ETV Bharat / state

ଆସୁଛି ଗ୍ରୀଷ୍ମଦିନ ବଢୁଛି ଖରା, ଜଙ୍ଗଲ ନିଆଁ ନିୟନ୍ତ୍ରଣକୁ ନେଇ ପରିବେଶବିତଙ୍କ ଚିନ୍ତା ପ୍ରକଟ

author img

By ETV Bharat Odisha Team

Published : Feb 24, 2024, 10:42 PM IST

Forest Fire In Summer Season : ଆଗକୁ ଆସୁଛି ଗ୍ରୀଷ୍ମ ଋତୁ । ଖରା ବଢିବା ସହିତ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ବୃଦ୍ଧି ହୋଇଥାଏ ।ବନାଗ୍ନି ରୋକିବା ପାଇଁ ପୂର୍ବ ପ୍ରସ୍ତୁତ କରିବା ସହ ଚିନ୍ତା ପ୍ରକଟ କହିଛନ୍ତି ପରିବେଶ ବିଶେଷଜ୍ଞ । ଅଧିକ ପଢନ୍ତୁ

ଆସୁଛି ଗ୍ରୀଷ୍ମଦିନ ବଢୁଛି ଖରା, ଜଙ୍ଗଲ ନିଆଁ ନିୟନ୍ତ୍ରଣକୁ ନେଇ ପରିବେଶବିତଙ୍କ ଚିନ୍ତା ପ୍ରକଟ
ଆସୁଛି ଗ୍ରୀଷ୍ମଦିନ ବଢୁଛି ଖରା, ଜଙ୍ଗଲ ନିଆଁ ନିୟନ୍ତ୍ରଣକୁ ନେଇ ପରିବେଶବିତଙ୍କ ଚିନ୍ତା ପ୍ରକଟ
ଆସୁଛି ଗ୍ରୀଷ୍ମଦିନ ବଢୁଛି ଖରା, ଜଙ୍ଗଲ ନିଆଁ ନିୟନ୍ତ୍ରଣକୁ ନେଇ ପରିବେଶବିତଙ୍କ ଚିନ୍ତା ପ୍ରକଟ

ଭୁବନେଶ୍ବର: ଆଗକୁ ଆସୁଛି ଗ୍ରୀଷ୍ମ ଋତୁ । ଖରା ବଢିବା ସହିତ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ବୃଦ୍ଧି ହୋଇଥାଏ । ଫଳରେ ଅନେକ ମୂଲ୍ୟବାନ ଗଛ ସହିତ ବନ୍ୟ ପ୍ରାଣୀ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ତେବେ ମାଘ ମାସରୁ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଲାନି । ତେବେ ରାଜ୍ୟରେ ଥିବା ଅନେକ ଜଙ୍ଗଲରେ ନିଆଁ ଲାଗିବା ଆଶଙ୍କା ରହିଛି । ତେଣୁ ଜଙ୍ଗଲ ସଂଲଗ୍ନରେ ରହୁଥିବା ଗାଁର ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ । ବିଭିନ୍ନ ବନଖଣ୍ଡରେ ସବଡିଭିଜନ ସ୍ତରରେ ବନାଗ୍ନିକୁ ରୋକିବା ନିମନ୍ତେ ତାଲିମ ଓ ସଚେତନତା ଶିବିର ଆୟୋଜନ ଆରମ୍ଭ ହେଲାଣି । ହେଲେ ବନାଗ୍ନି ରୋକିବା ପାଇଁ ପୂର୍ବ ପ୍ରସ୍ତୁତ କରିବା ସହ ଚିନ୍ତା ପ୍ରକଟ କହିଛନ୍ତି ପରିବେଶ ବିଶେଷଜ୍ଞ । ଖରାଦିନେ ଜଙ୍ଗଲରେ ନିଆଁ ଲାଗିଲେ ଦରକାରୀ ବୃକ୍ଷରାଜି ସହିତ ବନ୍ୟପ୍ରାଣୀ ପୋଡିଯିବା ସହ ଆଖପାଖ ପରିବେଶ ମଧ୍ୟ ପ୍ରଦୂଷିତ ହୋଇଯାଇଥାଏ ।

ଏହା ମଧ୍ୟ ପଢନ୍ତୁ ... ତାତିରୁ ମିଳିଲା ତ୍ରାହି, ଆଜିଠୁ ୪ଦିନ ଯାଏଁ ରାଜ୍ୟରେ ବର୍ଷା !

