୋର୍ଟକୁ ଉପସ୍ଥାପନ କରାଯିବ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.