ETV Bharat / state

ETV Bharat Follow UP; ଏୟାରପୋର୍ଟରୁ ପୁଳା ପୁଳା ଗହଣା ଠାବ, ସୁନା ଓ ରୁପା ସହ ହୀରା ଜବତ, ରାଜଧାନୀର ବଡ ବଡ ନାମୀ ଦାମୀ ଦୋକାନକୁ ଯାଇଥାନ୍ତା ସୁନା - diamond ornaments seized

author img

By ETV Bharat Odisha Team

Published : Aug 27, 2024, 5:22 PM IST

Updated : Aug 27, 2024, 7:33 PM IST

etv Bharat Odisha follow up diamond ornaments also seized-by-ct-and-gst-department officials: ଭୁବନେଶ୍ବର ବିମାନବନ୍ଦରରୁ 80 କିଲୋ ସୁନା ଜବତ ପରେ ବଢ଼ିଲା ଚର୍ଚ୍ଚା । କେତୋଟି ଦୋକାନକୁ ଯାଉଥିଲା କୋଟି କୋଟିର ସୁନା। ଏପଟେ ଆଜି ପ୍ୟାକେଟ ଭିତରେ ଥିବା ସୁନା, ହୀରା ଖଚିତ ବୋଲି ଇଟିଭି ଭାରତ ହାତରେ ଲାଗିଛି ବଡ ସୂଚନା । ରାଜଧାନୀର ବଡ଼ ବଡ଼ ନାମୀ ଦାମୀ ଦୋକାନକୁ ଏହି ସୁନା ଯାଇଥାନ୍ତା କି ? ଦେଖନ୍ତୁ ‘ଇଟିଭି ଭାରତ’ ଏୟାରପୋର୍ଟରୁ ପୁଳା ପୁଳା ସୁନା‌ ଜବତ ଫଲୋ ଅପ୍-

Gold seized follow up
Gold seized follow up (ETV Bharat Odisha)

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ବିମାନ ବନ୍ଦରରୁ ସୁନା ଓ ରୁପା ଜବତ ଘଟଣା । କେବଳ ସୁନା କି ରୁପା ନୁହେଁ ତା ମଧ୍ୟରେ ରହିଛି ହୀରା ଅଳଙ୍କାର । CT GST ଏନଫୋର୍ସମେଣ୍ଟ ଟିମର ତଦନ୍ତ ବେଳେ ସାମ୍ନାକୁ ଆସିଛି ଏଭଳି ରୋଚକ ତଥ୍ୟ । ଗୋଲ୍ଡ ଫିଟେଡ ଅଳଙ୍କାର ମଧ୍ୟ ରହିଥିବା ତଦନ୍ତ ବେଳେ ସାମ୍ନାକୁ ଆସିଛି ତଥ୍ୟ । ଗୋଲ୍ଡ ଫିଟେଡ ଡାଇମଣ୍ଡ ଅଳଙ୍କାର ଅର୍ଥ ଯେଉଁଥିରେ ସୁନା ଅଳଙ୍କାରରେ ହୀରା ଖଚିତ ଅଳଙ୍କାର ରହିଛି । ଏସବୁ ଅଳଙ୍କାର ଭୁବନେଶ୍ୱର ନାମୀ ଦାମୀ ଗହଣା ଦୋକାନୀଙ୍କର । ଭୁବନେଶ୍ୱରକୁ ବିକ୍ରି ପାଇଁ ଆସୁଥିଲା ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ସିଟି ଜିଏସଟି ଅଧିକାରୀ ।

ETV Bharat Follow UP (ETV Bharat Odisha)

