ETV Bharat / state

ଲୋକପାଳ ନିଯୁକ୍ତ କରୁନାହାନ୍ତି ବିଶ୍ୱବିଦ୍ୟାଳୟ, ଖିଲାପି ତାଲିକାରେ ଓଡ଼ିଶାରୁ ୧୧ - UGC on Ombudspersons appointment

11 Odisha Universities have no Ombudspersons: ଉଚ୍ଚ ଶିକ୍ଷାନୁଷ୍ଠାନ ମାନୁନାହାନ୍ତି ୟୁଜିସି ନିୟମ । ଖିଲାପି ବିଶ୍ବବିଦ୍ୟାଳୟ ତାଲିକାରେ ଓଡ଼ିଶାରୁ ରହିଛି ୧୧ଟି ସରକାରୀ ବିଶ୍ଵବିଦ୍ୟାଳୟ । ଅଧିକ ପଢନ୍ତୁ

List of defaulting university
List of defaulting university
author img

By ETV Bharat Odisha Team

Published : Mar 13, 2024, 11:59 AM IST

ଭୁବନେଶ୍ବର: ୟୁଜିସି ନିୟମ ମାନୁନାହାନ୍ତି ଉଚ୍ଚ ଶିକ୍ଷାନୁଷ୍ଠାନ । ଏହି ଖିଲାପି ତାଲିକାରେ ଭାରତର ଅନେକ ଶିକ୍ଷାନୁଷ୍ଠାନ ରହିଛି । ଏପରିକି ଓଡ଼ିଶାରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି । ମାସ ମାସ ଧରି ବାରମ୍ବାର ତାଗିଦ ସତ୍ତ୍ବେ ଅନେକ ବିଶ୍ବବିଦ୍ୟାଳୟ ଲୋକପାଳ ନିଯୁକ୍ତ କରିନାହାନ୍ତି । ଏହାକୁ ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ବିଶ୍ବବିଦ୍ୟାଳୟ ୟୁଜିସି ଛାତ୍ରଛାତ୍ରୀଙ୍କ ଅଭିଯୋଗ ସମାଧାନ ନିୟମାବଳୀ ୨୦୨୩ ଅନୁସାରେ ଲୋକପାଳ ନିଯୁକ୍ତ କରିବାରେ ବିଫଳ ହୋଇଥିବା ବିଶ୍ବବିଦ୍ୟାଳୟଗୁଡ଼ିକର ତାଲିକା ଜାରି କରାଯାଇଛି ।

ତେବେ ଖିଲାପୀ ବିଶ୍ବବିଦ୍ୟାଳୟ ତାଲିକାରେ ଓଡ଼ିଶାର ୧୧ଟି ସରକାରୀ ବିଶ୍ଵବିଦ୍ୟାଳୟ ରହିଛି । ସେଗୁଡିକ ହେଲା- ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, ବିପିୟୁଟି, ଟ୍ରିପଲ ଆଇଟି, କଳାହାଣ୍ଡି ବିଶ୍ଵବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ, ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ, ଓୟୁଟିଆର, ଓୟୁଏଟି, ରାଜେନ୍ଦ୍ର, ଶ୍ରୀଜଗନ୍ନାଥ ସଂସ୍କୃତ, ବୁର୍ଲା ବୀରସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ । ସେହିପରି ଭାବରେ ଦେଶର ମୋଟ ୬୭ଟି ସରକାରୀ ବିଶ୍ବବିଦ୍ୟାଳୟ ରହିଛି ।

ଏହା ମଧ୍ୟ ପଢନ୍ତୁ-ଉତ୍କଳ ବିଶ୍ଵବିଦ୍ୟାଳୟର ସମାଵର୍ତ୍ତନ ଉତ୍ସବ, ୩ ମେଧାବୀଙ୍କୁ ମିଳିବ ଡକ୍ଟରକେଟ ଉପାଧି

ସୂଚନା ଅନୁଯାୟୀ, ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ସମାଧାନ ପାଇଁ ଏକ କମିଟି ଗଠନର ବ୍ୟବସ୍ଥା ରହିଛି । ଯାହାଫଳରେ ନାମଲେଖା, ପରୀକ୍ଷା, ଦେୟ, ନିର୍ଯାତନା ଆଦି ସମ୍ପର୍କରେ ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ । ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ଜଣେ ଲୋକପାଳ ନିଯୁକ୍ତ କରିବାକୁ କୁହାଯାଇଥିଲା । ବିଶ୍ବବିଦ୍ୟାଳୟ କିମ୍ବା ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟ ବା ଅନୁଷ୍ଠାନର ଛାତ୍ରଛାତ୍ରୀ ଲୋକପାଳଙ୍କ ନିକଟରେ ଆବେଦନ କରିପାରିବେ । ଶିକ୍ଷାନୁଷ୍ଠାନର ଅଭିଯୋଗ ସମାଧାନ କମିଟି ଦ୍ବାରା ଅଭିଯୋଗର ସମାଧାନ ନିର୍ଦ୍ଧାରିତ ସମୟରେ ହୋଇନପାରିଲେ, ସେମାନଙ୍କୁ ଲୋକପାଳଙ୍କ ନିକଟରେ ଆବେଦନ ପାଇଁ ସୁଯୋଗ ମିଳିବ । ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ ଲୋକପାଳ ନିଯୁକ୍ତ କରିବାକୁ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ରହିଛି । ହେଲେ ୟୁଜିସି ନିର୍ଦ୍ଦେଶନାମାକୁ ମାନୁନାହାନ୍ତି ବିଶ୍ୱବିଦ୍ୟାଳୟ । ଯାହାକୁ ନେଇ ବାରମ୍ବାର ତାଗିଦ କରିବା ସତ୍ତ୍ୱେ ଦେଶର ଅନେକ ବିଶ୍ୱବିଦ୍ୟାଳୟ ଲୋକପାଳ ନିଯୁକ୍ତ କରୁନଥିବା ଜଣାପଡୁଛି । ଏହାକୁ ନେଇ ୟୁଜିସି ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି । ଦେଶରେ ଥିବା ସମସ୍ତ ରାଜ୍ୟରୁ ଅଧିକାଂଶ ବିଶ୍ଵବିଦ୍ୟାଳୟ ଲୋକପାଳ ନିଯୁକ୍ତ କରିନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.