ETV Bharat / state

ଖୋର୍ଦ୍ଧା ସହରରେ ଧାରା 163 : ଉଚ୍ଛେଦକୁ ବିରୋଧ ପରେ ନରମିଲା ପ୍ରଶାସନ, ବ୍ୟବସାୟୀଙ୍କୁ 5 ଦିନର ମହଲତ - DEMOLITION DRIVE

ସହରକୁ କ୍ୟାବିନ ମୁକ୍ତ କରିବା ପାଇଁ ଲକ୍ଷ୍ୟରେ ପ୍ରଶାସନ । ଧାରା 163 ଲାଗୁ କରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ । ବିରୋଧ ପରେ ବ୍ୟବସାୟୀଙ୍କୁ 5 ଦିନର ମହଲତ ।

Demolition Drive
Demolition Drive (ETV Bharat Odisha)
author img

By ETV Bharat Odisha Team

Published : Dec 10, 2024, 4:27 PM IST

ଖୋର୍ଦ୍ଧା : ସହରକୁ କ୍ୟାବିନ ମୁକ୍ତ କରିବା ପାଇଁ ପକ୍ରିୟା ଆରମ୍ଭ କରିଥିଲା ପ୍ରଶାସନ । କ୍ୟାବିନ ଉଚ୍ଛେଦ ପାଇଁ ପ୍ରଶାସନ ଗତକାଲି(ସୋମବାର) ରାତିରୁ ଅଧା ସହରକୁ ଭାରତୀୟ ନ୍ୟାୟ ସଂହିତା ଧାରା 163 ଲାଗୁ କରିଥିଲା । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି ।

Demolition Drive (ETV Bharat Odisha)

ଉଚ୍ଛେଦକୁ ବିରୋଧ:

ସହର ଟ୍ରାଫିକ ଛକ, ବ୍ୟାଙ୍କ ଛକ, ମୁଖ୍ୟରାସ୍ତାଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସମସ୍ତ ଦୋକାନ ଉଚ୍ଛେଦ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଟ୍ରାଫିକ ଛକରେ ଶହ ଶହ ସଂଖ୍ୟାରେ ବ୍ୟବସାୟୀଙ୍କ ସହ ପୌରାଧ୍ୟକ୍ଷା ଓ କାଉନସିଲରମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଖୋର୍ଦ୍ଧା ଉପଜିଲ୍ଲାପାଳ, ତହସିଲଦାର, ନିର୍ବାହୀ ଅଧିକାରୀ ପୋଲିସ ଅଧିକାରୀ ଫୋର୍ସ ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବାବେଳେ ବ୍ୟବସାୟୀ ମାନଙ୍କୁ ପ୍ରଥମେ ଥଇଥାନ ଓ ପାରେ ଉଚ୍ଛେଦ କରିବାକୁ ଦାବି ହୋଇଥିଲା । ଧାରଣା ସ୍ଥଳରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ପହଞ୍ଚି ସରକାରଙ୍କ ଏଭଳି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି,"ନିରୀହ ଦୋକାନୀଙ୍କ ଉପରେ ପ୍ରଶାସନ ଦାଦାଗିରି ଦେଖାଉଛି । ଖୋର୍ଦ୍ଧା ସହରକୁ କ୍ୟାବିନ ମୁକ୍ତ କରି ସୁନ୍ଦର କରିବାର ଆବଶ୍ୟକତା ରହିଛି ଏବଂ ଏହା ସମସ୍ତେ ଚାହୁଁଛନ୍ତି କିନ୍ତୁ ପ୍ରଶାସନ ଯେଉଁଭଳି ଢଙ୍ଗରେ କାମ କରୁଛି ଆମେ ତାକୁ ବିରୋଧ କରୁଛୁ ।"

ଉଚ୍ଛେଦ ସ୍ଥଗିତ:

ସେହିପରି ବ୍ୟବସାୟୀଙ୍କ ସହ ଧାରଣା ଦେଇଥିବା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କହିଛନ୍ତି, "ଆମକୁ ନଜଣାଇ ପ୍ରଶାସନ ମନଇଚ୍ଛା କାମ କରୁଛି । ପ୍ରଶାସନ ହଠାତ ପ୍ରଶାସନ ଯେଉଁ ନିଷ୍ପତ୍ତି ନେଇଛି ଆମେ ଏହାକୁ ବିରୋଧ କରିବା ସହ ବ୍ୟବସାୟୀଙ୍କ ସହିତ ରହିଛୁ ।" ସେହିପରି ଘଟଣାସ୍ଥଳରେ କଂଗ୍ରେସ ନେତ୍ରୀ ସୋନାଲି ସାହୁ ପହଞ୍ଚି ବ୍ୟବସାୟୀଙ୍କ ସହ ଆଲୋଚନା କରିବା ସହ ପ୍ରଥମେ ଥଇଥାନ ଓ ପରେ ଉଛେଦ ପକ୍ରିୟା କରାଯାଉ ବୋଲି ଦାବି କରିଛନ୍ତି । ସେପଟେ ଏହି ସମସ୍ୟା ସମ୍ପର୍କରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି ।

ଏହା ବି ପଢନ୍ତୁ...ବକେୟା ଦରମା ପ୍ରଦାନ ଦାବିରେ ଗର୍ଜିଲେ ମହିଳା, କହିଲେ 'ଗର୍ଭ ଯନ୍ତ୍ରଣାରୁ ଅଧିକ କଷ୍ଟ'

ଏହା ବି ପଢନ୍ତୁ...ବାଲ୍ୟ ବିବାହ ମୁକ୍ତ ହେବ ଖୋର୍ଦ୍ଧା, ଶପଥ ନେଲେ ଜିଲ୍ଲାବାସୀ

ଆସନ୍ତା 16ରୁ ପୁଣି ଉଚ୍ଛେଦ:

5 ଦିନ ପାଇଁ ସମୟ ଦେଇଛି ଜିଲ୍ଲା ପ୍ରଶାସନ। "ଆସନ୍ତା 15 ତାରିଖ ସୁଦ୍ଧା ଆବଣ୍ଟିତ ହୋଇଥିବା 166ଟି ଭେଣ୍ଡିଂ ଜୋନକୁ ସ୍ଥାନାନ୍ତର ସହ ପୌର ପ୍ରଶାସନ ସହ ଚୁକ୍ତିନାମା କରି ଅମାନତ ଦାଖଲ କରିବେ ଏବଂ ଆସନ୍ତା 16 ତାରିଖରୁ ଉଚ୍ଛେଦ କରାଯିବ" ବୋଲି କହିଛନ୍ତି ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ । ସେପଟେ ଖୋର୍ଦ୍ଧା ସହରରେ 500ରୁ ଉର୍ଦ୍ଧ୍ବ କ୍ୟାବିନ ରହିଥିବାବେଳେ ସେମାନଙ୍କୁ ଥଇଥାନ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ 166ଟି ନୂତନ ଭେଣ୍ଡିଂ ଜୋନ କରାଯାଇଛି ଏବଂ ସେଠାରେ ବ୍ୟବସାୟୀଙ୍କ ପାଇଁ ସମସ୍ତ ସୁବିଧା କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ପର୍ଯ୍ୟାୟକ୍ରମେ ସମସ୍ତ ବ୍ୟବସାୟୀଙ୍କୁ ଥଇଥାନ କରାଯିବ ବୋଲି ଜଣାପଡିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.