ପୁଳା ପୁଳା ଗହଣା ଜବତ ପରେ ଏସବୁ ଗହଣାର ଯେଉ ସବୁ ସଂସ୍ଥାର ସେସବୁ ନାମି ଦାମି ଗହଣା ଦୋକାନର କର୍ତ୍ତୃପକ୍ଷ ଏବେ ସିଟି ଜିଏସଟି ଭୁବନେଶ୍ୱର ଅଫିସରେ ପହଂଚିଛନ୍ତି । ସେମାନଙ୍କର ଅଳଙ୍କାରର ପ୍ରମାଣ ପତ୍ର ସହ ସିଟି ଜିଏସଟି ଅଧିକାରୀ ଯାଞ୍ଚ କରୁଛନ୍ତି । ଏନେଇ ଲଜିଷ୍ଟିକ ସଂସ୍ଥାର ପୂର୍ବାଞ୍ଚଳ ମୁଖ୍ୟଙ୍କୁ ମଧ୍ୟ ଡକାଯାଇଛି । କିଭଳି ଏସବୁ ଗହଣା ଆସୁଥିଲା ସେସବୁର କଣ ସବୁ ତଥ୍ୟ ରହିଛି ସେନେଇ ମଧ୍ୟ ଯାଂଚ କରାଯିବ । ଏନେଇ ଯେଉଁସବୁ ଗହଣା ଦୋକାନୀଙ୍କର ଏସବୁ ପାର୍ସଲ ବା କନସାଇନମେଣ୍ଟ ଆସିଛି ଏସବୁର କାଗଜ ପତ୍ର କଣ ରହିଛି । ସେସବୁ କାଗଜ ପତ୍ରରେ କିଛି ଆଇନଗତ ରହିଛି ନା ବେଆଇନ ରହିଛି ସେନେଇ ତର୍ଜମା ଓ ଯାଞ୍ଚ ଚାଲିଛି । ଏଥିପାଇଁ ପ୍ରାୟ ଭୁବନେଶ୍ୱର ଏକାଧିକ ଗହଣା ଦୋକାନର କର୍ମଚାରୀ ନିଜ ନିଜର ଡକ୍ୟୁମେଣ୍ଟ ଧରି ସିଟି ଜିଏସଟି କାର୍ଯ୍ୟାଳୟରେ ପହଂଚିଛନ୍ତି ।

ପ୍ରଥମେ ଏକ୍ସକ୍ଲୁସିଭ୍ ଖବର ବଜାଇଥିଲା ‘ଇଟିଭି ଭାରତ ଓଡିଶା’-

ଗତକାଲି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ଜବତ ହୋଇଥିଲା ବିପୁଳ ପରିମାଣରେ ସୁନା ଓ ରୂପା । ଦୁଇଟି କଣ୍ଟେନରରେ ସୁନା-ରୁପା ଯାଉଥିବା ବେଳେ ଖବର ପାଇ ମାଡି ବସିଥିଲା ସିଟି ଜିଏସଟି ବିଭାଗ । ଏସବୁ ସୁନା-ରୁପା ବିମାନ ଯୋଗେ ଭୁବନେଶ୍ବରକୁ ଆସିଥିଲା । ପାଖାପାଖି 80 କେଜି ସୁନା ଓ ଦେଢ କ୍ବିଣ୍ଟାଲ ରୁପା ଜବତ ହୋଇଛି । ତେବେ ବିମାନ ଯୋଗେ ଏତେ ପରିମାଣର ସୁନା ଓ ରୁପା ଭୁବନେଶ୍ବରରୁ କାହିଁକି ଆସୁଥିଲା । ତାହାର ଖୋଳତାଡ କରିଛି ଉଭୟ ପୋଲିସ ଓ ସିଟି ଜିଏସଟି ବିଭାଗ । ଏହି ଖବର ପ୍ରଥମେ ବଜାଇଥିଲା ‘ଇଟିଭି ଭାରତ ଓଡିଶା’ ।

ଏହା ବି ପଢନ୍ତୁ- ETV Bharat Exclusive: ଭୁବନେଶ୍ବର ଏୟାରପୋର୍ଟରୁ 80 କିଲୋ ସୁନା‌, ଦେଢ କ୍ବିଣ୍ଟାଲ ରୁପା ଜବତ, କେଉଁଠୁ ଆସିଲା ଖୋଳତାଡ ଜାରି ? - Gold seized Bhubaneswar Airport