ଜଙ୍ଗଲରେ ନିଆଁ ଲାଗିବା ହେଉଛି ମନୁଷ୍ୟଜନିତ କାରଣରୁ ହୋଇଥାଏ ଯେମିତିକି ଜଙ୍ଗଲ ମଧ୍ୟରେ ଅଧା ଜଳା ସିଗାରେଟ/ବିଡି ଫୋପାଡିବା, ଭଲ ଉତ୍ପାଦନ ପାଇଁ ଗଛଲତା ରେ ନିଆଁ ଲଗାଇବା, ଡାଳକୁ ଡାଳ ଘଷି ହେବା ଆଦି କାରଣ ପାଇଁ ଜଙ୍ଗଲରେ ନିଆଁ ଲାଗିଥାଏ । ଏହାକୁ ଦୃଷ୍ଟିରେ ରଖି ଏହି ବନାଞ୍ଚଳରେ ଥିବା ପ୍ରାୟ ଗାଁ ଗୁଡ଼ିକରେ ଲୋକମାନେ ପ୍ରତିବର୍ଷ ଖରାଦିନ ପୂର୍ବରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ନିଜକୁ ପ୍ରସ୍ତୁତ କରନ୍ତି । ଏନେଇ ରାଜ୍ୟ ସରକାର ଜଙ୍ଗଲ ନିଆଁ ଲିଭାକୁ ନେଇ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଏନେଇ ପରିବେଶ ବିଶେଷଜ୍ଞ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟରେ ଦେଖାଯାଉଥିବା ଜଙ୍ଗଲ ନିଆଁ ବିଶେଷ ଭାବରେ ଗ୍ରାଉଣ୍ଡ ଫାୟର । ଅର୍ଥାତ୍ ଜଙ୍ଗଲର ତଳେ ତଳେ ପଡିଥିବା ଶୁଖିଲା ପତ୍ର ଓ ଶୁଖିଲା କାଠରେ କୁହୁଳି କୁହୁଳି ଲାଗିଥାଏ ନିଆଁ । ସେଥିପାଇଁ ଅଧିକରୁ ଅଧିକ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ।

ଏହାଛଡ଼ା ଯେଉଁମାନେ ନିଆଁ ଲଗାଉଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । ସେ କହିଛନ୍ତି ଯେ ଖରା ବଢିବା ସହିତ ଏକ ଚାଲେଞ୍ଜ ସୃଷ୍ଟି କରୁଛି । ଆଗକୁ ବିଭିନ୍ନ ଜଙ୍ଗଲରେ ନିଆଁ ବ୍ୟାପିବ। ୨୦୨୧ ମସିହାରେ ଜଙ୍ଗଲରେ ନିଆଁ ଲାଗିବାର ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ ଭାବରେ ମାନ୍ୟତା ହାସଲ କରିଥିଲା ବୋଲି କହିଛନ୍ତି । ଯାହାଫଳରେ ରାଜ୍ୟ ସରକାର ଏକ ଟାକ୍ସ ଫୋର୍ସ ଗଠନ କରାଯାଇଥିଲା । ସ୍ଥାନୀୟ ଲୋକଙ୍କର ସହାୟତା ନେଲେ ଜଙ୍ଗଲରେ ନିଆଁକୁ ବହୁ ମାତ୍ରାରେ କମ କରିପାରିବା ବୋଲି କହିଛନ୍ତି । ତେବେ ଜଙ୍ଗଲ ନିଆଁ ବିଶେଷ ଭାବରେ ମନୁଷ୍ୟକୃତ । ତେବେ ସ୍ଥାନୀୟ ଲୋକଙ୍କ ସହଯୋଗ ଫଳରେ ଏହା ବିଶେଷ ଭାବରେ ଫଳପ୍ରଦ ହୋଇପାରିବ । ତେବେ ଜଙ୍ଗଲ ବିଭାଗରେ ଅନେକ ପଦବୀ ଖାଲି ପଡ଼ିଛି । ଜଙ୍ଗଲରେ ଯେଭଳି ଭାବରେ ବନ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗର ଗାଡ଼ି ଜାଣିପାରିଥିବ ସେନେଇ ରାସ୍ତା ରହିଥିବା ଆବଶ୍ୟକ ଏବଂ ବନ ବିଭାଗ ପକ୍ଷରୁ ଉପକରଣ ପର୍ଯ୍ୟାପ୍ତ ପରିମାଣରେ ରହିବା ଦରକାର ବୋଲି କହିଛନ୍ତି ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.