ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ଆଉଟସୋର୍ସିଂ କର୍ମଚାରୀଙ୍କ ଆମରଣ ଅନଶନ - TPCODL

Electricity Employees Protest: TPNODL ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ । ସ୍ଥାୟୀ ନିଯୁକ୍ତି ଦାବିରେ ଅନଶନରେ ବସିଲେ ଛଅ ଶହ ଆଉଟସୋର୍ସିଂ କର୍ମଚାରୀ । ଅଧିକ ପଢନ୍ତୁ

ଟାଟା ପାୱାର ବିରୋଧରେ ଗର୍ଜିଲେ ଆଉଟଶୋର୍ସିଂ କର୍ମଚାରୀ , ସ୍ଥାୟୀ ନିଯୁକ୍ତି ଦାବି

author img

By ETV Bharat Odisha Team

Published : Jan 30, 2024, 9:34 AM IST

ଟାଟା ପାୱାର ବିରୋଧରେ ଗର୍ଜିଲେ ଆଉଟଶୋର୍ସିଂ କର୍ମଚାରୀ , ସ୍ଥାୟୀ ନିଯୁକ୍ତି ଦାବି

ବାଲେଶ୍ବର: ଟାଟା ପାୱାର ବିରୋଧରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ । ସ୍ଥାୟୀ ନିଯୁକ୍ତି ଦାବି କରି କାର୍ଯ୍ୟାଳୟ ସମ୍ମୁଖରେ ଆଉଟସୋର୍ସିଂ କର୍ମଚାରୀଙ୍କ ଧାରଣା । ବିଭିନ୍ନ ଦାବି ନେଇ ଆମରଣ ଅନଶନରେ ବସିଲେ କର୍ମଚାରୀ । ବାଲେଶ୍ୱର ସମେତ ଭଦ୍ରକ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଦୀର୍ଘ ଦିନର ଦାବି ପୂରଣ ନହେବାରୁ ଏଭଳି ଆନ୍ଦୋଳନ କରାଯାଇଛି ।

ସୂଚନା ଅନୁସାରେ, ନେସ୍କୋ ଶକ୍ତି କର୍ମଚାରୀ ସଂଘ, OSEB ବିଜୁଳି କର୍ମଚାରୀ ସଂଘ, କେନ୍ଦୁଝର ବିଦ୍ୟୁତ ଏମ୍ପ୍ଲଇଜ ୟୁନିଅନ, କୁଳିଗାଁ ବିଦ୍ୟୁତ ଏମ୍ପ୍ଲଇଜ ୟୁନିଅନ, ଟେକ୍ନିକାଲ ଏମ୍ପ୍ଲଇଜ ୟୁନିଅନ ଏବଂ ନେସ୍କୋ ଏମ୍ପ୍ଲଇଜ ଆଣ୍ଡ ୱାର୍କର୍ସ ୟୁନିଅନ ପକ୍ଷରୁ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ସଂଘ ମିଳିତ ଭାବେ ରାଜ୍ୟ ସରକାର ଏବଂ TPNODLର ଟାଳଟୁଳ ନୀତି ବିରୋଧରେ ଆମରଣ ଅନଶନ କରିଛନ୍ତି ।

ତେବେ ନେସ୍କୋ ଶକ୍ତି କର୍ମଚାରୀ ସଂଘ ଦୀର୍ଘ ୧୧ ମାସ ଧରି ଧାରଣାରେ ବସିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସି ଆଲୋଚନା କରାଯାଇଥିଲା । ଛଅ ଶହ ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ନେଇ ମ୍ୟାନେଜମେଣ୍ଟ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ କେବଳ ଆଇଟିଆଇ ପିଲାମାନଙ୍କୁ ନିଯୁକ୍ତି ପାଇଁ ପ୍ରବେଶିକା ପରୀକ୍ଷା ଜରିଆରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଫଳ ପ୍ରକାଶ ପାଇନଥିବା ବେଳେ ଅନ୍ୟ ପିଲାମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ହୋଇଛି ।

ଏ ବିଷୟରେ ପୁଣି ଜିଲ୍ଲାପାଳ ହସ୍ତକ୍ଷେପ କରି TPNODLର ସିଇଓଙ୍କ ସହ ଆଲୋଚନା କରିବା ପରେ ଡିସେମ୍ବର 31 ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ନେଇ ସିଇଓ କହିଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ପରୀକ୍ଷା ଫଳ ପ୍ରକାଶ ପାଇବାରେ ସମସ୍ୟା ଉପୁଜିଛି । ଏହାରି ଭିତରେ ବାହାର ରାଜ୍ୟର ପିଲାଙ୍କଠାରୁ ଟଙ୍କା କାରବାର କରି ପ୍ରାୟ ଦୁଇ ଶହ ପିଲାଙ୍କୁ TPNODL ନିଯୁକ୍ତି ଦେଇ ସାରିଥିବା ଅଭିଯୋଗ କରିଛନ୍ତି ସଭାପତି । ଜିଲ୍ଲାପାଳଙ୍କ ଆଲୋଚନା ପରେ ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ TPNODL ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ସ୍ଥାୟୀ ନିଯୁକ୍ତି ଅପେକ୍ଷାରେ ୬ଶହ କର୍ମଚାରୀ, ଦାବି ପୂରଣ ନହେଲେ 29ରୁ ଆନ୍ଦୋଳନ

ଅନ୍ୟପଟେ ଯେଉଁ ଛଅ ଶହ ପିଲା ଆଉଟସୋର୍ସିଂରେ କାମ କରୁଛନ୍ତି ସେମାନଙ୍କ ସ୍ଥାୟୀ ନିଯୁକ୍ତି ଦେବାରେ ଏକ ପ୍ରକାର ଇଚ୍ଛା ପ୍ରକାଶ କରୁନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଏମାନଙ୍କ ନିଯୁକ୍ତି ରାଜ୍ୟ ସରକାରଙ୍କ ଅଂଶଧନ 49 ପ୍ରତିଶତରେ କରାଯିବା ନେଇ ସଂଘ ପକ୍ଷରୁ ଦାବି ହୋଇଛି । TPNODLରେ ନିଯୁକ୍ତି ନୁହେଁ ବରଂ ରାଜ୍ୟ ସରକାରଙ୍କ ଅଧୀନରେ ଏମାନଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ସଂଘ ଦାବି କରିଛି । ବର୍ତ୍ତମାନ ସୁଦ୍ଧା TPNODL ବହୁଳ ମାତ୍ରାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବାବେଳେ ଆଉଟସୋର୍ସିଂରେ କାମ କରୁଥିବା ପିଲାଙ୍କ ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି । ସ୍ୱଳ୍ପ ବେତନରେ ଦୀର୍ଘ ବର୍ଷ ଧରି କାମ କରି ଆସୁଥିବା କର୍ମଚାରୀମାନେ ବର୍ଦ୍ଧିତ ବଜାର ଦରରେ ନିଜର ପରିବାରକୁ ନିୟନ୍ତ୍ରଣ କରିବାରେ ଅସୁବିଧା ଭୋଗୁଛନ୍ତି । ତେଣୁ ଆଜିଠାରୁ ଆମରଣ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛି ସଂଘ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.