ଦୁଇ ଗାଡିରୁ ୩୪ କନସାଇନମେଣ୍ଟ ଠାବ-
ଦୁଇଟି ଗାଡିରୁ ମୋଟ ୩୪ଟି କନସାଇନମେଣ୍ଟ ଜବତ ହୋଇଛି । ଯାହା ମଧ୍ୟରେ କଳାରଙ୍ଗର ଗାଡିରେ ରହିଛି ୧୦ଟି କନସାଇନମେଣ୍ଟ ସୁନା ଗହଣା ଓ ହୀରା ଖଚିତ ଅଳଙ୍କାର । ସେହିପରି ଆଉ ୧୬ଟି କନସାଇନମେଣ୍ଟ ରହିଛି ରୁପା ଅଳଙ୍କାରର । ଆଉ ଏକ ଛୋଟ ମିନି ଇକୋ ଗାଡିରେ ମାତ୍ର ୮ଟି କନସାଇନମେଣ୍ଟ ରହିଛି । ଯେଉଁଥିରେ ରହିଥାଏ କେବଳ ରୁପା ଅଳଙ୍କାର । ତେବେ ମୋଟ ୧୦ଟି ସୁନା ଓ ହୀରା ଖଚିତ ଅଳଙ୍କାର ଓ ଅନ୍ୟ ୨୪ଟିରେ ରହିଛି ରୁପା ଅଳଙ୍କାର । ତା ମଧ୍ୟରୁ ୮ଟି କନସାଇନମେଣ୍ଟ ଯାହା ରହିଛି ସମ୍ପୂର୍ଣ୍ଣ ବେଆଇନ ବୋଲି କୁହାଯାଉଛି । ତାର କୌଣସି କାଗଜ ପତ୍ର ସଠିକ ନାହିଁ ଯାହାକି ସମ୍ପୂର୍ଣ୍ଣ ଭାବେ ବେଆଇନ ଭାବେ ଅଣାଯାଇଛି ବୋଲି ଜଣାପଡିଛି।

ନିୟମ କଣ ରହିଛି-
ବଡ଼ ବଡ଼ ଗହଣା ଦୋକାନୀ ସେମାନଙ୍କର ଗହଣା ବିଭିନ୍ନ ରାଜ୍ୟକୁ ଏଭଳି ଏକ ଲଜିଷ୍ଟିକ ସଂସ୍ଥା ଜରିଆରେ ପଠାଇଥାନ୍ତି । ଯେହେତୁ ଦାମି ଗହଣା ଥାଏ ସେସବୁ ସୁରକ୍ଷା ଦୃଷ୍ଟିରୁ ଏଭଳି ବିମାନ ଯୋଗେ ନଚେତ କ୍ୟାସ ପିକପ ଭ୍ୟାନ ଭଳି ଷ୍ଟ୍ରଙ୍ଗ ରୁମ ଥିବା ଭଳି ଗାଡି ଜରିଆରେ ପଠାଯାଇଥାଏ । ଯେଉଁଥିରେ କେବଳ ଏହି ସବୁ ସୁନା ,ରୁପା ,ହିରା ପ୍ଲାଟିନମ ଭଳି ଗହଣା ଓ ସବୁ ଜିନିଷ ଟ୍ରାନ୍ସପୋର୍ଟ କରାଯାଇଥାଏ । ଏପରି ଜରିଆରେ ଏକ ପାର୍ଟି ଯିଏ ପଠାଇଥାଏ ଏକ ନିର୍ଦ୍ଧିଷ୍ଟ ସ୍ଥାନରୁ ଯାହକୁ କନସାଇନର କୁହାଯାଏ ଏବଂ ଏଭଳି ଟ୍ରାନ୍ସପୋର୍ଟ ସଂସ୍ଥା ବା କ୍ୟାରିୟର ଜରିଆରେ ଏକ ନିର୍ଦ୍ଧିଷ୍ଟ ସଂସ୍ଥା ପାଖକୁ ପଠାଯାଇଥାଏ ବା ଯାହାକୁ କନସାଇନ କୁହାଯାଏ । ସେମାନେ ଆସି ତାଙ୍କର କାଗଜ ଦେଖାଇ ନେଇଥାନ୍ତି କ୍ୟାରିୟର ତଥା ଲଜିଷ୍ଟିକ ସଂସ୍ଥା ଠାରୁ । ଏଥିପାଇଁ ତିନୋଟି ସଂସ୍ଥା ଯେଉଁମାନଙ୍କର ଜିଏସଟି ରେଜିଷ୍ଟର ଭୁକ୍ତ ଏମାନେ ସଠିକ ଭାବେ ଏକ ଜିନିଷ ପଠାଇବା ପୁର୍ବରୁ ତାର ଟ୍ୟାକ୍ସ ଇନଭ ଏସ ଓ ଇ-ଇନଭ ଏସ ପ୍ରସ୍ତୁତ କରି ପଠାଇଥାନ୍ତି । ଏପରିକି ବିମାନ ଯୋଗେ ଆସିଲେ ତାହା ଏୟାର-ଓ୍ବେ ବିଲ ଓ ଗାଡିରେ ଆସିଲେ ଇ-ଓ୍ବେ ବିଲ ମଧ୍ୟ ପ୍ରସ୍ତୁତ କରି ଏପରି ପଠାଇଥାନ୍ତି । ଫଳରେ ଯେଉଁଠି କିଛି ସଂଦେହ ହୁଏ ବା କୋୖଣସି ଟ୍ୟାକ୍ସ ଯାଂଚକରୀ ସଂସ୍ଥା ଯାଂଚ କରନ୍ତି ସେତେବେଳେ ସେ ସବୁ ଡକ୍ୟୁମେଣ୍ଟକୁ ଦେଖାଇବା କଥା । ଯାହା ଏଠି ଦେଖାଇ ନ ପାରିବାରୁ ସଂଦେହ ବଢିଛି ।

