ETV Bharat / state

ଗନ୍ଧମାର୍ଦ୍ଧନ ପାହାଡରେ ସୁରକ୍ଷାବାହିନୀ-ମାଓବାଦୀ ଗୁଳି ବିନିମୟ - SOG Maoists Firing

author img

By ETV Bharat Odisha Team

Published : Apr 9, 2024, 2:07 PM IST

SOG-Maoists Firing in Bargarh: ପାଇକମାଳ ସ୍ଥିତ ଗନ୍ଧମାର୍ଦ୍ଧନ ପାହାଡ଼ରେ ମାଓବାଦୀ ଓ SOG ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଲାଲବାହିନୀ ଛତ୍ରଭଙ୍ଗ ଦେଇଥିବା ବେଳେ ଜାରି ରହିଛି ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ

ଯବାନ-ମାଓବାଦୀ ଗୁଳି ବିନିମୟ
ଯବାନ-ମାଓବାଦୀ ଗୁଳି ବିନିମୟ
ଯବାନ-ମାଓବାଦୀ ଗୁଳି ବିନିମୟ

ବରଗଡ: ବରଗଡରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ । ପଦ୍ମପୁର ଉପଖଣ୍ଡ ପାଇକମାଳ ସ୍ଥିତ ଗନ୍ଧମାର୍ଦ୍ଧନ ପାହାଡ଼ରେ ପୋଲିସ ଓ SOG ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । କମ୍ବିଂ ଅପରେସନ ସମୟରେ ମାଓବାଦୀମାନଙ୍କ ସହିତ ଗୁଳି ବିନିମୟ ହୋଇଥିବା ନେଇ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏନକାଉଣ୍ଟର ସମୟରେ ଲାଲବାହିନୀ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ସୋମବାର ସନ୍ଧ୍ୟା ପ୍ରାୟ 5ଟା ସମୟରେ ଏହି ଗୁଳି ବିନିମୟ ହୋଇଥିଲା ।

ସୂଚନା ଅନୁସାରେ, କମ୍ବିଂ ଅପରେସନ ସମୟରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଫଳରେ ଗତ ମଧ୍ୟରାତ୍ରିରେ କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ଆଜି ସକାଳେ ସର୍ଚ୍ଚ ଅପରେସନ କରାଯାଇଥିବା ବେଳେ ମାଓବାଦୀଙ୍କ ବ୍ୟବହୃତ ଅନେକ ମାଓ ସାମଗ୍ରୀ ଜବତ କରାଯାଇଥିବା ସୂଚନା ଦିଆଯାଇଛି । ତେବେ ଏହି ମାଓବାଦୀମାନେ ଛତିଶଗଡ କ୍ୟାଡରର ବୋଲି ଜଣାପଡିଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ପୋଲିସର କମ୍ବିଂ ଅପରେସନ ଚାଲିଥିବା ନେଇ ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପାଇକମାଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ: ମାଓ କ୍ୟାମ୍ପ ଧ୍ୱଂସ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ତେବେ ପୋଲିସର ସର୍ଚ୍ଚ ଅପରେସନରେ ମାଓବାଦୀ ବ୍ୟବହାର କରିଥିବା ରୋଷେଇ ସାମଗ୍ରୀ, ଚାଉଳ, ତେଲ, ଚା, ଚିନି, ବାଲଟି, ପଲିଥିନ, ଛତା ଏପରି ଅନେକ ସାମଗ୍ରୀ ଜବତ କରାଯାଇଛି । କହିରଖୁଛୁ କି, ନିର୍ବାଚନ ପୂର୍ବରୁ ମାଓବାଦୀମାନେ ସେମାନଙ୍କ ସ୍ଥିତି ଜାହିର କରି ପୋଷ୍ଟର ଲଗାଇଥାନ୍ତି । ପୋଲିସ, SOG ଏବଂ CRPF ଯବାନମାନେ ମଧ୍ୟ ମିଳିତ ଚଢ଼ାଉ କରିଥାନ୍ତି । ତେବେ ଚଳିତ 2024 ସାଧାରଣ ନିର୍ବାଚନ ପୂର୍ବରୁ ପୋଲିସ ବିଭାଗ ନିର୍ବାଚନକୁ ଆଖିଆଗରେ ରଖି କିପରି ମାଓ ପ୍ରବଣ ଅଞ୍ଚଳରେ ଲୋକେ ନିର୍ଭୟରେ ମତଦାନ କରିବେ ଏବଂ ମତାଦାନର ସଂଖ୍ୟା ବଢ଼ିବ ସେନେଇ କମ୍ବିଂ ଅପରେସନ ଜୋରଦାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବରଗଡ଼ ପାଇକମାଳରେ SOG ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନ

ତେବେ ଗତକାଲି(ସୋମବରା) ସନ୍ଧ୍ୟା 5.20 ସମୟରେ ଚାଲିଥିବା କମ୍ବିଂ ଅପରେସନ ବେଳେ ପାଇକମାଲ ସ୍ଥିତ ଖଣ୍ଡିଝରଣ ନିକଟରେ ଗାନ୍ଧମାର୍ଦ୍ଧନ ପାହାଡ଼ରେ କ୍ୟାମ୍ପ କରିଥିବା ମାଓବାଦୀଙ୍କ ସହିତ ଗୁଳି ବିନିମୟ ହୋଇଥିଲା । ଉଭୟ ପକ୍ଷରୁ ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଚାଲିଯାଇଥିଲେ । ବର୍ତ୍ତମାନ ସୁଦ୍ଧା ପୋଲିସର କମ୍ବିଂ ଅପରେସନ ଜାରି ରହିଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.