ETV Bharat / state

ୟୁଜିସି ନିୟମ ଉଲ୍ଲଂଘନକାରୀ ତାଲିକାରେ ଓଡ଼ିଶାରୁ ୧୧ ବିଶ୍ବବିଦ୍ୟାଳୟ - ୟୁଜିସି ନିୟମ ଉଲ୍ଲଘଂନକାରୀ ତାଲିକା

List of defaulting university: ଉଚ୍ଚ ଶିକ୍ଷାନୁଷ୍ଠାନ ମାନୁନାହାନ୍ତି ୟୁଜିସି ନିୟମ । ଖିଲାପି ବିଶ୍ବବିଦ୍ୟାଳୟ ତାଲିକାରେ ଓଡ଼ିଶାରୁ ରହିଛି ୧୧ ବିଶ୍ଵବିଦ୍ୟାଳୟ । ଅଧିକ ପଢନ୍ତୁ

ୟୁଜିସି ନିୟମ ଉଲ୍ଲଘଂନକାରୀ ତାଲିକା
List of defaulting university
author img

By ETV Bharat Odisha Team

Published : Jan 23, 2024, 11:12 AM IST

ଭୁବନେଶ୍ବର: ୟୁଜିସି ନିୟମ ମାନୁନାହାନ୍ତି ଉଚ୍ଚ ଶିକ୍ଷାନୁଷ୍ଠାନ । ଏନେଇ ଖିଲାପି ତାଲିକାରେ ରହିଛି ଭାରତର ଅନେକ ଶିକ୍ଷାନୁଷ୍ଠାନ। ଏପରିକି ଓଡ଼ିଶାରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟ ବାଦ ପଡିନାହାନ୍ତି। ମାସ ମାସ ଧରି ବାରମ୍ବାର ତାଗିଦ ସତ୍ତ୍ବେ ଅନେକ ବିଶ୍ବବିଦ୍ୟାଳୟ ଲୋକପାଳ ନିଯୁକ୍ତ କରିନାହାନ୍ତି । ଏହାକୁ ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ବିଶ୍ବବିଦ୍ୟାଳୟ ୟୁଜିସି ଛାତ୍ରଛାତ୍ରୀଙ୍କ ଅଭିଯୋଗ ସମାଧାନ ନିୟମାବଳୀ ୨୦୨୩ ଅନୁସାରେ ଲୋକପାଳ ନିଯୁକ୍ତ କରିବାରେ ବିଫଳ ହୋଇଥିବା ବିଶ୍ବବିଦ୍ୟାଳୟଗୁଡ଼ିକର ତାଲିକା ଜାରି କରାଯାଇଛି ।

ତେବେ ଖିଲାପୀ ବିଶ୍ବବିଦ୍ୟାଳୟ ତାଲିକାରେ ଓଡ଼ିଶାର ୧୧ଟି ସରକାରୀ ବିଶ୍ଵବିଦ୍ୟାଳୟ ସମେତ ଗୋଟିଏ ମାତ୍ର ଘରୋଇ ବିଶ୍ବବିଦ୍ୟାଳୟ ରହିଛି। ସେଗୁଡ଼ିକ ହେଲା- ଉତ୍କଳ ବିଶ୍ବବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ, ବିପିୟୁଟି, ଟ୍ରିପଲ ଆଇଟି, ଖଲ୍ଲିକୋଟ, ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ, ଓୟୁଟିଆର, ଓୟୁଏଟି, ରାଜେନ୍ଦ୍ର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ , ବୁର୍ଲା ବୀରସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ । ସେହିପରି ଖିଲାପି ଘରୋଇ ବିଶ୍ବବିଦ୍ୟାଳୟ ତାଲିକାରେ ଓଡ଼ିଶାର ଏକ୍ସଆଇଏମ୍‌ର ନାମ ରହିଛି ।

ଦେଶର ମୋଟ ୨୫୪ ସରକାରୀ ବିଶ୍ବବିଦ୍ୟାଳୟ, ଗୋଟିଏ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ୧୬୨ ଘରୋଇ ବିଶ୍ବବିଦ୍ୟାଳୟ, ୨ଟି ଡିମ୍‌ଡ ବିଶ୍ବବିଦ୍ୟାଳୟ ୟୁଜିସିର ନିର୍ଦେଶର ପାଳନ କରିନଥିବାରୁ ସମ୍ପୃକ୍ତ ଅନୁଷ୍ଠାନର ତାଲିକା ଜାରି କରାଯାଇଛି । ସେହିପରି ଲୋକପାଳ ନିଯୁକ୍ତ କରିଥିବା ସତ୍ତ୍ବେ ଯଦି କୌଣସି ବିଶ୍ବବିଦ୍ୟାଳୟର ନାମ ଖିଲାପି ତାଲିକାରେ ପ୍ରକାଶ ପାଇଥାଏ ତେବେ ଇ-ମେଲ୍‌ ମାଧ୍ୟମରେ ଜଣାଇବାକୁ ୟୁଜିସି ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଉଚ୍ଚ ଶିକ୍ଷାନୁଷ୍ଠାନରେ ହ୍ୟାଣ୍ଡଲୁମ ଡ୍ରେସ୍ କୋଡ ବ୍ୟବହାର ପରାମର୍ଶ ଦେଲା ୟୁଜିସି

ଏହା ମଧ୍ୟ ପଢନ୍ତୁ-ଏଣିକି କଲେଜ ପରିସରରେ ଲାଗିବ ବେଟି ବଚାଓ ବେଟି ପଢ଼ାଓ ଲୋଗୋ, ନିର୍ଦ୍ଦେଶ ଦେଲା ୟୁଜିସି

ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ସମାଧାନ ପାଇଁ ଏକ କମିଟି ଗଠନର ବ୍ୟବସ୍ଥା ରହିଛି । ଯାହା ଫଳରେ ନାମଲେଖା, ପରୀକ୍ଷା, ଦେୟ, ନିର୍ଯାତନା ଆଦି ସମ୍ପର୍କରେ ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ । ତେଣୁ ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ଜଣେ ଲୋକପାଳ ନିଯୁକ୍ତ କରିବାକୁ କୁହାଯାଇଥିଲା । ବିଶ୍ବବିଦ୍ୟାଳୟ କିମ୍ବା ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟ ବା ଅନୁଷ୍ଠାନର ଛାତ୍ରଛାତ୍ରୀ ଲୋକପାଳଙ୍କ ନିକଟରେ ଆବେଦନ କରିପାରିବେ । ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ ଲୋକପାଳ ନିଯୁକ୍ତ କରିବାକୁ ୟୁଜିସି ପକ୍ଷରୁ ନିର୍ଦେଶ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.