ଟ୍ୟାକ୍ସ ହିସାବ କଣ ଥାଏ-
ଯେଉଁ ସବୁ ଜିନିଷ ଆସିଥାଏ। ତାହାର ୩ପ୍ରତିଶତ ଟ୍ୟାକ୍ସ ଦିଅଆଯାଇ ଆସିଥାଏ। ଯେତେବେଳେ ଚେକ୍ ହୁଏ ସେସବୁ ଯାଂଚ କରାଯାଏ । ଆଉ ଟ୍ୟାକ୍ସ ସଠିକ ଦିଆଯାଇଥିଲେ ସେସବୁ କୁ ସଠିକ ଭାବେ ବିବେଚିତ କରାଯାଏ । ଯଦି ସଠିକ ଟ୍ୟାକ୍ସ ଦିଆଯାଇଥାଏ। ତେବେ ୩ପ୍ରତିଶତ ବଦଳରେ ଡବଲ ଅର୍ଥାତ୍ ୬ପ୍ରତିଶତ ରଖାଯାଏ ତା ସହିତ ତା ପାଇଁ ଯାହା ଜିଏସଟି ଅଧିକାରୀ ନିଷ୍ପତି ନିଅନ୍ତି ସେହି ହିସାବରେ ଫାଇନ କଟାଯାଇଥାଏ । ଯଦି କୋୖଣସି ର ବିଲ ବା ସେଭଳି କୋୖଣସି ତଥ୍ୟ ନଥାଏ ସେସବୁକୁ ଟ୍ରେଜରୀ ରଖାଯାଇ ପରେ ଏନେଇ ତଦନ୍ତ ହୁଏ ।

ପୁର୍ବରୁ ମାସକ ତଳେ ମଧ୍ୟ ଏକ ଦେଢ଼ କ୍ଵିଣ୍ଟାଲ ର ମଧ୍ୟ ଗହଣା ଠାବ ହୋଇଥିଲା । ସେତେବେଳେ ତାହା ସଠିକ ଯାଂଚ କରାଯାଇଥିଲା । ଯାହର କୌଣସି ହିସାବ ନିକାଶ ସାମ୍ନାକୁ ଆସିପାରିନାହି ଯାହାକୁ ଏବେ ଟ୍ରେଜରୀରେ ରଖାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 27, 2024, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.